Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 25
________________ ୧୬ ଘର୍ଷଣ ଟାଳନ୍ତୁ ଦାଦାଶ୍ରୀ : କିଛି ନୁହେଁ । ତାହା ଆପଣଙ୍କ ହିସାବ ଅଟେ । ଏଥିପାଇଁ ତାହାର ସମଭାବରେ ନିକାଲ୍ କରିବାର ଅଛି, ଆପଣଙ୍କୁ ଏପରି ସ୍ଥିର କରିବା ଉଚିତ୍ । ଆପଣ ନିଜର ‘ନିଶ୍ଚୟ’ରେ ହିଁ ରୁହନ୍ତୁ ଏବଂ ଆପଣ ନିଜେ ନିଜେ ପଜଲ୍ ସୋଲ୍‌ କରି ଚାଲନ୍ତୁ । ପ୍ରଶ୍ନକର୍ତ୍ତା :ଏହି ଘର୍ଷଣ ହୁଏ, ତାହା ‘ବ୍ୟବସ୍ଥିତ’ର ଆଧାରରେ ହିଁ ହୁଏ ନା ? ଦାଦାଶ୍ରୀ = ହଁ, ଯେଉଁ ଘର୍ଷଣ ହୁଏ, ତାହା ‘ବ୍ୟବସ୍ଥିତ?(ସାଇଣ୍ଟିଫିକ୍ ସରକସିୟଲ୍ ଏଭିଡ଼େନ୍ସ)ର ଆଧାରରେ ହୁଏ, କିନ୍ତୁ ଏପରି କେତେବେଳେ କହିପାରିବା ? ଝଗଡ଼ା ହୋଇଯିବା ପରେ । ‘ମୋତେ ଝଗଡ଼ା କରିବାର ନାହିଁ ଏପରି ଆପଣଙ୍କ ‘ନିଶ୍ଚୟ’ ହେବା ଉଚିତ୍ । ସାମ୍ନାରେ ଖୁଣ୍ଟ ଦେଲେ, ତେବେ ଆପଣ ବୁଝିଯାଆନ୍ତୁ କି ଖୁଣ୍ଟ ଅଛି, ବୁଲିକରି ଯିବାକୁ ହେବ, ଧକ୍କା ତ’ ହେବାର ହିଁ ନାହିଁ । କିନ୍ତୁ ତଥାପି ଯଦି ଧକ୍କା ହୋଇଯାଏ, ତେବେ ଆପଣ କୁହନ୍ତୁ ଯେ ‘ବ୍ୟବସ୍ଥିତ? ଅଟେ । ପ୍ରଥମରୁ ହିଁ ‘ବ୍ୟବସ୍ଥିତ ଅଟେ, ଏପରି ମାନିକରି ଚାଲିବେ, ତେବେ ତ’ ‘ବ୍ୟବସ୍ଥିତ’ର ଦୁରୋପଯୋଗ ହେଲା କୁହାଯିବ । । ଘର୍ଷଣ ଦ୍ବାରା କ୍ଷୟ, ଆଧାୟିକ ଶକ୍ତିର । ସମସ୍ତ ଆମ୍ବଶକ୍ତି ଯଦି ଶେଷ ହେଉଛି, ତେବେ ତାହା ଘର୍ଷଣ ଦ୍ବାରା । ତିଳେ ମଧ ଘର୍ଷଣ ହୁଏ ତେବେ ଶେଷ । ସାବାଲା ଝଗଡ଼ା କରେ, ତେବେ ଆମକୁ ସଂଯମପୂର୍ବକ ରହିବା ଉଚିତ୍ । ଝଗଡ଼ା ତ’ ହେବା ଉଚିତ ହିଁ ନୁହେଁ । ପୁଣି ପଛେ ଏ ଦେହ ମଧ୍ୟ ଯିବା କଥା ଯଦି ଯାଉ, କିନ୍ତୁ ଝଗଡ଼ାରେ ନ ପଡ଼ିବା ଉଚିତ୍ । ଯଦି କେବଳ ଘର୍ଷଣ ନହେବ, ତେବେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିନେବ । କେହି ଯଦି ଏତିକି ହିଁ ଶିଖିଗଲା କି ‘ମୋତେ ଘର୍ଷଣରେ ଆସିବାର ନାହିଁ, ତେବେ ପୁଣି ତା’କୁ ଗୁରୁଙ୍କର ଅବା ଆଉ କାହାର ମଧ୍ୟ ଆବଶ୍ୟକ ନାହିଁ । ଗୋଟିଏ କିମ୍ବା ଦୁଇଟି ଜନ୍ମରେ ସିଧା ମୋକ୍ଷକୁ ଯିବ । ‘ଘର୍ଷଣରେ ଆସିବାର ହିଁ ନାହିଁ ଏପରି ଯଦି ତା’ର ଶ୍ରଦ୍ଧାରେ ବସିଗଲା ଆଉ ‘ନିଶ୍ଚୟ’ ହିଁ କରିନେଲା, ସେବେଠାରୁ ହିଁ ସେ ସମକିତ୍ ହୋଇଗଲା ! ଅର୍ଥାତ୍ ଯଦି କାହାକୁ ସମକିତ୍ ହେବାର ଥିବ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି କି ଯାଅ, ଘର୍ଷଣ ନ କରିବାର ନିଶ୍ଚୟ କରିନିଅ, ସେବେଠାରୁ ସମକିତ୍

Loading...

Page Navigation
1 ... 23 24 25 26 27 28 29 30 31 32 33 34 35 36 37 38