Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୨୨
ଘର୍ଷଣ ଟାଳନ୍ତୁ
। ମାତ୍ର ସେହି ଘର୍ଷଣ ଯୋଗୁଁ ଆମେ ପରସ୍ପର ଅଲଗା ନ ହୋଇଯାଉ, କେବଳ ଏତିକି ଦେଖୁବାର ଅଛି । ତାହା ତ’ ପତି-ପତ୍ନୀଙ୍କ ମଧ୍ୟରେ ବି ହୋଇଥାଏ । କିନ୍ତୁ ସେମାନେ ପୁଣି ଏକାଠି ହିଁ ରୁହନ୍ତି ନା ନାହିଁ ? ! ତାହା ତ’ ହୁଏ । ଏଥିରେ କାହା ଉପରେ କେହି ଚାପ ପକାଇନଥାଏ ଯେ, “ତୁମେ ଘର୍ଷଣ କରନାହିଁ ।”
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଘର୍ଷଣ ନହେଉ ଏପରି ଭାବ ତ? ନିରନ୍ତର ରହିବା ଉଚିତ୍ ନା ?
। ଦାଦାଶ୍ରୀ = ହଁ, ରହିବା ଉଚିତ୍ । ଏହା ହିଁ କରିବାର ଅଛି ନା ! ତାହା ପାଇଁ ପ୍ରତିକ୍ରମଣ କରିବାର ଅଛି ଏବଂ ତାହା ପ୍ରତି ଉତ୍ତମ ଭାବ ହିଁ ରଖୁବାର ଅଛି ! ପୁଣି ଯଦି ଏପରି ହୋଇଯାଏ ତ’ ପୁଣି ଥରେ ପ୍ରତିକ୍ରମଣ କର, କାରଣ ଗୋଟିଏ ପରସ୍ତ ଚାଲିଯିବ, ପୁଣି ଦ୍ବିତୀୟ ପରସ୍ତ ଚାଲିଯିବ । ଏପରି ପରସ୍ତ ବାଲା ଅଟେ ନା ? ମୋର ତ’ ଯେବେ ଘର୍ଷଣ ହେଉଥିଲା, ସେତେବେଳେ ନୋଟ୍ କରୁଥିଲି କି ଆଜି ଭଲ ଜ୍ଞାନ ପାଇଲି ! ଘର୍ଷଣ ଦ୍ବାରା ଖସି ଯାଏ ନାହିଁ, ଜାଗୃତ ହିଁ ରହେ ନା ! ତାହା ଆମ୍ବାର ଭିଟାମିନ୍ ଅଟେ । ଅର୍ଥାତ୍ ଏହି ଘର୍ଷଣରେ ଝାଞ୍ଜଟ ନାହିଁ । ଘର୍ଷଣ ପରେ ଜଣେ ଅନ୍ୟଠାରୁ ଅଲଗା ହେବ ନାହିଁ, ତାହା ପୁରୁଷାର୍ଥ ଅଟେ । ଯଦି ସାମ୍ବାଲାଠାରୁ ଆମର ମନ ଅଲଗା ହେଉଅଛି, ତେବେ ପ୍ରତିକ୍ରମଣ କରି ରାସ୍ତାକୁ ନେଇ ଆସିବ । ମୁଁ ଏହି ସମସ୍ତଙ୍କ ସହିତ କେଉଁ ପ୍ରକାର ତାଳମେଳ ରଖୁଥିବି ? ଆପଣଙ୍କ ସହିତ ତାଳମେଳ ରହେ ନା ରହେ ନାହିଁ ? ଏପରି ଅଟେ, ଶବ୍ଦ ଦ୍ଵାରା ଘର୍ଷଣ ଆରମ୍ଭ ହୁଏ । ମୋତେ ବହୁତ କହିବାକୁ ପଡୁଛି, ତଥାପି ଘର୍ଷଣ ହେଉନାହିଁ ନା ! । ଘର୍ଷଣ ତ’ ହୁଏ । ଏହି ବାସନକୁସନ ବାଡ଼େଇ ହୋଇ ଶବ୍ଦ କରନ୍ତି ନା ନାହିଁ ? ପୁଗଲର ସଭାବ ହେଉଛି ଘର୍ଷଣ ହେବା । କିନ୍ତୁ ଏପରି ‘ମାଲ୍ ଭରିହୋଇଥିବ, ତେବେ । ଭରିହୋଇନଥିବ ତେବେ ନୁହେଁ । ମୋର ମଧ୍ୟ ଘର୍ଷଣ ହେଉଥିଲା କିନ୍ତୁ ଜ୍ଞାନ ହେଲା ପରେ ଘର୍ଷଣ ହୋଇନାହିଁ । କାରଣ ମୋର ଜ୍ଞାନ ଅନୁଭବ ଜ୍ଞାନ ଅଟେ ଏବଂ ମୁଁ ଏହି ଜ୍ଞାନ ଦ୍ଵାରା ସବୁ ନିକାଲ୍ କରିକି ଆସିଛି ଆଉ ଆପଣଙ୍କୁ ନିକାଲ୍ କରିବା ବାକି ଅଛି ।

Page Navigation
1 ... 29 30 31 32 33 34 35 36 37 38