Book Title: Whatever Has Happened Is Justice Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 11
________________ । ଯାହା ହେଲା ତାହା ନ୍ୟାୟ । ବୁଣିଲୁ ଆଉ ଏବେ ନ୍ୟାୟପୂର୍ବକ ଖୋଲିବା ପାଇଁ ବାହାରିଛୁ ? ତାହା କିପରି ସମ୍ଭବ ? ନଅ ଦ୍ଵାରା ‘ଗୁଣା’ କରାଯାଇଥିଲେ ନିଅ ଦ୍ଵାରା ‘ଭାଗ’ କରିବା, ତେବେଯାଇ ନିଜର ମୂଳ ଜାଗାକୁ ଆସିବ । ଅନେକ ବୁଣା ହୋଇଥିବା ସମସ୍ୟା ପଡ଼ି ରହିଛି । ଅତଃ ମୋ ଶବ୍ଦ ଯିଏ ଧରିନେଇଛି, ତା’ର କାମ ହୋଇଯିବ ନା ! ପ୍ରଶ୍ନକର୍ଷା: ହିଁ ଦାଦା, ଏ ଦୁଇ-ତିନୋଟି ଶବ୍ଦ ଧରିଥିବ ଆଉ ଜିଜ୍ଞାସୁ ମଣିଷ ହୋଇଥିବ, ତେବେ ତା’ର କାମ ହୋଇଯିବ । ଦାଦାଶ୍ରୀ: କାମ ହୋଇଯିବ । ଆବଶ୍ୟକତା ଠାରୁ ଅଧୁକ ଚାଲାକି ନଦେଖାଇବ ତେବେ କାମ ହୋଇଯିବ । | ପ୍ରଶ୍ନକର୍ତ୍ତା: ବ୍ୟବହାରରେ ‘ତୁ ନ୍ୟାୟ ଖୋଜିବୁ ନାହିଁ ଏବଂ ଯିଏ ଭୋଗେ ତା’ର ଭୁଲ’, ଏ ଦୁଇ ସୂତ୍ର ଧରିଛି । । ଦାଦାଶ୍ରୀ: ନ୍ୟାୟ ଖୋଜିବୁ ନାହିଁ, ଯଦି ଏହି ବାକ୍ୟ ଧରି ରଖୁବ ତେବେ ତା’ର ସବୁ ଅଇଟ ହୋଇଯିବ । ଏମାନେ ନ୍ୟାୟ ଖୋଜନ୍ତି, ସେଥିପାଇଁ ସବୁ ସମସ୍ୟା ସୃଷ୍ଟି ହୋଇଯାଏ । ପୁଣୋଦୟ ଦ୍ବାରା ହତ୍ୟାକାରୀ ମଧ୍ୟ ଛୁଟେ ନିର୍ଭେଷ... ପ୍ରଶ୍ନକର୍ତ୍ତା: କେହି କାହାର ହତ୍ୟା କରେ, ତେବେ ତାହା ମଧ୍ୟ ନ୍ୟାୟ କୁହାଯିବ ? । ଦାଦାଶ୍ରୀ: ନ୍ୟାୟରୁ ବାହାରେ ତ କିଛି ହୁଏ ନାହିଁ । ଭଗବାନଙ୍କ ଭାଷାରେ ନ୍ୟାୟ ହିଁ କୁହାଯାଏ । ସରକାରଙ୍କ ଭାଷାରେ କୁହାଯାଏ ନାହିଁ, ଏହି ଲୋକଭାଷାରେ କୁହାଯାଏ ନାହିଁ । ଲୋକଭାଷାରେ ତ ହତ୍ୟା କରିବାବାଲାକୁ ହିଁ ଧରି ଆଣନ୍ତି ଯେ ଇଏ ହିଁ ଦୋଷୀ । ଆଉ ଭଗବାନଙ୍କ ଭାଷାରେ କ’ଣ କୁହାଯାଏ ? ତେବେ କହିବା, “ଯାହାର ହତ୍ଯା ହେଲା, ସେ ଦୋଷୀ ଅଟେ । ତେବେ କହିବେ, ଏ ହତ୍ୟା କରିବା ଲୋକର ଦୋଷ ନାହିଁ ? ତେବେ କହିବା, ହତ୍ୟା କରିବା ଲୋକ ଯେବେ ଧରା ପଡ଼ିବ, ସେତେବେଳେ ସେ ଦୋଷୀ ମନାଯିବ ! ଏବେ ତ, ସେ ଧରାପଡ଼ିନି ଆଉ ଇଏ ଧରା ପଡ଼ିଗଲା ! ତୁମକୁ ବୁଝାପଡ଼ିଲା ନାହିଁ ?

Loading...

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36