Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 18
________________ ୧୧ ଯାହା ହେଲା ତାହା ନ୍ୟାୟ ‘କୌଣସି ଜୀବକୁ ଦୁଃଖ ନହେଉ, ଏହା ହିଁ ମୋର ଆଜ୍ଞା !’ କେବଳ ପ୍ରକୃତି ହିଁ ନ୍ୟାୟ-ଅନ୍ୟାୟ ଦେଖେ । ବାକି, ଏଠାରେ ଜଗତର ଯାହା ନ୍ୟାୟ-ଅନ୍ୟାୟ ଅଟେ, ତାହା ଶତ୍ରୁଙ୍କୁ, ଅପରାଧୀଙ୍କୁ ହେଲ୍ପ କରେ । କହିବେ, ‘ହେଇଥବ ବିଚରା, ଛାଡ଼ି ଦିଅ ନା!’ ସେତେବେଳେ ଅପରାଧୀ ମଧ୍ୟ ମୁକ୍ତ ହୋଇଯାଏ । ‘ଏପରି ହିଁ ହୁଏ’ କହିବେ । ବାକି, ପ୍ରକୃତିର ନ୍ୟାୟ, ସେଥ‌ିରେ କୌଣସି ଚାରା ହିଁ ନାହିଁ । ସେଥ‌ିରେ କାହାର କିଛି ଚାଲେ ନାହିଁ ! ନିଜଦୋଷ ଦେଖାଏ ଅନ୍ୟାୟ କେବଳ ନିଜର ଦୋଷ ଯୋଗୁଁ ପୁରା ଜଗତ ଅନିୟମବାଲା ଲାଗେ । ଗୋଟିଏ କ୍ଷଣ ପାଇଁ ମଧ୍ୟ ଅନିୟମବାଲା ହୋଇନାହିଁ । ସମ୍ପୂର୍ଣ୍ଣ ନ୍ୟାୟରେ ହିଁ ଅଛି । ଏଠାକାର କୋର୍ଟର ନ୍ୟାୟରେ ଫରକ ହୋଇଯାଇ ପାରେ, ଭୁଲ ହୋଇପାରେ କିନ୍ତୁ ଏ ପ୍ରକୃତିର ନ୍ୟାୟରେ ଫରକ ହୁଏ ନାହିଁ । ପ୍ରଶ୍ନକର୍ତ୍ତା: କୋର୍ଟର ନ୍ୟାୟ, ତାହା ପ୍ରକୃତିର ନ୍ୟାୟ ଅଟେ ନା ନାହିଁ ? ଦାଦାଶ୍ରୀ: ସେ ସବୁ ପ୍ରକୃତି ହିଁ ଅଟେ । କିନ୍ତୁ କୋର୍ଟରେ ଆମକୁ ଏପରି ଲାଗେ ଯେ ଏ ଜଜ୍ ଏଭଳି କଲା । ପ୍ରକୃତିର ନ୍ୟାୟରେ ଏଭଳି ଲାଗେ ନାହିଁ ନା ! କିନ୍ତୁ ତାହା ତ ବୁଦ୍ଧିର ସଂଘର୍ଷ ଅଟେ | ପ୍ରଶ୍ନକର୍ତ୍ତା: ଆପଣ ପ୍ରକୃତିର ନ୍ୟାୟର ତୁଳନା କମ୍ପ୍ୟୁଟର ସହିତ କଲେ, କିନ୍ତୁ କମ୍ପ୍ୟୁଟର ତ ମେକାନିକାଲ ଅଟେ । ଦାଦାଶ୍ରୀ: ବୁଝାଇବା ପାଇଁ ତାହାପରି ଅନ୍ୟ କିଛି ସାଧନ ନାହିଁ ନା, ସେଥ‌ିପାଇଁ ମୁଁ ଏ ଦୃଷ୍ଟାନ୍ତ ଦେଇଛି । ବାକି, କମ୍ପ୍ୟୁଟର ତ କହିବା ପାଇଁ ଅଟେ ଯେ ଯେଭଳି କମ୍ପ୍ୟୁଟରରେ ଫିଡ଼୍ କରିନ୍ତି, ସେହିଭଳି ଏଥରେ ଭାବ ପଡ଼େ । ଅର୍ଥାତ୍ ଗୋଟିଏ ଜନ୍ମରେ ଭାବକର୍ମ ପଡ଼ିଯିବା ପରେ ପରଜନ୍ମରେ ତାହାର ପରିଣାମ ଆସେ । ସେତେବେଳେ ତାହାର ବିସର୍ଜନ ହୁଏ । ତାହା ଏ ‘ବ୍ୟବସ୍ଥିତ ଶକ୍ତି’ ହାତରେ ଅଛି । ସେ ଏକ୍‌ଜାକ୍ଟ ନ୍ୟାୟ ହିଁ କରେ । ଯେଭଳି ନ୍ୟାୟରେ ଆସିଲା ସେହିଭଳି ହିଁ କରେ ।

Loading...

Page Navigation
1 ... 16 17 18 19 20 21 22 23 24 25 26 27 28 29 30 31 32 33 34 35 36