Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 25
________________ ୧୮ ଯାହା ହେଲା ତାହା ନ୍ୟାୟ । ସମାଧାନ ହୋଇଯିବ ନା ? ଆଉ କୋର୍ଟ ଯିବାରେ ଅସୁବିଧା ନାହିଁ । କୋର୍ଟ ଯିବ କିନ୍ତୁ ତା’ ସହ ବସି ଚାହା ପିଇବ, ଏହିଭଳି ସବୁ( ସମାଧାନପୂର୍ବକ) ବ୍ୟବହାର କରିବ । ଯଦି ସେ ନ ମାନେ ତେବେ କହିବ, ମୋ ଚାହା ମଧ୍ୟ ପି କିନ୍ତୁ ସାଙ୍ଗରେ ବସ୍ । କୋର୍ଟ ଯିବାରେ ଅସୁବିଧା ନାହିଁ, କିନ୍ତୁ ପ୍ରେମପୂର୍ବକ ସମାଧାନ କରିବ( ଭିତରେ ରାଗ-ଦ୍ବେଷ ନହେବ, ସେହିପରି) ! ପ୍ରଶ୍ନକର୍ଷା: ସେଭଳି ଲୋକ ଆମ ସହିତ ବିଶ୍ବାସଘାତ କରିପାରନ୍ତି ନା ? ଦାଦାଶ୍ରୀ: ମନୁଷ୍ୟ କିଛି କରିପାରିବ ନାହିଁ । ଯଦି ତୁମେ ଫୋର( ଶୁଦ୍ଧ) ଅଟ, ତେବେ ତୁମର କିଛି ମଧ୍ୟ କରିପାରିବ ନାହିଁ, ଏପରି ଏ ଜଗତର ନିୟମ ଅଟେ । ଫୋର ଥିବ ତେବେ ପୁଣି କେହି କିଛି କରିବାବାଲା ରହିବ ନାହିଁ । ଏଣୁ ଭୁଲ୍ ସୁଧାରିବାର ଅଛି ତେବେ ସୁଧାରି ନିଅ । । ଆଗ୍ରହ ଛାଡ଼ିବ, ସେ ଜିତିବା ଏ ଜଗତରେ ତୁ ନ୍ୟାୟ ଦେଖିବା ପାଇଁ ଯାଉ ? ଯାହା ହେଲା ତାହା ନ୍ୟାୟ । “ଇଏ ଚଟକଣା ମାରିଲା ତେବେ ମୋ ଉପରେ ଅନ୍ୟାୟ କଲା’, ଏପରି ନୁହେଁ କିନ୍ତୁ ଯାହା ହେଲା ତାହା ନ୍ୟାୟ, ଏପରି ଯେବେ ବୁଝାପଡ଼ିବ, ସେତେବେଳେ ଏ ସବୁ ଶାନ୍ତ ହେବ । ‘ଯାହା ହେଲା ତାହା ନ୍ୟାୟ’ ନ କହିବ ତେବେ ବୁଦ୍ଧି କୁଦାକୁଦି, କୁଦାକୁଦି କରି ଚାଲିବ । ଅନନ୍ତ ଜନ୍ମରୁ ଏ ବୁଦ୍ଧି ଗଡ଼ବଡ଼ କରି ଆସୁଛି, ମତଭେଦ କରାଉଛି । ବାସ୍ତବରେ କିଛି କହିବାର ବେଳ ହିଁ ନ ଆସିବା ଉଚିତ୍ । ମୋତେ କିଛି କହିବାର ବେଳ ହିଁ ଆସେ ନାହିଁ । ଯିଏ ଛାଡ଼ିଦେଲା, ସେ ଜିତିଗଲା । ସେ ନିଜ ଜିମ୍ନଦାରୀରେ ଧରି ରଖେ । ବୁଦ୍ଧି ଚାଲିଗଲା, ତାହା କିପରି ଜଣା ପଡ଼ିବ ? ନ୍ୟାୟ ଖୋଜିବା ପାଇଁ ଯିବ ନାହିଁ । ‘ଯାହା ହେଲା ତାହା ନ୍ୟାୟ’ କହିବ, ତେବେ ତା’ର ବୁଦ୍ଧି ଚାଲିଗଲା, ଏପରି କୁହାଯିବ । ବୁଦ୍ଧି କ’ଣ କରେ ? ନ୍ୟାୟ ଖୋଜି ବୁଲେ ଆଉ ଏହି କାରଣରୁ ଏ ସଂସାର ଛିଡ଼ା ହୋଇଛି । ଅତଃ ନ୍ୟାୟ ଖୋଜିବ ନାହିଁ । । ନ୍ୟାୟ ଖୋଜାଯିବା କଥା ? ଯାହା ହେଲା ତାହା କରେକ୍ଟ, ତୁରନ୍ତ ହାଜର ।

Loading...

Page Navigation
1 ... 23 24 25 26 27 28 29 30 31 32 33 34 35 36