Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 7
________________ ସମ୍ପାଦକୀୟ ଲକ୍ଷ ଲକ୍ଷ ଲୋକ ବଦ୍ରିନାଥ-କେଦାରନାଥ ଯାତ୍ରାରେ ଗଲେ ଏବଂ ଅଚାନକ ବରଫପାତ ହେବାଦ୍ୱାରା ଶହଶହ ଲୋକ ଦବିହୋଇ ମରିଗଲେ । ଏଭଳି ସମାଚାର ଶୁଣି କେହି ମଧ୍ୟ ଥରିଯାଏ ଯେ କେତେ ଭକ୍ତିଭାବରେ ଭଗବାନଙ୍କ ଦର୍ଶନ କରିବା ପାଇଁ ଯାଉଛନ୍ତି, ସେମାନଙ୍କୁ ହିଁ ଭଗବାନ ଏପରି ମାରି ପକାଉଛନ୍ତି ? ଭଗବାନ ବହୁତ ଅନ୍ୟାୟୀ ଅଟନ୍ତି ! ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତର ଭାଗବାଣ୍ଟରେ ଜଣେ ଭାଇ ଅଧିକ ହଡ଼ପ କରିନେଉଛି, ଅନ୍ୟ ଜଣଙ୍କୁ କମ ମିଳୁଛି, ସେଠି ବୁଦ୍ଧି ‘ନ୍ୟାୟ? ଖୋଜେ । ଶେଷରେ କୋର୍ଟ-କଚେରୀ ଯାଆନ୍ତି ଏବଂ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢ଼ନ୍ତି । ପରିଣାମ ସରୂପ ଆହୁରି ଅଧିକ ଦୁଃଖୀ ହୋଇଚାଲନ୍ତି । ନିର୍ବୋଷ ବ୍ୟକ୍ତି ଜେଲ ଭୋଗେ, ଦୋଷୀ ବ୍ୟକ୍ତି ମଜା ଉଡ଼ାଏ, ତେବେ ଏଥିରେ ନ୍ୟାୟ କ’ଣ ରହିଲା ? ନୀତିବାଲା ମନୁଷ୍ୟ ଦୁଃଖୀ ହୁଅନ୍ତି, ଅନୀତି କରିବାବାଲା ବଙ୍ଗଳା ବନାନ୍ତି ଏବଂ ଗାଡ଼ିରେ ବୁଲନ୍ତି, ସେଠାରେ ନ୍ୟାୟ ସରୂପ କିପରି ଲାଗିବ ? । । ଏଭଳି ଘଟଣା ତ ପାଦେ -ପାଦେ ହୁଏ, ଯେଉଁଠି ବୁଦ୍ଧି ‘ନ୍ୟାୟ? ଖୋଜିବାରେ ଲାଗିଯାଏ ଏବଂ ଦୁଃଖୀ-ଦୁଃଖୀ ହୋଇଯାନ୍ତି ! ପରମ ପୂଜ୍ୟ ଦାଦାଶ୍ରୀଙ୍କ ଅଭୁତ ଆଧାୟିକ ସନ୍ଧାନ ଏହା ଯେ ଏହି ଜଗତରେ କେଉଁଠି ମଧ୍ୟ ଅନ୍ୟାୟ ହୁଏ ହିଁ ନାହିଁ । ଯାହା ହେଲା ତାହା ନ୍ୟାୟ ! ପ୍ରକୃତି କେବେ ମଧ୍ୟ ନ୍ୟାୟରୁ ବାହାରକୁ ଯାଇନାହିଁ । କାହିଁକିନା ପ୍ରକୃତି ଅର୍ଥାତ କେଉଁ ବ୍ୟକ୍ତି ବା ଭଗବାନ ନୁହଁନ୍ତି ଯେ ତା’ ଉପରେ କାହାର ଯୋର ଚାଲିବ । ପ୍ରକୃତି ଅର୍ଥାତ ସାଇଣ୍ଟିଫିକ ସରକସ୍ମିନ୍ଦିୟଲ ଏଭିଡ଼େନ୍ସ । କେତେ ସବୁ ସଂଯୋଗ ଏକାଠି ହୁଅନ୍ତି ତେବେଯାଇ ଏକ କାର୍ଯ୍ୟ ହୁଏ । ଏତେ ସବୁ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକ ହିଁ କାହିଁକି ମଲେ ? ! ଯେଉଁମାନଙ୍କର ମରିବାର ହିସାବ ଥିଲା, ସେହିମାନେ ଶିକାର ହେଲେ, ମୃତ୍ୟୁର ଏବଂ ଦୁର୍ଘଟଣାର ! ଏନ୍ ଇନ୍ସିଡେଣ୍ଟ ହାଜ୍ ସୋ ମେନି କଜେଜ୍ ଏଣ୍ଡ ଏନ୍ ଏକ୍ସିଡେଣ୍ଟ ହାଜ୍ ଠୁ ମେନି କଜେଜ୍ ! ହିସାବ ବିନା ଆମକୁ ଏକ ମଶା ମଧ୍ୟ କାମୁଡ଼ି ପାରିବ ନାହିଁ । ହିସାବ ଅଛି ସେଥିପାଇଁ ଦଣ୍ଡ ଆସିଛି । ଏଥିପାଇଁ ଯାହାକୁ ମୁକ୍ତ ହେବାର ଅଛି, ତା’କୁ ତ ଏ କଥା ବୁଝିବାକୁ ହେବ ଯେ ନିଜ ସହିତ ଯାହା ଯାହା ହେଲା ତାହା ନ୍ୟାୟ ହିଁ ଅଟେ । । ଯାହା ହେଲା ତାହା ନ୍ୟାୟ ଜୀବନରେ ଏହି ଜ୍ଞାନର ଯେତେ ଉପଯୋଗ ହେବ, ସେତେ ଶାନ୍ତି ରହିବ ଏବଂ କୌଣସି ବି ପ୍ରତିକୂଳତାରେ ଭିତରେ ଏକ ପରମାଣୁ ମଧ୍ୟ ହଲିବ ନାହିଁ । ଡା. ନୀରୁବେନ ଅମୀନଙ୍କ ଜୟ ସଚ୍ଚିଦାନନ୍ଦ ।

Loading...

Page Navigation
1 ... 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36