Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 24
________________ ଘର୍ଷଣ ଟାଳନ୍ତୁ ଆମର କ’ଣ ବିଗିଡ଼ିଯିବ ? ଏହି କର୍ମ ମୁକୁଳିବାକୁ ଦିଏ ନାହିଁ । ଆମକୁ ତ’ ଛୋଟ ପିଲା ମଧ୍ୟ ସାମ୍‌ନାରେ ଥବ, ତେବେ ମଧ୍ୟ କହିବା ଉଚିତ୍ ଯେ ‘ଏବେ ଆମକୁ ମୁକୁଳାଇ ଦିଅ’ । ୧୫ ଧାରଣ କରିନିଅ ସବୁ, ସାଗର ଭଳି ପେଟରେ ପ୍ରଶ୍ନକର୍ତ୍ତା : ଦାଦା, ବ୍ୟବହାରରେ ଭ୍ୟୁ ପଏଣ୍ଟର ମତଭେଦରେ, ବଡ଼ ସାନର ଭୂଲ୍ ବାହାର କରେ, ସାନ ନିଜଠାରୁ ସାନର ଭୂଲ୍ ବାହାର କରେ, ଏପରି କାହିଁକି ? ଦାଦାଶ୍ରୀ : ତାହା ତ ଏପରି ଅଟେ କି ବଡ଼ ସାନକୁ ଖାଇଯାଏ, ବଡ଼ ସାନର ଭୂଲ୍ ବାହାର କରେ, ତାହା ବଦଳରେ ଆପଣ କୁହନ୍ତୁ କି ମୋର ହିଁ ଭୂଲ୍ ଅଟେ । ଭୂଲ୍‌କୁ ସ୍ୱୀକାର କରିନେବ, ତେବେ ତାହାର ସମାଧାନ ବାହାରେ । ‘ମୁଁ’ କ’ଣ କରେ କି ସାମ୍‌ନାବାଲା ଯଦି ସହି ନପାରେ ତେବେ ‘ମୁଁ” ନିଜ ଉପରକୁ ହିଁ ନେଇନିଏ, ଅନ୍ୟର ଭୂଲ୍ ବାହାର କରେ ନାହିଁ । ଅନ୍ୟକୁ କାହିଁକି ଦୋଷ ଦେବା ? ନିଜ ପାଖରେ ସାଗର ସମାନ ପେଟ ଅଛି ! ଦେଖ ନା, ମୁମ୍ବାଇର ସବୁ ନାଳର ପାଣି ସାଗର ନିଜଠାରେ ଧାରଣ କରିନିଏ ନା ? ସେହିପରି ଆପଣ ମଧ୍ୟ ପିଇଯାଆନ୍ତୁ । ଏହାଦ୍ବାରା କ’ଣ ହେବ କି, ଏହି ପିଲାଙ୍କ ଉପରେ ଆଉ ସବୁ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ସେମାନେ ମଧ୍ୟ ଶିଖିବେ । ପିଲାମାନେ ମଧ୍ୟ ବୁଝିଯାଆନ୍ତି କି ୟାଙ୍କର ପେଟ ସାଗର ପରି ଅଟେ ! ଯେତିକି ଆସେ, ସେତିକି ଜମା କରିନିଅ । ବ୍ୟବହାରରେ ଏପରି ନିୟମ ଅଛି କି ଅପମାନ କରିଲାବାଲା ନିଜର ଶକ୍ତି ଆମକୁ ଦେଇକରି ଯାଏ । ଏଥପାଇଁ ଅପମାନ ନେଇନିଅ ହସି ହସି ! ‘ନ୍ୟାୟ-ସରୂପ’, ସେଠାରେ ହିସାବ ନିଜର ପ୍ରଶ୍ନକର୍ତ୍ତା : ଘର୍ଷଣ ଟାଳିବାର, ‘ସମଭାବରେ ନିକାଲ୍’ (ନିପ୍‌ରା ବା ସମାପନ) କରିବାର ନିଜର ବୃତ୍ତ ଥବ, ତଥାପି ସାମ୍‌ନାବାଲା ମନୁଷ୍ୟ ଆମକୁ ହଇରାଣ କରେ, ଅପମାନ କରେ, ତେବେ ଆମେ କ’ଣ କରିବୁ ?

Loading...

Page Navigation
1 ... 22 23 24 25 26 27 28 29 30 31 32 33 34 35 36 37 38