Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 19
________________ ୧୨ । ଯାହା ହେଲା ତାହା ନ୍ୟାୟ । ବାପ ନିଜ ପୁଅକୁ ମାରିଦିଏ, ସେଭଳି ମଧ୍ୟ ନ୍ୟାୟ ରେ ଆସେ । ତଥାପି ତାହା ନ୍ୟାୟ କୁହାଯାଏ । ପ୍ରକୃତିର ନ୍ୟାୟ ତ ନ୍ୟାୟ ହିଁ କୁହାଯାଏ । କାହିଁକିନା ଯେଭଳି ବାପ-ପୁଅଙ୍କ ହିସାବ ଥିଲା, ସେହିଭଳି ହିଁ ପୂରା କରାଇଲା । ତାହା ପୂରା ହୋଇଗଲା । ଏଥିରେ କେବଳ ହିସାବ ହିଁ ପୂରା ହୁଏ, ଆଉ କିଛି ହୁଏ ନାହିଁ । କେହି ଗରିବ ମଣିଷ ଲଟେରିରେ ଲକ୍ଷେ ଟଙ୍କା ଜିତିଯାଏ, ତାହା ମଧ୍ୟ ନ୍ୟାୟ ଆଉ କାହାର ପକେଟମାର ହୁଏ, ତାହା ମଧ୍ୟ ନ୍ୟାୟ । । ପ୍ରକୃତିର ନ୍ୟାୟର ଆଧାର କ’ଣ ? । ପ୍ରଶ୍ନକର୍ତ୍ତା: ପ୍ରକୃତି ନ୍ୟାୟୀ ଅଟେ, ଏହାର ଆଧାର କ’ଣ ? ନ୍ୟାୟୀ କହିବା ପାଇଁ କିଛି ଆଧାର ତ ଦରକାର ନା ? ଦାଦାଶ୍ରୀ: ସେ ନ୍ୟାୟୀ ଅଟେ, ତାହା ତ କେବଳ ତୁମର ଜାଣିବା ପାଇଁ କହିଲି । ତୁମକୁ ବିଶ୍ଵାସ ହେବ ଯେ ନ୍ୟାୟୀ ଅଟେ । କିନ୍ତୁ ବାହାରର ଲୋକମାନଙ୍କୁ (ଅଜ୍ଞାନତାରେ) ପ୍ରକୃତି ନ୍ୟାୟୀ ଅଟେ, ଏହା କେବେ ବି ବିଶ୍ବାସ ହେବ ନାହିଁ । କାହିଁକିନା ସେମାନଙ୍କ ପାଖରେ ଦୃଷ୍ଟି ନାହିଁ ନା ! (କାରଣ ଯିଏ ଆମ୍ବିଜ୍ଞାନ ପ୍ରାପ୍ତ କରିନାହିଁ, ତା’ର ଦୃଷ୍ଟି ସମ୍ୟକ ହୋଇନାହିଁ ।) । । ବାକି, ମୁଁ କ’ଣ କହିବାକୁ ଚାହୁଁଛି ? ଆଟର ଅଲ, ଜଗତ କ’ଣ ଅଟେ ? ଯେ ଭାଇ, ଏମିତି ହିଁ ଅଟେ । ଗୋଟିଏ ଅଣୁ ମଧ୍ୟ ଫରକ ହୁଏ ନାହିଁ ଏତେ । ନ୍ୟାୟସରୂପ ଅଟେ, ସମ୍ପୂର୍ଣ୍ଣ ନ୍ୟାୟୀ ଅଟେ । । ପ୍ରକୃତି ଦୁଇଟି ଜିନିଷରେ ତିଆରି ହୋଇଛି । ଗୋଟିଏ ସ୍ଥାୟୀ, ସନାତନ ବସ୍ତୁ ଆଉ ଅନ୍ୟଟି ଅସ୍ଥାୟୀ ବସ୍ତୁ, ଯାହା ଅବସ୍ଥାରୂପୀ ଅଟେ । ତାହାର ଅବସ୍ଥା ବଦଳି ଚାଲିଥାଏ ଏବଂ ତାହା ନିୟମାନୁସାରେ ବଦଳି ଚାଲିଥାଏ । ଦେଖୁବାବାଲା ବ୍ୟକ୍ତି ନିଜର ଏକାନ୍ତିକ ବୁଦ୍ଧି ଦ୍ବାରା ଦେଖେ । ଅନେକାନ୍ତ ବୁଦ୍ଧିରେ କେହି ବିଚାର କରେ ହିଁ ନାହିଁ, କିନ୍ତୁ ନିଜର ସାର୍ଥ ଅନୁସାରେ ଦେଖେ । କାହାର ଗୋଟିକିଆ ପୁଅ ମରିଯାଏ, ତଥାପି ନ୍ୟାୟ ହିଁ ଅଟେ । ଏଥିରେ କେହି ଅନ୍ୟାୟ କରିନାହିଁ । ଏଥିରେ ଭଗବାନଙ୍କର, କାହାର ଅନ୍ୟାୟ ହିଁ ନାହିଁ,

Loading...

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36