Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୮
ଯାହା ହେଲା ତାହା ନ୍ୟାୟ
ଦୋଷ ଦେବା ?
ଏହା ତ ଅଟେ ନିଜର ହିଁ ପ୍ରୋଜେକ୍ସନ
ଏ ସବୁ ପ୍ରୋଜେକ୍ସନ (ପ୍ରତିଛବି) ତୁମର ହିଁ ଅଟେ । ଲୋକମାନଙ୍କୁ କାହିଁକି
ପ୍ରଶ୍ନକର୍ତ୍ତା: କ୍ରିୟାର ପ୍ରତିକ୍ରିୟା
ଅଟେ ଏହା ?
ଦାଦାଶ୍ରୀ: ତାହାକୁ ପ୍ରତିକ୍ରିୟା କୁହନ୍ତି ନାହିଁ । କିନ୍ତୁ ଏ ସବୁ ପ୍ରୋଜେକ୍ସନ ତୁମର ଅଟେ । ପ୍ରତିକ୍ରିୟା କହିବ ତେବେ ପୁଣି ‘ ଏକ୍ସନ ଏଣ୍ଡ ରିଏଲ୍ସନ ଆର ଇକୁଆଲ ଏଣ୍ଡ ଅପୋଜିଟ’ ହେବ ।
ଏହା ତ ଦୃଷ୍ଟାନ୍ତ ଦେଉଛି, ଉଦାହରଣ ଦେଉଛି । ତୁମର ହିଁ ପ୍ରୋଜେକ୍ସନ ଅଟେ ଏହା । ଅନ୍ୟ କାହାର ହାତ ନାହିଁ ସେଥିପାଇଁ ତୁମକୁ ସାବଧାନ ରହିବା ଉଚିତ ଯେ ଏ ସବୁର ଜିଵେଦାରୀ(ଉତ୍ତରଦାୟୀତ୍ବ) ମୋ ଉପରେ । ଦାୟୀତ୍ଵ ବୁଝିନେବା ପରେ ଘରେ ବ୍ୟବହାର କିପରି ହେବା ଉଚିତ୍ ?
ପ୍ରଶ୍ନକର୍ତ୍ତା: ସେହି ଅନୁସାରେ ବ୍ୟବହାର କରିବା ଉଚିତ୍ ।
ଦାଦାଶ୍ରୀ: ହଁ, ନିଜର ଜିମେଦାରୀ ବୁଝିବା ଉଚିତ । ନହେଲେ ସେ ତ କହିବେ ଯେ ଭଗବାନଙ୍କ ଭକ୍ତି କରିବ, ତେବେ ସବୁ ଚାଲିଯିବ । ପୋଲମପୋଲ୍ ! ଲୋକମାନେ ଭଗବାନଙ୍କ ନାମରେ ପୋଲ୍ ଘୋଟାଲା, ଗଡ଼ବଡ଼ି) ଚଲାଇଲେ । ଜିମେଦାରୀ ନିଜର ଅଟେ । ହୋଲ୍ ଏଣ୍ଡ ସୋଲ୍ ରେସ୍ପନ୍ସିବଲ୍ । ନିଜର ହିଁ ପ୍ରୋଜେକ୍ସନ
ଅଟେ ନା !
କେହି ଦୁଃଖ ଦେଉଛି ତେବେ ଜମା କରିନେବ । ଯାହା ତୁ ପୂର୍ବରୁ ଦେଇଥବୁ, ତାହା ହିଁ ପୁନର୍ବାର ଜମା କରିବାକୁ ପଡ଼େ । କାହିଁକିନା ବିନା କାରଣରେ କେହି କାହାକୁ ଦୁଃଖ ପହଞ୍ଚାଇ ପାରିବ, ଏଠାରେ ଏମିତି ନିୟମ ହିଁ ନାହିଁ । ତା’ ପଛରେ କାରଣ ଥୁବ ନିଶ୍ଚୟ । ଏଣୁ ଜମା କରିନେବ ।
ଯାହାକୁ ଜଗତରୁ ମୁକୁଳିବାର ଅଛି, ତା’କୁ...
ପୁଣି ଯଦି କେବେ ଡାଲିରେ ଲୁଣ ଅଧ୍ୟା ପଡ଼ି ଯାଇଥବ ତେବେ ତାହା ମଧ୍ୟ ନ୍ୟାୟ !

Page Navigation
1 ... 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36