Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୦
ଯାହା ହେଲା ତାହା ନ୍ୟାୟ ଅର୍ଥାତ ଝଗଡ଼ା ନହେବା ଉଚିତ । ରାଗ-ଦ୍ବେଷ ନହେବା ଉଚିତ୍ । ଶହେ ଚକ୍ଟର୍ ଲଗାଇଲେ ଏବଂ ଦେଲା ନାହିଁ ତଥାପି କିଛି ନୁହେଁ । ଯାହା ହେଲା ତାହା ନ୍ୟାୟ’, ବୁଝିନେବ । ନିରନ୍ତର ନ୍ୟାୟ ହିଁ ହେଉଅଛି ! କ’ଣ ଏକା ତୁମର ହିଁ ଅସୁଲି ବାକି ଥିବ ?
ପ୍ରଶ୍ନକର୍ଲା: ନା, ନା । ସବୁ ବେପାରୀମାନଙ୍କର ହୁଏ ।
ଦାଦାଶ୍ରୀ: ଜଗତରେ କେହି ବି ମହାରାଣୀ ଯୋଗୁଁ ଫସି ନାହାନ୍ତି, ଅସୁଲି ପାଇଁ ଫସିଛନ୍ତି । ଅନେକ ଲୋକ ମୋତେ କୁହନ୍ତି ଯେ ମୋର ଦଶ ଲକ୍ଷ ଟଙ୍କାର ଅସୁଲି ଆସୁ ନାହିଁ । ପୂର୍ବ ରୁ ଅସୁଲି ହେଉଥିଲା । ରୋଜଗାର କରୁଥିଲେ, ସେତେବେଳେ କେହି ମୋତେ କହିବା ପାଇଁ ଆସୁ ନଥିଲେ । ଏବେ କହିବା ପାଇଁ ଆସୁଛନ୍ତି । ଅସୁଲି ଶବ୍ଦ ଶୁଣିଛି ତୁମେ ?
। ପ୍ରଶ୍ନକର୍ତ୍ତା: କେହି ଖରାପ ଶବ୍ଦ(ଗାଳି) ଆମକୁ ଶୁଣେଇଯାଏ, ତାହା ଅସୁଲି ହିଁ ଅଟେ ନା ?
ଦାଦାଶ୍ରୀ: ହଁ, ଅସୁଲି ! ସେ ଶୁଣାଏ, ମାପି ଯୋଖୁକି ଶୁଣାଏ । ଡିକ୍ସିନାରୀରେ ମଧ୍ୟ ନଥିବ, ଏଭଳି ଶବ୍ଦ ଶୁଣାଏ । ପୁଣି ତୁମେ ଡିକ୍ସିନାରୀରେ ଖୋଜୁଛି ଯେ “ଏ ଶବ୍ଦ କେଉଁଠୁ ବାହାରିଲା ?? ସେଥିରେ ଏଭଳି ଶବ୍ଦ ନଥାଏ, ଏମିତି ବିକୃତ ମସ୍ତିଷ୍କ ଥାଆନ୍ତି ! କିନ୍ତୁ ସେମାନଙ୍କର ନିଜର ଜିମୈଦାରୀରେ କୁହନ୍ତି ନା ! ସେଥିରେ ଆମର ଜିମ୍ନଦାରୀ ନାହିଁ ନା ! ସେତିକି ଭଲ ।
ତୁମକୁ ଟଙ୍କା ଫେରାଉ ନାହାଁନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଫେରାଉଛନ୍ତି, ତାହା ମଧ୍ୟ ନ୍ୟାୟ ଅଟେ । ଏସବୁ ହିସାବ ମୁଁ ଅନେକ ବର୍ଷ ପୂର୍ବରୁ ବାହାର କରିଥିଲି । ଟଙ୍କା ଫେରାନ୍ତି ନାହିଁ, ସେଥିରେ କାହାର ଦୋଷ ନାହିଁ । ସେହିଭଳି କେହି କେହି
ଫେରାଇବାକୁ ଆସନ୍ତି, ତେବେ ସେଥିରେ ତାଙ୍କର କ’ଣ ଉପକାର ? ଏ ଜଗତର ସଂଚାଳନ ତ ଅଲଗା ରୀତିରେ ହେଉଛି ।
ବ୍ୟବହାରରେ ଦୁଃଖର ମୂଳ ନ୍ୟାୟ ଖୋଜି ଖୋଜି ତ ଦମ୍ ବାହାରି ଗଲାଣି । ମଣିଷର ମନରେ ଏପରି

Page Navigation
1 ... 25 26 27 28 29 30 31 32 33 34 35 36