Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 11
________________ ଘର୍ଷଣ ଟାଳନ୍ତୁ ଗାଡ଼ି ଛାଡ଼ିବାକୁ ଥ‌ିବ ତେବେ ଧୋତି ବାହାର କରିବା ପାଇଁ ବସିରହିବୁନି । ଧୋତିକୁ ଛାଡ଼ିକରି ଦୌଡ଼ି ପଳାଇବୁ । ଆରେ, ଗୋଟିଏ କ୍ଷଣ ମଧ୍ୟ କୌଣସି ଅବସ୍ଥାରେ ବସି ରହିବା ଭଳି ନୁହେଁ । ତେବେ ବାକି ସବୁର କଥା କ’ଣ କରିବା ? ଯେଉଁଠି ତୁମେ ଲାୱଲ, ସେଇଠି ତୁମେ ନିଜ ‘ସରୂପ’କୁ ଭୁଲିଲ । ଯଦି ଭୂଲ୍‌ରେ ମଧ୍ଯ ତୁମେ କାହା ସହ ଝଗଡ଼ାରେ ଆସିଗଲ ତେବେ ତାହାର ସମାଧାନ କରିନିଅ । ସହଜତାରେ, ସେହି ଝଗଡ଼ାରୁ ଘର୍ଷଣର ନିଆଁ ନ ଉଡ଼ାଇ ବାହାରି ଯାଅ । 9 ଟ୍ରାଫିକ୍‌ ଲ ଦ୍ବାରା ଟଳେ ଦୁର୍ଘଟଣା ଯେପରି ଆମେ ରାସ୍ତାରେ ସମ୍ଭାଳିକରି ଚାଲନ୍ତି ନା ! ପରେ ସାମ୍‌ନାବାଲା ବ୍ୟକ୍ତି ଭଲା କେତେ ବି ଖରାପ ହୋଇଥାଏ ଏବଂ ଆମ ସହ ବାଡ଼େଇ ହୁଏ ଆଉ କ୍ଷତି ପହଞ୍ଚାଏ, ସେ କଥା ଅଲଗା । କିନ୍ତୁ ଆମର ଉଦ୍ଦେଶ୍ୟ କ୍ଷତି ପହଞ୍ଚାଇବାର ନ ହେବା ଉଚିତ । ଆମେ ତା’କୁ କ୍ଷତି ପହଞ୍ଚାଇବାକୁ ଯାଉ, ତେବେ ଏଥ‌ିରେ ନିଜର ହିଁ କ୍ଷତି ହୁଏ । ପ୍ରତ୍ୟେକ ଘର୍ଷଣରେ ସର୍ବଦା ଉଭୟଙ୍କର କ୍ଷତି ହୋଇଥାଏ । ଆପଣ ସାମ୍‌ନାବାଲାକୁ ଦୁଃଖ ପହଞ୍ଚାଇଲା ମାତ୍ରେ, ସେହି କ୍ଷଣି ଆପଣଙ୍କୁ ମଧ୍ୟ ଦୁଃଖ ନ ପହଞ୍ଚି ରହିବ ନାହିଁ । ଏହା ହିଁ ଘର୍ଷଣ । ଏଥ‌ିପାଇଁ ମୁଁ ଏହି ଉଦାହରଣ ଦେଇଛି ଯେ ରାସ୍ତାରେ ଟ୍ରାଫିକ୍‌ର ଧର୍ମ କ’ଣ ଅଟେ, କି ଧକ୍କା ହେବେ ତ’ ଆପଣ ମରିଯିବେ, ଦୁର୍ଘଟଣାରେ ବିପଦ ଥାଏ । ଏଥ‌ିପାଇଁ କାହା ସହିତ ଧକ୍କା ହେବନାହିଁ । ଏହିପରି ବ୍ୟବହାରିକ କାର୍ଯ୍ୟରେ ମଧ୍ୟ ଝଗଡ଼ାରେ ପଢ଼ନ୍ତୁ ନାହିଁ । ଝଗଡ଼ା ସର୍ବଦା ବିପଦସଙ୍କୁଳ ହୋଇଥାଏ । ଆଉ ଝଗଡ଼ା ତ’ କେବେ କେବେ ହିଁ ହୁଏ । କ’ଣ ମାସରେ ଦୁଇଶହ ଥର ଝଗଡ଼ା ହୁଏ ? ମାସରେ କେତେ ଥର ଏମିତି ହେଉଥ‌ିବ ? ପ୍ରଶ୍ନକର୍ତ୍ତା : କେବେ କେମିତି ! ଦୁଇ-ଚାରି ଥର । ଦାଦାଶ୍ରୀ : ହଁ, ତେବେ ସେତିକି ଆମକୁ ସୁଧାରି ନେବାର ଅଛି । ମୁଁ କ’ଣ କହିବାକୁ ଚାହୁଁଛି କି, କ’ଣ ପାଇଁ ଆମେ ବିଗାଡ଼ିବା ? କୌଣସି ପ୍ରସଙ୍ଗକୁ ବିଗାଡ଼ିବା ଆମକୁ ଶୋଭା ଦିଏ ନାହିଁ । ଏମାନେ ସବୁ ଟ୍ରାଫିକ୍‌ର ନିୟମର ଆଧାରରେ ଚାଲନ୍ତି, ସେଠି ନିଜର ବୁଦ୍ଧିରେ କେହି ଚାଲନ୍ତି ନାହିଁ ନା ? କିନ୍ତୁ ଏଥରେ ନିଜର

Loading...

Page Navigation
1 ... 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38