Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 34
________________ ଘର୍ଷଣ ଟାଳନ୍ତୁ ୨୫ ଦାଦାଶ୍ରୀ : ସେସବୁ ଅହଂର ଚିଙ୍ଗାରି ନୁହେଁ । ସେ ଦେଖାଯାଏ ତ’ ଅହର ଚିଙ୍ଗାରି, କିନ୍ତୁ ତାହା ‘ବିଷୟ’ (ବିକାର)ର ଅଧନ ଅଟେ । ବିଷୟ ନଥିବ, ତେବେ ଏହା ମଧ୍ୟ ହେବ ନାହିଁ । ବିଷୟ ବନ୍ଦ ହୋଇଯିବ, ତାହାପରେ ସେସବୁ ଇତିହାସ ହିଁ ବନ୍ଦ ହୋଇଯିବ । ଏଥିପାଇଁ ଯଦି କେଉଁ ସାମୀ-ସ୍ତ୍ରୀ ବର୍ଷକ ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରନ୍ତି ତେବେ ତାଙ୍କୁ ମୁଁ ପଚାରେ । ସେତେବେଳେ ସେମାନେ କୁହନ୍ତି, “ଜୀବନରେ ତିଳେ ମାତ୍ର ମଧ୍ୟ କଳି ତକରାଳ ନାହିଁ, କିଟ୍-କିଟ୍ ନାହିଁ, ଖଟ୍-ଖଟ୍ ନାହିଁ, କିଛି ମଧ୍ୟ ନାହିଁ, ଟ୍ରେଣ୍ଡ ଷ୍ଟିଲ୍ !” ମୁଁ ପୁଣି ପଚାରେ, ମୁଁ ଜାଣେ ଯେ ଏପରି ହୋଇଯାଏ, ଅର୍ଥାତ୍ ତାହା ବିଷୟର କାରଣରୁ ହୋଇଥାଏ। ପ୍ରଶ୍ନକର୍ତ୍ତା : ପ୍ରଥମେ ତ’ ମୁଁ ଏପରି ଭାବୁଥିଲି ଯେ ଘରର କାମଦାମ କାରଣରୁ ଘର୍ଷଣ ହେଉଥିବ । କିନ୍ତୁ ଘରର କାମରେ ହେଲ୍ କଲାପରେ ମଧ୍ୟ ଘର୍ଷଣ ହୋଇଥାଏ । ଦାଦାଶ୍ରୀ : ସେସବୁ ଘର୍ଷଣ ହେବ ହିଁ । ଯେ ପର୍ଯ୍ୟନ୍ତ ଏ ବିକାରୀ ମାମଲା ଥିବ, ସମ୍ବନ୍ଧ ଥିବ, ସେ ପର୍ଯ୍ୟନ୍ତ ଘର୍ଷଣ ହେବ ହିଁ । ଘର୍ଷଣର ମୂଳ ହିଁ ଏହା ଅଟେ । ଯିଏ ବିଷୟକୁ ଜିତିଗଲା, ତା’କୁ କେହି ହରାଇ ପାରିବ ନାହିଁ । କେହି ତା’ର ନାମ ମଧ୍ୟ ନେଇ ପାରିବ ନାହିଁ । ତାହାର ପ୍ରଭାବ ପଡ଼େ । । ଘର୍ଷଣ, ସୁଳରୁ ସୃଷ୍ପତ୍ତମ ପର୍ଯ୍ୟନ୍ତ । ପ୍ରଶ୍ନକର୍ତ୍ତା : ଆମର ବାକ୍ୟ ହେଉଛି ଯେ, ‘ଘର୍ଷଣ ଟାଳନ୍ତୁ’ ଏହି ବାକ୍ୟର ଆରାଧନା କରିଚାଲିବୁ ତେବେ ସିଧା ମୋକ୍ଷରେ ପହଞ୍ଚାଇବ । ସେଥିରେ ସୁଳ ଘର୍ଷଣ ଟାଳିବ, ପୁଣି ରେ-ଧରେ ବଢ଼ି-ବଢ଼ି ସୂକ୍ଷ୍ମ ଘର୍ଷଣ, ସୂକ୍ଷ୍ମତର ଘର୍ଷଣ ଟାଳନ୍ତୁ’, ଏହା କିପରି ? ତାହା ବୁଝାଇ ଦିଅନ୍ତୁ । । ଦାଦାଶ୍ରୀ : ତା’କୁ ଅନ୍ତର୍ଦ୍ଧଷ୍ଟି ମିଳିଚାଲିବ । ଯେମିତି ଯେମିତି ଆଗକୁ ବଢ଼ି ଚାଲିବ ତେବେ, କାହାକୁ ଶିଖାଇବାକୁ ପଡ଼ିବ ନାହିଁ, ଆପେ ଆପେ ହିଁ ଆସିଯାଏ । ଏହି ଶବ୍ଦ ହିଁ ଏପରି ଯେ ସିଧା ମୋକ୍ଷକୁ ନେଇଯାଏ। । ଅନ୍ୟ ଏକ ସୂତ୍ର- ‘ଯିଏ ଭୋଗେ ତା’ର ଭୁଲ୍’, ଏହା ମଧ୍ୟ ମୋକ୍ଷକୁ ନେଇଯିବ। ଏହି ଗୋଟିଏ-ଗୋଟିଏ ଶବ୍ଦ ମୋକ୍ଷକୁ ନେଇଯିବ । ଏଥିରେ ମୋର ଗ୍ୟାରେଣ୍ଟି ଅଛି ।

Loading...

Page Navigation
1 ... 32 33 34 35 36 37 38