Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୪
ଯାହା ହେଲା ତାହା ନ୍ୟାୟ । ହେବାର ଅଛି ତେବେ ଯାହା ହେଲା ତାହା ନ୍ୟାୟ, ଆଉ ଭଟକିବାର ଅଛି ତେବେ ନ୍ୟାୟ ଖୋଜି ଖୋଜି ନିରନ୍ତର ଭଟକୁଥାଅ ।
ଲୋଭୀକୁ ଖେହୁଏ କ୍ଷତି ଏ ଜଗତ ଗସ୍ତ୍ର ନୁହେଁ । ଜଗତ ନ୍ୟାୟସରୂପ ଅଟେ । ପ୍ରକୃତି କେବେ ମଧ, ଆଦୌ, ଅନ୍ୟାୟ କରିନାହିଁ । ପ୍ରକୃତି କେଉଁଠି ମନୁଷ୍ୟକୁ କାଟି ଦିଏ, ଏକ୍ସିଡେଣ୍ଟ ହୋଇଯାଏ, ତାହା ସବୁ ନ୍ୟାୟସରୂପ ଅଟେ । ନ୍ୟାୟରୁ ବାହାରକୁ ପ୍ରକୃତି ଯାଇନାହିଁ । ଏମାନେ ବେକାରରେ ନବୁଝି ନସୁଝି କିଛି ମଧ୍ୟ କହିବାରେ ଲାଗିଥାନ୍ତି ଏବଂ ଜୀବନ ଜୀଇଁବାର କଳା ମଧ୍ୟ ଆସୁ ନାହିଁ, ଆଉ ଦେଖ ଚିନ୍ତା ହିଁ ଚିନ୍ତା । ଏଥିପାଇଁ ଯାହା ହେଲା ତାହାକୁ ନ୍ୟାୟ କୁହ ।
। ତୁମେ ଦୋକାନୀକୁ ଶହେ ଟଙ୍କାର ନୋଟ ଦେଲି । ସେ ପାଞ୍ଚଟଙ୍କାର ଜିନିଷ ଦେଲା ଏବଂ ପାଞ୍ଚଟଙ୍କା ତୁମକୁ ଫେରାଇଲା । ଭିଡ଼ ମଧ୍ୟରେ ସେ ନବେ ଟଙ୍କା ଫେରାଇବା ପାଇଁ ଭୁଲିଗଲା । ତା’ ପାଖରେ ଅନେକ ଶହେ-ଶହେ ଟଙ୍କାର ନୋଟି, ଅନେକ ଦଶ-ଦଶ ଟଙ୍କାର ନୋଟ, ଗଣା ନହୋଇ ପଡ଼ିଥିଲା । ସେ ଭୁଲିଗଲା ଏବଂ ତୁମକୁ ପାଞ୍ଚଟଙ୍କା ଦେଉଥିଲା, ସେତେବେଳେ ତୁମେ କହିଲ, ମୁଁ ତୁମକୁ ଶହେର ନୋଟ ଦେଇଥିଲି ।” ସେ କହିଲା, ନା । ତା’କୁ ସେତିକି ମନେ ଅଛି, ସେ ମଧ୍ୟ ମିଛ କୁହେ ନାହିଁ । ସେତେବେଳେ ତୁମେ କ’ଣ କରିବ ?
। ପ୍ରଶ୍ନକର୍ତ୍ତା: କିନ୍ତୁ ତାହା ପୁଣି ମନରେ ଖେଞ୍ଚ ହେଉଥାଏ ଯେ ଏତିକି ଟଙ୍କା ଗଲା । ମନ ଚିତ୍କାର କରେ ।
। ଦାଦାଶ୍ରୀ: ତାହା ଖେଞ୍ଚ ହୁଏ ତେବେ ଯାହାକୁ ଖେଞ୍ଚ ହୁଏ, ତା’କୁ ନିଦ ଆସିବ ନାହିଁ । ଆମକୁ( ଶୁଦ୍ଧମାକୁ)’ କ’ଣ ? ଏ ଶରୀରରେ ଯାହାକୁ ଖେଞ୍ଚ ହେବ ତା’କୁ ନିଦ ଆସିବ ନାହିଁ । ତାହା କ’ଣ ସମସ୍ତଙ୍କୁ ଖେଞ୍ଚହୁଏ ? ଲୋଭୀକୁ ଖେଞ୍ଚ ହୁଏ ! ସେତେବେଳେ ସେ ଲୋଭୀକୁ କହିବ, ଖେଞ୍ଚ ହେଉଛି ? ତେବେ ଶୋଇ ଯା ନା ! ଏବେ ତ ରାତିସାରା ଶୋଇବାକୁ ହିଁ ହେବ !”
। ପ୍ରଶ୍ନକର୍ତ୍ତା: ତା’ର ତ ନିଦ ମଧ୍ୟ ଯିବ ଏବଂ ଟଙ୍କା ମଧ୍ୟ ଯିବ ।

Page Navigation
1 ... 19 20 21 22 23 24 25 26 27 28 29 30 31 32 33 34 35 36