Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୩
ଯାହା ହେଲା ତାହା ନ୍ୟାୟ ପୁଣି କ’ଣ ହେବ ? ରାତିରେ ପୁଣି ଖାଇବା ମଧ୍ୟ ରୁଚିବ ନାହିଁ ।
। ବର୍ଷା ହେଉନାହିଁ, ତାହା ନ୍ୟାୟ । ସେତେବେଳେ ଚାଷୀ କ’ଣ କହିବ ? ‘ଭଗବାନ ଅନ୍ୟାୟ କରୁଛି ।” ତାହା ନିଜର ଅବୁଝାମି ଯୋଗୁଁ କୁହେ । ଏହାଦ୍ୱାରା କ’ଣ ବର୍ଷା ହେବାକୁ ଲାଗିବ ? ବର୍ଷା ହେଉନାହିଁ, ତାହା ନ୍ୟାୟ । ଯଦି ସବୁବେଳେ ବର୍ଷା ବର୍ଷିଥାନ୍ତା, ପ୍ରତିବର୍ଷ ଭଲ ବର୍ଷା ହୋଇଥାନ୍ତା ତେବେ ବର୍ଷାର ସେଥିରେ କ’ଣ କ୍ଷତି ହୋଇ ଯାଇଥାନ୍ତା ? ଗୋଟିଏ ଜାଗାରେ ଧୁମଧଡ଼ାକା କରି ସବୁ ପାଣି ଢ଼ାଳି ଦିଏ ଆଉ ଅନ୍ୟ ଜାଗାରେ ଅକାଳ ଆଣିଦିଏ । ପ୍ରକୃତି ସବୁ ‘ବ୍ୟବସ୍ଥିତ’ କରୁଅଛି । ତୁମକୁ ଲାଗୁଛି ଯେ ପ୍ରକୃତିର ବ୍ୟବସ୍ଥା ଭଲ ଅଛି ? ପ୍ରକୃତି ସବୁ ନ୍ୟାୟ ହିଁ କରୁଛି । । ଅର୍ଥାତ ଏ ସବୁ ସିଦ୍ଧାନ୍ତକ ଅଟେ । ବୁଦ୍ଧି ଖାଲି କରିବା ପାଇଁ ଏହି ଗୋଟିଏ ନିୟମ ଅଛି । ଯାହା ହୋଇ ଚାଲିଛି, ତାହାକୁ ନ୍ୟାୟ ମାନିବ ତେବେ ବୁଦ୍ଧି ଚାଲିଯିବ । ବୁଦ୍ଧି କେବେ ପର୍ଯ୍ୟନ୍ତ ଜୀବିତ ରହିବ ? ଯାହା ହୋଇ ଚାଲିଛି ସେଥିରେ ନ୍ୟାୟ । ଖୋଜିବା ପାଇଁ ବାହାରିବା, ତେବେ ବୁଦ୍ଧି ଜୀବିତ ରହିବ । ଯେବେକି ଏହାଦ୍ବାରା ତ ବୁଦ୍ଧି ବୁଝିଯାଏ, ପୁଣି ବୁଦ୍ଧିକୁ ଲାଜ ଲାଗେ । ତାକୁ ମଧ୍ୟ ଲାଜ ଲାଗେ, ଆରେ ! ଏବେ ତ ଏ ମାଲିକ ହିଁ ଏମିତି କହୁଛନ୍ତି, ୟାଠୁ ଭଲ ତ ମୋତେ ଠିକଣାକୁ ଆସିବାକୁ ପଡ଼ିବ ।
ନ୍ୟାୟ ଖୋଜିବ ନାହିଁ, ଏଥିରେ ପ୍ରଶ୍ନକର୍ତ୍ତା: ବୁଦ୍ଧିକୁ ବାହାର କରିବାର ହିଁ ଅଛି, କାହିଁକିନା ସେ ବହୁତ ମାଡ଼ ଖୁଆଉଛି ।
ଦାଦାଶ୍ରୀ: ଏହି ବୁଦ୍ଧିକୁ ବାହାର କରିବାର ଅଛି, ତେବେ ବୁଦ୍ଧି ନିଜେ (ଆପେ ଆପେ) ଯିବ ନାହିଁ । ବୁଦ୍ଧି ‘କାର୍ଯ୍ୟ ଅଟେ, ତାହାର କାରଣ’କୁ ଯଦି ବାହାର କରିଦେବା, ତେବେ ଏହି କାର୍ଯ୍ୟ’ ଚାଲିଯିବ । ଏହି ବୁଦ୍ଧି ‘କାର୍ଯ୍ୟ’ ଅଟେ, ତାହାର ‘କାରଣ’ କ’ଣ ? ବାସ୍ତବରେ ଯାହା ହେଲା, ତାହାକୁ ନ୍ୟାୟ କହିବା, ତେବେ
ସେ ଚାଲିଯିବ । ଜଗତ କ’ଣ କୁହେ ? ବାସ୍ତବରେ ଯାହା ହୋଇଗଲା, ତାହାକୁ ସୀକାରି ନେବା ଉଚିତ୍ । ଆଉ ଯଦି ନ୍ୟାୟ ଖୋଜି ଚାଲିବା ତେବେ ତାହାଦ୍ଵାରା । ଝଗଡ଼ା ଚାଲୁରହିବ ।

Page Navigation
1 ... 28 29 30 31 32 33 34 35 36