Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 32
________________ ଘର୍ଷଣ ଟାଳନ୍ତୁ ୨୩ । ଦୋଷ ଧୋଇଯାଏ ପ୍ରତିକ୍ରମଣ ଦ୍ଵାରା କାହା ସହିତ ଘର୍ଷଣରେ ଆସିବା ପରେ ନିଜ ଦୋଷ ଦେଖାଯାଏ ଆଉ ଘର୍ଷଣରେ ନ ଆସୁ ତେବେ ଦୋଷଗୁଡ଼ିକ ଢ଼ାଙ୍କିହୋଇ ରହିଥାଏ । ପ୍ରତ୍ୟେକ ଦିନ ପାଞ୍ଚଶହ-ପାଞ୍ଚଶହ ଦୋଷ ଦେଖାଯାଏ ତେବେ ବୁଝିବ ଯେ ପୂର୍ଣ୍ଣାହୁତି ନିକଟତର ହେଉଛି । । ଏଥିପାଇଁ ଯେଉଁଠି ମଧ୍ୟ ଥାଅ ସେଠାରେ ଘର୍ଷଣ ଟାଳ । ଏ ଘର୍ଷଣ କରି ଏହି ଜନ୍ମ ତ’ ବିଗାଡ଼ନ୍ତି ହିଁ, କିନ୍ତୁ ପରଜନ୍ମର ମଧ୍ୟ ବିଗାଡ଼ନ୍ତି ! ଯିଏ ଏହି ଜନ୍ମର ବିଗାଡ଼ନ୍ତି ସେମାନେ ପରଜନ୍ମର ନ ବିଗାଡ଼ି ରୁହନ୍ତି ହିଁ ନାହିଁ ! ଯାହାର ଏହି ଜନ୍ମ ସୁଧୁରିବ, ତା’ର ପରଜନ୍ମ ସୁଧୁରିଯିବ । ଏହି ଜନ୍ମରେ ଯଦି କୌଣସି ପ୍ରକାରର ବାଧାବିଘ୍ନ ଆସିନାହିଁ ତେବେ ଜାଣିବ ଯେ ପରଜନ୍ମରେ ମଧ୍ୟ ବାଧାବିଘ୍ନ ନାହିଁ । ଆଉ ଏହିଠାରେ ସମସ୍ୟା ସୃଷ୍ଟି କରିବ, ତେବେ ସେମାନେ ସବୁ ସେଠାରେ ଆସିବେ ହିଁ । । ତିନି ଜନ୍ମର ଗ୍ୟାରେଣ୍ଟି ଯାହାର ଘର୍ଷଣ ହେବ ନାହିଁ, ତା’ର ତିନି ଜନ୍ମରେ ମୋକ୍ଷ ହେବ, ତାହାର ମୁଁ ଗ୍ୟାରେଣ୍ଟି ଦେଉଛି । ଘର୍ଷଣ ହୋଇଯାଏ, ତେବେ ପ୍ରତିକ୍ରମଣ କରିନେବ । ଘର୍ଷଣ ପୁଦ୍ରଗର ଅଟେ ଏବଂ ପୁଗଲ୍ ଦ୍ଵାରା ପୁତ୍ବଗର ଘର୍ଷଣ ପ୍ରତିକ୍ରମଣ ଦ୍ୱାରା ନାଶ ହୁଏ । । ସାମ୍ବବାଲା ‘ଭାଗ’ କରେ ତେବେ ଆମକୁ ‘ଗୁଣନ’ କରିବା ଉଚିତ୍, ତାହାଦ୍ୱାରା ହିସାବ ଉଡ଼ିଯାଏ । ସାମ୍ବାଲା ବ୍ୟକ୍ତି ବିଷୟରେ ଏପରି ଭାବିବା ଯେ, ସେ ମୋତେ ଏମିତି କହିଲା, ସେମିତି କହିଲା’, ଏହା ହିଁ ତ୍ରୁଟି, ଏଠି ରାସ୍ତାରେ ଯିବା ସମୟରେ ଗଛ ସହିତ ଧକ୍କା ହେଲେ ତେବେ ତାହା ସହିତ କାହିଁକି ଲଢ଼ନ୍ତି ନାହିଁ ? ଗଛକୁ ଜଡ଼ କିପରି କହିବା ? ଯେଉଁମାନେ ଧକ୍କା ହୁଅନ୍ତି, ସେମାନେ ସବୁ ଗଛ ହିଁ ଅଟନ୍ତି । ଗାଈର ପାଦ ଆମ ଉପରେ ପଡ଼େ, ତେବେ ଆମେ କିଛି କହୁ କି ? ଏପରି ହିଁ ଏହି ସବୁ ଲୋକମାନଙ୍କ ପାଇଁ ଅଟେ ।

Loading...

Page Navigation
1 ... 30 31 32 33 34 35 36 37 38