Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 28
________________ ୨୧ ଯାହା ହେଲା ତାହା ନ୍ୟାୟ ହୁଏ ଯେ ମୁଁ ୟାର କ’ଣ ବିଗାଡ଼ିଛି, ଯେ ସେ ମୋର ବିଗାଡୁଛି । | ପ୍ରଶ୍ନକର୍ଷା: ଏପରି ହୁଏ । ଆମେ କାହାର ନାଁ ନେଉନା, ତଥାପି ଲୋକେ କାହିଁକି ଆମକୁ ଦଣ୍ଡା ମାରନ୍ତି ? । ଦାଦାଶ୍ରୀ: ହଁ, ଏଥିପାଇଁ ତ ଏ କୋର୍ଟ, ଓକିଲମାନଙ୍କର ସମସ୍ତଙ୍କର ଚାଲେ । ଏମିତି ନହେବ ତେବେ କୋର୍ଟ କେମିତି ଚାଲିବ ? ଓକିଲର କେହି ଗ୍ରାହକ ହିଁ ରହିବେ ନାହିଁ ନା ! କିନ୍ତୁ ଓକିଲ ସାହେବ ମଧ୍ୟ କେମିତି ପୁଣ୍ୟଶାଳୀ, ଯେ ମହକିଲ ସକାଳୁ ଶୀଘ୍ର ଉଠି ଆସେ ଏବଂ ଓକିଲ ସାହେବ ଯଦି ଦାଢ଼ି କାଟୁଥିବେ, ତେବେ ସେ କିଛି ସମୟ ବସି ରୁହେ । ଓକିଲ ସାହେବଙ୍କୁ ଘରେ ବସି ବସି ଟଙ୍କା ଦେବାକୁ ଆସେ । ଓକିଲ ସାହେବ ପୁଣ୍ୟଶାଳୀ ଅଟନ୍ତି ନା ! ନୋଟିସ ଲେଖାଇ ପଚାଶ ଟଙ୍କା ଦେଇଯାଏ ! ମାନେ ନ୍ୟାୟ ନ ଖୋଜିବ ତେବେ ଗାଡ଼ି ରାସ୍ତାକୁ ଆସିବ । ତୁମେ ନ୍ୟାୟ ଖୋଜୁଛି, ତାହା ହିଁ ଉପାଧୀ( ସାଂସାରିକ ଦୁଃଖ) । | ପ୍ରଶ୍ନକର୍ତ୍ତା: କିନ୍ତୁ ଦାଦା, ଏମିତି ସମୟ ଆସିଛି ଯେ ଯଦି କାହାର ଭଲ କରିବା ତେବେ ସେ ହିଁ ଦଣ୍ଡା ମାରେ । । ଦାଦାଶ୍ରୀ: ତା’ର ଭଲ କଲ ଆଉ ପୁଣି ସେ ହିଁ ଦଣ୍ଡା ମାରିଲା, ତେବେ ତାହାର ନାମ ହିଁ ନ୍ୟାୟ । କିନ୍ତୁ ମୁହଁରେ କହିବ ନାହିଁ । ମୁହଁରେ କହିବ ତେବେ ପୁଣି ତା’ ମନରେ ଏପରି ହେବ ଯେ ଏ ଅଲାଜୁକ ହୋଇଗଲେଣି । ପ୍ରଶ୍ନକର୍ତ୍ତା: ଆମେ କାହା ସହିତ ବିଲକୁଲ ସିଧା ଚାଲୁଥିବୁ, ତଥାପି ସେ ଆମକୁ ଠେଙ୍ଗାରେ ମାରେ । ଦାଦାଶ୍ରୀ: ଠେଙ୍ଗାରେ ମାରେ, ତାହା ନ୍ୟାୟ ! ଶାନ୍ତିରେ ରହିବାକୁ ଦେଉ ନାହାଁନ୍ତି ? | ପ୍ରଶ୍ନକର୍ତ୍ତା: ଶାର୍ଟ ପିନ୍ଧିଥିବୁ ତେବେ କହିବେ, ‘ଶା କାହିଁକି ପିନ୍ଧିଲ ? ଆଉ ଯଦି ଟି-ଶାର୍ଟ ପିନ୍ଧିଲୁ ତେବେ କହିବେ, ‘ଟି-ଶାର୍ଟ କାହିଁକି ପିନ୍ଧିଲ ?” ତାହାକୁ ଖୋଲି ଦେଲୁ ତେବେ ମଧ୍ୟ କହିବେ, କାହିଁକି ଖୋଲି ଦେଲ ?' । ଦାଦାଶ୍ରୀ: ତାହାକୁ ହିଁ ମୁଁ ନ୍ୟାୟ କୁହେ ନା ! ଆଉ ସେଥିରେ ନ୍ୟାୟ

Loading...

Page Navigation
1 ... 26 27 28 29 30 31 32 33 34 35 36