Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 23
________________ ୧୬ ଯାହା ହେଲା ତାହା ନ୍ୟାୟ । ଏ ଜଗତ ତ’ ଝଗଡ଼ା ହିଁ ଅଟେ । ଏଠାରେ ନ୍ୟାୟ ହୋଇ ପାରିବ ନାହିଁ । ନ୍ୟାୟ ତ ଦେଖୁବା ପାଇଁ ଅଟେ ଯେ ମୋ ଭିତରେ କିଛି ପରିବର୍ତ୍ତନ, କିଛି ଫରକ ହୋଇଛି ? ଯଦି ମୋତେ ନ୍ୟାୟ ମିଳୁଛି ତେବେ ମୁଁ ନ୍ୟାୟୀ ଅଟେ, ଏହା ନିଶ୍ଚିତ ହୋଇଗଲା । ନ୍ୟାୟ ତ ଗୋଟିଏ ଆମର ଥର୍ମୋମିଟର ଅଟେ । ବାକି, ବ୍ୟବହାରରେ ନ୍ୟାୟ ହୋଇ ପାରିବ ନାହିଁ ନା ! ନ୍ୟାୟରେ ଆସିଗଲା ଅର୍ଥାତ୍ ମନୁଷ୍ୟ ପୂର୍ଣ୍ଣ ହୋଇଗଲା । ସେ ପର୍ଯ୍ୟନ୍ତ, ସେ ଏବଭ ନର୍ମାଲିଟୀରେ ରୁହେ ନହେଲେ ବିଲୋ ନର୍ମାଲିଟୀରେ ରୁହେ । ଅର୍ଥାତ୍ ସେ ବଡ଼ଭାଇ ସାନକୁ ପୁରା ଭାଗ ଦିଏ ନାହିଁ, ପାଞ୍ଚ ଏକର ହିଁ ଦିଏ । ସେଠାରେ ଲୋକେ ନ୍ୟାୟ କରିବାକୁ ଯାଆନ୍ତି ଏବଂ ବଡ଼ଭାଇକୁ ଖରାପ କୁହନ୍ତି । ଏସବୁ ଦୋଷ ଅଟେ । ତୁ ଭ୍ରାନ୍ତିବାଲା ଅଟୁ, ସେଥିପାଇଁ ତୁ ଭ୍ରାନ୍ତିକୁ ହିଁ ସତ୍ୟ ମାନିଲୁ । ପୁଣି କିଛି ଚାରା ହିଁ ନାହିଁ ଏବଂ ସତ୍ୟ ମାନିଲା, ମାନେ ଏ ବ୍ୟବହାରକୁ ସତ୍ୟ ମାନିଲା ତେବେ ମାଡ଼ ହିଁ ଖାଇବ ନା ! ବାକି, ପ୍ରକୃତିର ନ୍ୟାୟରେ ତ କିଛି ଭୁଲ-ଭଟକା ହିଁ ନାହିଁ । । ଏବେ ସେଠାରେ ମୁଁ ଏପରି କୁହେ ନାହିଁ ଯେ “ତୁମକୁ ଏପରି ନ କରିବା ଉଚିତ୍, ୟାଙ୍କୁ ଏତିକି କରିବା ଉଚିତ୍ ।’ ନଚେତ୍ ମୁଁ ବୀତରାଗ କୁହାଯିବିନି । ମୁଁ ତ ଦେଖୁଥାଏ ଯେ ପୂର୍ବର କ’ଣ ହିସାବ ଅଛି ! । ଯଦି ମୋତେ କହିବେ ଯେ ଆପଣ ନ୍ୟାୟ କରନ୍ତୁ । ନ୍ୟାୟ କରିବାକୁ କହିବେ, ତେବେ ମୁଁ କହିବି ଯେ ଭାଇ, ମୋ ନ୍ୟାୟ ଅଲଗା ପ୍ରକାରର ଆଉ ଏ ଜଗତର ନ୍ୟାୟ ଅଲଗା ପ୍ରକାରର । ମୋ ନ୍ୟାୟ ତ ପ୍ରକୃତିର ନ୍ୟାୟ ଅଟେ । ଓର ରେଗୁଲେଟର ଅଛି ନା, ତାହା ଏହାକୁ ରେଗୁଲେଶରେ ହିଁ ରଖେ । ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନ୍ୟାୟ ହୁଏ ନାହିଁ । କିନ୍ତୁ ଲୋକମାନଙ୍କୁ ଅନ୍ୟାୟ କାହିଁକି ଲାଗେ ? ପୁଣି ସେ ନ୍ୟାୟ ଖୋଜେ । କ’ଣ ପାଇଁ ତୋତେ ଦୁଇ ଏକର ଦେଲା ନାହିଁ ଆଉ ପାଞ୍ଚ ହିଁ ଦେଲା ? ଆରେ ଭାଇ, ଯାହା ଦେଇଛି, ତାହା ବ୍ୟାୟ ଅଟେ । କାହିଁକିନା ପୂର୍ବର ହିସାବ ଅଛି ସବୁ, ପରସ୍ପରର । ଜଟିଳ( କମ୍ପୃକ୍ସ) ହୋଇକି ହିଁ ଅଛି, ହିସାବ ଅଛି । ଅର୍ଥାତ୍ ନ୍ୟାୟ ତ’ ଥର୍ମୋମିଟର ଅଟେ । ଥର୍ମୋମିଟରରେ ଦେଖିନେବା ଉଚିତ ଯେ

Loading...

Page Navigation
1 ... 21 22 23 24 25 26 27 28 29 30 31 32 33 34 35 36