Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୨
। ଯାହା ହେଲା ତାହା ନ୍ୟାୟ । ଖୋଜିବାକୁ ଗଲେ, ସେଥିପାଇଁ ଏସବୁ ମାଡ଼ ପଡୁଛି । ଏଣୁ ନ୍ୟାୟ ଖୋଜିବ ନାହିଁ । ଏହା ମୁଁ ସିଧା ଏବଂ ସରଳ ଆବିଷ୍କାର କରିଛି । ନ୍ୟାୟ ଖୋଜିବା ଯୋଗୁଁ ତ ଏ ସମସ୍ତଙ୍କୁ ମାଡ଼ ପଡ଼ିଛି, ଆଉ ତଥାପି ଯାହା ହେବାର ଥିଲା ତାହା ହେଲା । ଶେଷରେ ତାହାକୁ ତାହା ହିଁ ଆସିଯାଏ । ତେବେ ପୁଣି ପ୍ରଥମରୁ ହିଁ କାହିଁକି ନ ବୁଝିଯିବା ? ଏହା ତ କେବଳ ଅହଂକାରର ଦଖଲ ଅଟେ !
। ଯାହା ହେଲା ତାହା ନ୍ୟାୟ ! ଏଣୁ ନ୍ୟାୟ ଖୋଜିବା ପାଇଁ ଯିବ ନାହିଁ । ତୋ ବାପା ଯଦି କୁହନ୍ତି ଯେ ‘ତୁ ଏମିତି ଅଟୁ, ସେମିତି ଅଟୁ ।’ ସେ ଯାହା ହେଲା, ତାହା ନ୍ୟାୟ ଅଟେ । ତାଙ୍କୁ କୈଫିୟତ୍ ମାଗିବ ନାହିଁ ଯେ ତୁମେ ଏମିତି କାହିଁକି କହିଲ ? ଏହା ଅନୁଭବର କଥା ଅଟେ, ନଚେତ ଶେଷରେ ଥକିକରି ନ୍ୟାୟ ତ ସୀକାର କରିବାକୁ ହିଁ ପଡ଼ିବ ନା ! ଲୋକେ ସୀକାର କରୁଥିବେ ନା ନାହିଁ ? ପଛେ ଏପରି ନିରର୍ଥକ ପ୍ରଚେଷ୍ଟା କରନ୍ତୁ କିନ୍ତୁ ଯେମିତି ଥିଲା ସେମିତିକୁ ସେମିତି ହିଁ ରହିଲା । ଯଦି ଖୁସିବାସିରେ ମାନି ନେଇଥାନ୍ତ, ତେବେ କ’ଣ ଖରାପ ଥିଲା ? ହଁ, ସେମାନଙ୍କୁ ମୁହଁ ଉପରେ କହିବାର ଆବଶ୍ୟକତା ନାହିଁ, ନହେଲେ ପୁଣି ସେମାନେ ଓଲଟା ରାସ୍ତାରେ ଚାଲିବେ । ମନରେ ହିଁ ବୁଝିନେବ ଯେ ଯାହା ହେଲା ତାହା ନ୍ୟାୟ ।
ଏବେ ବୁଦ୍ଧିର ପ୍ରୟୋଗ କର ନାହିଁ । ଯାହା ହେଉଛି, ତାହାକୁ ନ୍ୟାୟ କୁହ । ଏମାନେ ତ କହିବେ ଯେ, “ତୁମକୁ କିଏ କହିଥୁଲା, କାହିଁକି ପାଣି ଗରମ କରିକି
ଦେଲ ? ଆରେ, ଯାହା ହେଲା ତାହା ନ୍ୟାୟ । ଏ ନ୍ୟାୟ ବୁଝାପଡ଼ିଯାଏ ତେବେ, ‘ଏବେ ମୁଁ କୈଫିୟତ୍ ମାଗିବି ନାହିଁ କହିବେ । କହିବେ ନା ନାହିଁ ?
। କେହି ଭୋକିଲା ଥିବ, ତା’କୁ ଆମେ ଖୁଆଇବା ପାଇଁ ବସାଇଲେ ଆଉ ଖାଇ ସାରିବା ପରେ ଯଦି ସେ କୁହେ ‘ତୁମକୁ ଖାଇବାକୁ ଦେବା ପାଇଁ କିଏ କହିଥିଲା ? ବେକାରରେ ମୋତେ ଅସୁବିଧାରେ ପକାଇଲ, ମୋ ସମୟ ନଷ୍ଟ କଲ !? ଏମିତି କହିଲେ, ସେତେବେଳେ ଆମେ କ’ଣ କରିବା ? ବିରୋଧ କରିବା ? ଏ ଯାହା ହେଲା ତାହା ବ୍ୟାୟ ଅଟେ ।
ଘରେ, ଦୁଇଜଣଙ୍କ ଭିତରୁ ଯଦି ଜଣେ ବ୍ୟକ୍ତି ବୁଦ୍ଧି ଚଲାଇବା ବନ୍ଦ କରିଦେବ, ତେବେ ସବୁ କିଛି ଢଙ୍ଗରେ ଚାଲିବ । ସେ ତା’ର ବୁଦ୍ଧି ଚଲାଇବ ତେବେ

Page Navigation
1 ... 27 28 29 30 31 32 33 34 35 36