Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଯାହା ହେଲା ତାହା ନ୍ୟାୟ । କାହିଁକିନା ‘ବ୍ୟବସ୍ଥିତ’ ବ୍ୟତୀତ ଅନ୍ୟ କିଛି ହୁଏ ହିଁ ନାହିଁ । ବେକାର ଟାରେ, ହାଏହାଏ ! ହାଏ-ହାଏ !
ମହାରାଣୀ ନୁହେଁ, ଅସୁଲି ଫସେଇଲା । ବୁଦ୍ଧି ତ ତୋଫାନ ଛିଡ଼ା କରିଦିଏ । ବୁଦ୍ଧି ହିଁ ସବୁ ବିଗାଡ଼େ ନା ! ବୁଦ୍ଧି । ମାନେ କ’ଣ ? ନ୍ୟାୟ ଖୋଜେ, ତାହାର ନାମ ବୁଦ୍ଧି । କହିବ, ‘ପଇସା କାହିଁକି
ଦେବେ ନାହିଁ, ମାଲ୍ ତ ନେଇଗଲେ ନା ?” ଏ ‘କାହିଁକି’ ପଚାରିଲା, ତାହା ବୁଦ୍ଧି । ଅନ୍ୟାୟ କଲା, ତାହା ନ୍ୟାୟ । ତୁମେ ଅସୁଲି କରିବା ପାଇଁ ଚେଷ୍ଟା କରୁଥାଅ, କହିବା
ଯେ, ମୁଁ ଏବେ ଅସୁବିଧାରେ ଅଛି ଆଉ ମୋତେ ଟଙ୍କାର ବହୁତ ଆବଶ୍ୟକତା ଅଛି ।’ ତଥାପି ନ ଦିଏ ତେବେ ଫେରି ଆସିବ । କିନ୍ତୁ ‘ସେ କାହିଁକି ଦେବ ନାହିଁ ?” କହିଲ, ତେବେ ପୁଣି ଓକିଲ ଖୋଜିବା ପାଇଁ ଯିବାକୁ ପଡ଼ିବ । ପୁଣି ସତସଙ୍ଗ ଛାଡ଼ି, ସେଠାରେ ଯାଇ ବସିବ । ଯାହା ହେଲା ତାହା ନ୍ୟାୟ’ କହିବା ତେବେ ବୁଦ୍ଧି ଚାଲିଯିବ ।
ଭିତରେ ଏପରି ଶ୍ରଦ୍ଧା ରଖୁବାର ଅଛି ଯେ ଯାହା ହେଉଅଛି, ତାହା ନ୍ୟାୟ । ତଥାପି ବ୍ୟବହାରରେ ତୁମକୁ ଟଙ୍କା ଅସୁଲି କରିବା ପାଇଁ ଯିବା ଉଚିତ୍, ସେତେବେଳେ ଏହି ଶ୍ରଦ୍ଧା ଯୋଗୁଁ ତୁମ ମୁଣ୍ଡ ବିଗିଡ଼ିବ ନାହିଁ । ତାଙ୍କ ଉପରେ ରାଗ(ଚିଡ଼ାପଣ) ଆସିବ ନାହିଁ ଆଉ ବ୍ୟାକୁଳତା ମଧ୍ୟ ହେବ ନାହିଁ । ଯେମିତି ନାଟକ କର ନା, ସେମିତି ସେଠି ଯାଇ ବସିବ । କହିବ, ମୁଁ ତ ଚାରିଥର ଆସିଛି, କିନ୍ତୁ ତୁମ ସହ ଭେଟ ହୁଏ ନାହିଁ । ଏଥର ତୁମ ପୁଣ୍ୟ କି ମୋ ପୁଣ୍ୟ କିନ୍ତୁ ଆମର ଭେଟ ହୋଇଗଲା । ଏଭଳି ଥଟ୍ଟାମଜା କରି-କରି ଅସୁଲି କରିବ । ଆଉ ‘ତୁମେ ଭଲରେ ଅଛି ନା, ମୁଁ ତ ଏବେ ବଡ଼ ଅସୁବିଧାରେ ଫସିଛି ।? ସେ ପଚାରିବ, ତୁମକୁ କ’ଣ ଅସୁବିଧା ?? ସେତେବେଳେ କହିବ ଯେ ମୋ ଅସୁବିଧା ତ ମୁଁ ହିଁ ଜାଣିଛି । ତୁମ ପାଖରେ ଟଙ୍କା ନାହିଁ ତେବେ କାହା ପାଖରୁ ଆଣି ମୋତେ ଦେଇଥାନ୍ତୁ ।’ ଏହିଭଳି କଥାବାର୍ତ୍ତା କରି କାମ ବାହାର କରିବ । ଲୋକେ ତ ଅହଂକାରୀ ଅଟନ୍ତି, ସେଥିପାଇଁ ଆମର କାମ ହୋଇଯିବ । ଅହଂକାରୀ ନ ହୋଇଥିଲେ କିଛି ଉପାୟ ଚାଲନ୍ତା ହିଁ ନାହିଁ । ଅହଂକାରୀର ଅହଂକାରକୁ ଟେକିବା, ତେବେ ସେ ସବୁକାମ କରିଦେବ । ‘ପାଞ୍ଚ– ଦଶ ହଜାର ଯୋଗାଡ଼ କରାଇ ଦିଅନ୍ତୁ’ ବୋଲି କହିବ, ତେବେ ମଧ୍ୟ ହଁ, ମୁଁ ଦେଉଛି’ କହିବ ।

Page Navigation
1 ... 24 25 26 27 28 29 30 31 32 33 34 35 36