Page #1
--------------------------------------------------------------------------
________________
ଦାଦା ଭଗବାନ ପ୍ରରୂପିତ
ଘର୍ଷଣ ଟାଳନ୍ତୁ
। କାହା ସହିତ ମଧ୍ୟ ଘର୍ଷଣ ହୋଇଯାଏ, ତାହା ନିଜର ଅଜ୍ଞାନତାର ପରିଚୟ ଅଟେ ।
Page #2
--------------------------------------------------------------------------
________________
ଦାଦା ଭଗବାନ ପ୍ରରୂପିତ
ଘର୍ଷଣ ଟାଳନ୍ତୁ
ସଂକଳନ : ଡା. ନୀରୁବହନ ଅମୀନ
Page #3
--------------------------------------------------------------------------
________________
ପ୍ରକାଶକ : ଶ୍ରୀ ଅଜିତ୍ ସି. ପଟେଲ
ଦାଦା ଭଗବାନ ଆରାଧନା ଟ୍ରଷ୍ଟ ୫, ମମତା ପାର୍କ ସୋସାଇଟୀ, ନବଗୁଜରାଟ କଲେଜ ପଛ, ଉସ୍ନାନପୁରା, ଅହମଦାବାଦ୍-୩୮୦୦୧୪, ଗୁଜୁରାଟ ଫୋନ୍ : (୦୭୯) ୩୯୮୩୦୧୦୦
All Rights reserved - Deepakbhai Desai Trimandir, Simandhar City Ahmedabad-Kalol Highway, Adalaj, Dist- Gandhinagar-382421, Gujarat, India No part of this book may be used or reproduced in any manner whatsoever without written permission from the holder of the copyrights.
ପ୍ରଥମ ସଂସ୍କରଣ : ବହି ସଂଖ୍ୟା ୧୦୦୦
ଅଗଷ୍ଟ ୨୦୧୬
ଭାବ ମୂଲ୍ୟ : ‘ପରମ ବିନୟ’ ଏବଂ
‘ମୁଁ କିଛି ମଧ୍ୟ ଜାଣି ନାହିଁ, ଏହି ଭାବ !
ଦ୍ରବ୍ୟ ମୂଲ୍ୟ : ୧୦ ଟଙ୍କା
ମୁଦ୍ରକ : ଅମ୍ବା ଓସେଟ୍
ପାର୍ଶ୍ଵନାଥ ଚାମ୍ବର୍ସ, ନୁଆ ରିଜର୍ଭ ବ୍ୟାଙ୍କ ପାଖ, ଇକକ୍ସ, ଅହମଦାବାଦ୍ – ୩୮୦୦୧୪ ଫୋନ : (୦୭୯) ୨୭୫୪ ୨୯୬୪
Page #4
--------------------------------------------------------------------------
________________
ତ୍ରିମନ୍ତ୍ର
વર્તમાનતીર્થંકર
શ્રીસીમંધરસ્વામી
ନମୋ ଅରିହଂତାଣଂ ନମୋ ସିଦ୍ଧାଶଂ
ନମୋ ଆୟରିୟାଣଂ
ନମୋ ଉବଚ୍ଛାୟାଣଂ ନମୋ ଲୋଏ ସବ୍ସସାହୁକଂ ଏସେ ପଞ୍ଚ ନମୁକ୍ତାରୋ, ସବୁ ପାବଟଣାସଣୋ ମଙ୍ଗଳାମଂ ଚ ସନ୍ଦେସିଂ,
ପଢମଂ ହବଇ ମଙ୍ଗଳମ୍ ୧ ଓଁ ନମୋ ଭଗବତେ ବାସୁଦେବାୟ ୨ ଓଁ ନମଃ ଶିବାୟ ୩ ॥ ଜୟ ସଚ୍ଚିଦାନନ୍ଦ II
21 ଲବ ଓla ra Terted
Page #5
--------------------------------------------------------------------------
________________
‘ଦାଦା ଭଗବାନ’ କିଏ ? ଜୁନ୍ ୧୯୫୮ର ଏକ ସନ୍ଧ୍ୟାର ପାଖାପାଖୁ ଛଅଟା ସମୟ, ଭିଡ଼ରେ ଭରି |ହୋଇଥିବା ସୁରତ ସହରର ରେଲୱେ ଷ୍ଟେସନ୍, ପ୍ଲାଟଫର୍ମ ନମ୍ବର ୩ ର ବେଞ୍ଚ ଉପରେ ବସିଥିବା ଶ୍ରୀ ଆୟାଲାଲ୍ ମୁଜୀଭାଈ ପଟେଲ୍ ରୂପୀ ଦେହମନ୍ଦିରରେ ପ୍ରାକୃତିକ ରୂପରେ, ଅକ୍ରମ ରୂପରେ, କେତେ ଜନ୍ମରୁ ବ୍ୟକ୍ତ ହେବାପାଇଁ ଆତୁର ‘ଦାଦା ଭଗବାନ’ ପୂର୍ଣ୍ଣ ରୂପରେ ପ୍ରକଟ ହେଲେ । ଏବଂ ପ୍ରକୃତି ସଜ୍ଜିତ କଲା ଅଧାମୂର ଅଭୁତ ଆଶ୍ଚର୍ଯ୍ୟ । ଏକ ଘଷ୍ଟା ତାଙ୍କୁ ବିଶ୍ୱ ଦର୍ଶନ ହେଲା । ମୁଁ କିଏ ? ଭଗବାନ କିଏ ? ଜଗତ କିଏ ଚଲାଉଛି ? କର୍ମ କ’ଣ ? ମୁକ୍ତି କ’ଣ ?” ଇତ୍ୟାଦି ଜଗତର ସମସ୍ତ ଆଧାର୍ମିକ ପ୍ରଶ୍ନର ସଂପୂର୍ଣ୍ଣ ରହସ୍ୟ ପ୍ରକଟ ହେଲା । ଏହିପରି ପ୍ରକୃତି ବିଶ୍ଵ ସମ୍ମୁଖରେ ଏକ ଅଦ୍ବିତୀୟ ପୂର୍ଣ ଦର୍ଶନ ପ୍ରସ୍ତୁତ କଲା ଏବଂ ତାହାର ମାଧ୍ୟମ ହେଲେ ଶ୍ରୀ ଆମ୍ବାଲାଲ୍ ମୂଲ୍ଜୀଭାଈ ପଟେଲ, ଯିଏ ଗୁଜୁରାଟର ଚରୋତର କ୍ଷେତ୍ରର ଭାଦରଣ ଗାଁ’ର ପାଗୀଦାର,କଂଟ୍ରାକ୍ଟ ବ୍ୟବସାୟ କରିବାବାଲା, ତଥାପି ପୂର୍ଣ୍ଣ ରୂପରେ ବିତରାଗ ପୁରୁଷ !
‘ବ୍ୟାପାରରେ ଧର୍ମ ରହିବା ଉଚିତ୍, ଧର୍ମରେ ବ୍ୟାପାର ନୁହେଁ, ଏହି ସିଦ୍ଧାନ୍ତ ସହ ସେ ସାରା ଜୀବନ ବିତାଇଛନ୍ତି । ଜୀବନରେ କେବେ ମଧ୍ୟ କାହାରିଠାରୁ |ପଇସା ନେଇ ନାହାନ୍ତି ବରଂ ନିଜ ରୋଜଗାରରୁ ଭକ୍ତମାନଙ୍କୁ ଯାତ୍ରା କରାଉଥିଲେ ।
ତାଙ୍କୁ ଯେପରି ପ୍ରାପ୍ତ ହେଲା, ସେହିପରି କେବଳ ଦୁଇ ଘଣ୍ଟାରେ ଅନ୍ୟ ମୁମୁକ୍ଷୁମାନଙ୍କୁ ମଧ୍ୟ ସେ ଆମ୍ବନର ପ୍ରାପ୍ତି କରାଉଥିଲେ, ତାଙ୍କର ଅଭୁତ ସିଦ୍ଧ ହୋଇଥିବା ଜ୍ଞାନ ପ୍ରୟୋଗ ଦ୍ଵାରା । ତାହାକୁ ଅକ୍ରମ ମାର୍ଗ କହିଲେ । ଅକ୍ରମ ଅର୍ଥାତ୍ କ୍ରମ ବିନା ଏବଂ କ୍ରମ ଅର୍ଥାତ୍ ସିଢ଼ି ପରେ ସିଢ଼ି, କ୍ରମାନୁସାରେ ଉପରକୁ ଚଢ଼ିବା ।। |ଅକ୍ରମ ଅର୍ଥାତ୍ ଲିଫ୍ ମାର୍ଗ, ସର୍ଟ କଟ୍ ।
। ସେ ନିଜେ ପ୍ରତ୍ୟେକଙ୍କୁ ‘ଦାଦା ଭଗବାନ କିଏ ?’ର ରହସ୍ୟ ଜଣାଇବାକୁ। ଯାଇ କହୁଥିଲେ ଯେ, ଏ ଯିଏ ଆପଣଙ୍କୁ ଦେଖାଯାଉଛନ୍ତି ସେ ଦାଦା ଭଗବାନ ନୁହଁନ୍ତି, ସେ ତ ‘ଏ.ଏମ୍. ପଟେଲ୍ ଅଟେ । ମୁଁ ଜ୍ଞାନୀପୁରୁଷ ଅଟେ ଏବଂ ଭିତରେ ଯିଏ ପ୍ରକଟ ହୋଇଛନ୍ତି, ସେ ‘ଦାଦା ଭଗବାନ’ ଅଟନ୍ତି । ଦାଦା ଭଗବାନ ତ’ ଚଉଦ । ଲୋକର ନାଥ ଅଟନ୍ତି । ସେ ଆପଣଙ୍କ ଭିତରେ ମଧ୍ୟ ଅଛନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆପଣଙ୍କ ଭିତରେ ଅବ୍ୟକ୍ତ ରୂପରେ ଅଛନ୍ତି ଏବଂ ଏଠାରେ’ ସଂପୂର୍ଣ୍ଣ ରୂପରେ ବ୍ୟକ୍ତ ହୋଇଛନ୍ତି । ଦାଦା ଭଗବାନଙ୍କୁ ମୁଁ ମଧ୍ୟ ନମସ୍କାର କରିଥାଏ।”
Page #6
--------------------------------------------------------------------------
________________
ଆମ୍ବିଜ୍ଞାନ ପ୍ରାପ୍ତି ପାଇଁ ପ୍ରତ୍ୟକ୍ଷ ଲିଙ୍କୁ
“ମୁଁ ତ କିଛି ଲୋକଙ୍କୁ ନିଜ ହାତରେ ସିଦ୍ଧି ପ୍ରଦାନ କରିବାକୁ ଯାଉଛି । ପରେ ଅନୁଗାମୀ ଦରକାର କି ନାହିଁ ? ପରେ ଲୋକଙ୍କୁ ମାର୍ଗ ତ ଦରକାର ନା ?”
- ଦାଦାତ୍ରୀ
। ପରମ ପୂଜ୍ୟ ଦାଦାଶ୍ରୀ ଗାଁ’-ଗାଁ’, ଦେଶ-ବିଦେଶ ପରିଭ୍ରମଣ କରି ମୁମୁକ୍ଷୁମାନଙ୍କୁ ସସଙ୍ଗ ଏବଂ ଆମ୍ବିଜ୍ଞାନର ପ୍ରାପ୍ତି କରାଉଥିଲେ । ସେ ନିଜର ଜୀବନ କାଳ ମଧ୍ୟରେ ପୂଜ୍ୟ ଡା. ନୀରୂବହନ ଅମୀନ (ନୀରୂମୀ)ଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଇବାର ଜ୍ଞାନସିଦ୍ଧି ପ୍ରଦାନ କରିଥିଲେ । ଦାଦାଶ୍ରୀଙ୍କ ଦେହ ବିଲୟ ପରେ ନୀରୂମା ସେହିପରି ମୁମୁକ୍ଷୁମାନଙ୍କୁ ସସଙ୍ଗ ଏବଂ ଆତ୍ମଜ୍ଞାନର ପ୍ରାପ୍ତି, ନିମିତ୍ତ ଭାବରେ କରାଉଥିଲେ। ପୂଜ୍ୟ ଦୀପକଭାଈ ଦେଶାଈଙ୍କୁ ଦାଦାଶ୍ରୀ ସସଙ୍ଗ କରିବା ପାଇଁ ସିଦ୍ଧି ପ୍ରଦାନ କରିଥିଲେ । ନୀରୁର୍ମୀଙ୍କ ଉପସ୍ଥିତିରେ ହିଁ ତାଙ୍କର ଆଶୀର୍ବାଦ ଦ୍ବାରା ପୂଜ୍ୟ ଦୀପକଭାଈ ଦେଶ-ବିଦେଶରେ ଅନେକ ଜାଗାକୁ ଯାଇ ମୁମୁକ୍ଷୁମାନଙ୍କୁ ଆମ୍ବିଜ୍ଞାନ ପ୍ରାପ୍ତି କରାଉଥିଲେ, ଯାହା ନୀରୂମାଙ୍କ
ଦେହବିଲୟ ପରେ ଆଜି ମଧ୍ୟ ଚାଲୁଅଛି। ଏହି ଆମ୍ବିଜ୍ଞାନ ପ୍ରାପ୍ତି ପରେ ହଜାର ହଜାର ମୁମୁକ୍ଷୁ ସଂସାରରେ ରହି, ନିଜର ସାଂସାରିକ ଦାୟିତ୍ବ ବହନ କରି ମଧ୍ୟ ମୁକ୍ତ ରହି ଆମ୍ବରମଣତାର ଅନୁଭବ କରୁଛନ୍ତି ।
। ଗ୍ରନ୍ଥରେ ମୁଦ୍ରିତ ବାଣୀ ମୋକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ପାଇଁ ଅତ୍ୟନ୍ତ ଉପଯୋଗୀ ସିଦ୍ଧ ହେବ, କିନ୍ତୁ ମୋକ୍ଷପ୍ରାପ୍ତି ପାଇଁ ଆମ୍ବିଜ୍ଞାନ ପ୍ରାପ୍ତ କରିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଅକ୍ରମ ମାର୍ଗ ଦ୍ଵାରା ଆମ୍ବିଜ୍ଞାନ ପ୍ରାପ୍ତିର ମାର୍ଗ ଆଜି ମଧ୍ୟ ଖୋଲା ଅଛି । ଯେପରି ପ୍ରଜ୍ୱଳିତ ଦୀପ ହିଁ ଅନ୍ୟ ଦୀପକୁ ପ୍ରଜ୍ୱଳିତ କରିପାରେ, ସେହିପରି ପ୍ରତ୍ୟକ୍ଷ ଆମ୍ବିଜ୍ଞାନୀଙ୍କଠାରୁ ଆମ୍ବିଜ୍ଞାନ ପ୍ରାପ୍ତି କରି ହିଁ ନିଜର ଆମ୍ବା ଜାଗୃତ ହୋଇପାରେ ।
Page #7
--------------------------------------------------------------------------
________________
ନିବେଦନ
ପ୍ରସ୍ତୁତ ଅନୁବାଦରେ ଏହା ବିଶେଷ ଧ୍ୟାନ ରଖାଯାଇଛି ଯେ, ପାଠକଙ୍କୁ ଦାଦାଶ୍ରୀଙ୍କ ବାଣୀ ଶୁଣାଯିବା ପରି ଅନୁଭବ ହେବ । ତାଙ୍କର ହିନ୍ଦୀଭାଷା ବିଷୟରେ ସେ କହୁଥିଲେ ଯେ ‘ମୋର ହିନ୍ଦୀ ଅର୍ଥାତ୍ ଗୁଜରାଟୀ, ହିନ୍ଦୀ ଏବଂ ଇଂରାଜୀର ମିକ୍ସଚର (ମିଶ୍ରଣ) ଅଟେ, ମାତ୍ର ଯେତେବେଳେ ‘ଟି’(ଚା) ତିଆରି ହେବ, ସେତେବେଳେ ବହୁତ ଭଲ ଲାଗିବ’ ।
ଜ୍ଞାନୀଙ୍କ ବାଣୀକୁ ଓଡ଼ିଆ ଭାଷାରେ ହିନ୍ଦୀ ‘ଟକରାଓ ଟାଲିଏ’ ପୁସ୍ତକରୁ ଯଥାର୍ଥ ରୂପରେ ଅନୁବାଦ କରିବାର ପ୍ରଯତ୍ନ କରାଯାଇଛି ମାତ୍ର ଦାଦାଶ୍ରୀଙ୍କ ଆତ୍ମଜ୍ଞାନର ସଠିକ୍ ଅର୍ଥ, ଯେପରି କହିଛନ୍ତି ସେପରି ଭାବରେ ଆପଣଙ୍କୁ ଗୁଜୁରାଟୀ ଭାଷାରେ ଅବଗତ ହେବ । ଯେଉଁମାନଙ୍କୁ ଜ୍ଞାନର ଗଭୀରତା ମଧ୍ୟକୁ ଯିବାର ଅଛି, ଜ୍ଞାନର ପ୍ରକୃତ ମର୍ମ ବୁଝିବାର ଅଛି, ସେମାନେ ଏଥିପାଇଁ ଗୁଜୁରାଟୀ ଭାଷା ଶିଖନ୍ତୁ, ଏହା ଆମର ନମ୍ର ବିନତି।
ଅନୁବାଦଜନିତ ତ୍ରୁଟି ପାଇଁ ଆପଣଙ୍କ ପାଖରେ ଆମେ କ୍ଷମାପ୍ରାର୍ଥୀ ଅଟୁ।
Page #8
--------------------------------------------------------------------------
________________
English Books of Akram Vignan of Dada Bhagwan 1. Adjust Everywhere
19. Generation Gap 2. Avoid Clashes
20. Harmony in Marriage 3. The Fault is of the Sufferer 21. Life without Conflict 4. Whatever Happened is 22. Money Justice
23. Noble Use of Money 5. Who am I?
24. Pratikraman: The master 6. Ahimsa : Non-Violence
key that resolves all 7. Anger
conflicts 8. Aptavani - 1
25. Pure Love 9. Aptavani - 2
26. Right Understanding to
Help Others 10. Aptavani-4
27. Science of Karma 11. Aptavani-5
28. Science of Speech 12. Aptavani - 6
29. Shree Simandhar Swami : 13. Aptavani - 8
The Living God 14. Aptavani - 9
30. The Essence of All 15. Autobiography of Gnani
Religion Purush A.M.Patel
The Guru and The 16. Brahmacharya : Celibacy
Disciple Attained with
32. Trimantra: The Mantra Understanding
that removes all worldly 17. Death : Before, During &
obstacles After...
33. Worries 18. Flawless Vision
34. Self realisation
Magazines in Every Month oso Dadavani (Hindi, English & Gujurati) for followers of Akram Express (Hindi, English & Gujurati) for Kids Akram Youth (English) for youth.
* ଆତ୍ମସାକ୍ଷାତ୍କାର * ଘର୍ଷଣ ଟାଳନ୍ତୁ । ଓଡ଼ିଆ ପୁସ୍ତକ
* ଏଡ଼ଜଷ୍ଟ ଏଭ୍ର ଜ୍ୟେୟାର ମୁଁ କିଏ ?
Page #9
--------------------------------------------------------------------------
________________
ସମ୍ପାଦକୀୟ ‘ଘର୍ଷଣ ଟାଳନ୍ତୁ ଏହି ଗୋଟିଏ ହିଁ ସୂତ୍ର ଯଦି ଜୀବନରେ ସିଧା ଆସିଗଲା, ତା’ର ସଂସାର ତ’ ସୁନ୍ଦର ହୋଇ ହିଁ ଯିବ, ସାଥିରେ ମୋକ୍ଷ ମଧ୍ୟ ସିଧା ସାମ୍ନାକୁ ଚାଲିକରି ଆସିବ । ଏହା ନିର୍ବିବାଦ ବାକ୍ୟ ଅଟେ !
। ଅକ୍ରମ ବିଜ୍ଞାନୀ ସଂପୂଜ୍ୟ ଦାଦାଶ୍ରୀଙ୍କ ଦ୍ବାରା ଦିଆଯାଇଥିବା ଏହି ସୂତ୍ରକୁ ଆପଣେଇ କେତେସବୁ ଲୋକ ପାରିହୋଇଗଲେ । ସେମାନଙ୍କ ଜୀବନ ସୁଖ-ଶାନ୍ତିମୟ
ହେଲା ଏବଂ ସେମାନେ ମୋକ୍ଷର ଯାତ୍ରୀ ହୋଇଗଲେ ! ଏଥିପାଇଁ ପ୍ରତ୍ୟେକଙ୍କୁ ମାତ୍ର ଦୃଢ଼ ‘ନିଶ୍ଚୟ’ କରିବାର ଅଛି ଯେ ମୋତେ କାହାରି ସହିତ ଘର୍ଷଣରେ ଆସିବାର ନାହିଁ । ସାବାଲା ଖୁବ୍ ଲଢ଼ିବାକୁ ଯଦି ଚାହେଁ, ତଥାପି ମୋତେ ଲଢ଼ିବାର ନାହିଁ, କିଛି ବି କରିକି’ ବାସ୍, ଏତିକି ଯାହାର ନିଶ୍ଚୟ’ ହେବ, ତା’କୁ ପ୍ରାକୃତିକ ରୂପରେ ଆପେ ଆପେ ଭିତରୁ ହିଁ ଘର୍ଷଣ ଟାଳିବାର ଉପାୟ ମିଳିଚାଲିବ ।
। ରାତିରେ ଅନ୍ଧାରରେ ଘରୁ ବାହାରକୁ ବାହାରିବାର ଥିବ ଏବଂ ସାମନାରେ କାନ୍ଥ ଆସିଯିବ, ତେବେ ଆମେ କ’ଣ କରିବା ? କାନ୍ଥକୁ ଗୋଇଠାମାରି କହିବା କି ‘ତୁ ମଝିରେ କେଉଁଠୁ ଆସିଲୁ ? ଘୁଞ୍ଚଯା, ଏଇଟା ମୋ ଘର ! ସେଠାରେ ତ’ କେତେ ସିଆଣିଆ ହୋଇ ହାତରେ କବାଟକୁ ଖୋଜି ଖୋଜି ବାହାରକୁ ବାହାରିଯାଅ । କାହିଁକି ? କାରଣ ସେଠାରେ ବୁଝିହୁଏ ଯେ ଜିଦ୍ କରିବି ତ’ କାନ୍ଥରେ ମୁଣ୍ଡ ବାଡ଼େଇ ହେବ ଏବଂ ଫାଟିଯିବ ।
ସଂକୀର୍ଣ ଗଳିରେ ରାଜା ଯାଉଥିବେ ଆଉ ସାମ୍ନାରୁ ଦୌଡ଼ୁଥିବା ଷଣ୍ଟଟିଏ ଆସିଯାଏ, ତେବେ ସେଠି ରାଜା ଷଣ୍ଠକୁ କ’ଣ ଏପରି କହିବେ ଯେ, “ଦୂରକୁ ହଟି ଯା, ମୋ ରାଜ୍ୟ, ମୋ ଗଳି, ମୋତେ ରାସ୍ତା ଦେ !” ସେଠି ତ’ ଷଣ୍ଠ କ’ଣ କହିବ, ‘ତୁ ରାଜା ତ’ ମୁଁ ମହାରାଜା ! ଆସି ଯା !” ଅର୍ଥାତ୍ ସେଠି ବଡ଼ରୁ ବଡ଼, ରାଜାଙ୍କର ରାଜାଙ୍କୁ ମଧ୍ୟ ଧରେ ଧୂରେ ଖସିଯିବାକୁ ପଡ଼ିବ ଏବଂ ବାରଣ୍ଡା ଉପରକୁ ଚଢ଼ିଯିବାକୁ ପଡ଼ିବ । କାହିଁକି ? ଘର୍ଷଣ ଟାଳିବା ପାଇଁ ।
। ଏହି ସାଧାରଣ କଥାରୁ ଏତିକି ହିଁ ବୁଝାସୁଝି ସ୍ଥିର କରିବାର ଅଛି ଯେ ଯିଏ ବି ଆମ ସହ ଧକ୍କା ହେବା ପାଇଁ ଆସନ୍ତି, ସେମାନେ କାନ୍ଥ ଏବଂ ଷଣ୍ଡ ପରି ହିଁ ଅଟନ୍ତି । ଏଥିପାଇଁ ଯଦି ଆମକୁ ଘର୍ଷଣ ଟାଳିବାର ଅଛି ତେବେ ଚତୁରତାର ସହ ହଟି ଯାଅ ।
ଯେ କେଉଁଠି ମଧ୍ୟ ଘର୍ଷଣ ସାମ୍ନାକୁ ଆସୁଛି ତେବେ ତାହାକୁ ଟାଳନ୍ତୁ । ଏପରି କରିବା ଦ୍ଵାରା ଜୀବନ କ୍ଳେଶ ରହିତ ହେବ ଏବଂ ମୋକ୍ଷ ପ୍ରାପ୍ତ ହେବ ।
ଡ଼ା. ନୀରୁବହନ ଅମୀନଙ୍କର ଜୟ ସଚ୍ଚିଦାନନ୍ଦ ।
Page #10
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଆସ ନାହିଁ ଘର୍ଷଣରେ । କାହାରି ସହିତ ଘର୍ଷଣରେ ଆସନ୍ତୁ ନାହିଁ ଏବଂ ଘର୍ଷଣ ଟାଳନ୍ତୁ ।’ ମୋର ଏହି ବାକ୍ୟର ଯଦି ଆରାଧନା କରିବ ତେବେ ପୂରା ମୋକ୍ଷ ପର୍ଯ୍ୟନ୍ତ ପହଞ୍ଚାଯିବ । ତୁମର ଭକ୍ତି ଆଉ ମୋର ବଚନବଳ ସବୁ କାମ କରିଦେବ । ତୁମର ପ୍ରସ୍ତୁତି ଦରକାର । ମୋର ଗୋଟିଏ ହିଁ ବାକ୍ୟର ଯଦି କେହି ପାଳନ କରେ ତେବେ ମୋକ୍ଷକୁ ହିଁ ଯିବ । ଆରେ, ମୋର ଗୋଟିଏ ହିଁ ଶବ୍ଦ, ଯେମିତି କୁ ସେମିତି, ପୂରାକୁ ପୂରା କଣ୍ଠସ୍ଥ କରିଦେଲେ, ତେବେ ମଧ୍ୟ ମୋକ୍ଷ ହାତକୁ ଆସିଯାଏ, ଏପରି ଅଟେ । କିନ୍ତୁ ତାହାକୁ “ଯେମିତିକୁ ସେମିତି? କଣ୍ଠସ୍ଥ କରିନେବ ।
। ମୋର ଗୋଟିଏ ଶବ୍ଦର ଯଦି ଗୋଟିଏ ଦିନ ମଧ୍ୟ ପାଳନ କର ତେବେ ଗଜବ ଶକ୍ତି ଉତ୍ପନ୍ନ ହେବ । ଭିତରେ ଏତେ ସବୁ ଶକ୍ତି ଅଛି ଯେ କେହି କେମିତି ମଧ୍ୟ ଝଗଡ଼ା କରିବାକୁ ଆସୁ, ତଥାପି ତା’କୁ ଟାଳିପାରିବା । ଯେଉଁମାନେ ଜାଣିଶୁଣି ଖାଲରେ ପଡ଼ିବାର ପ୍ରସ୍ତୁତିରେ ଅଛନ୍ତି ସେମାନଙ୍କ ସହିତ ଲଢ଼ିବା ପାଇଁ କ’ଣ ବସିରହିବା ? ସେ ତ’ କେବେ ବି ମୋକ୍ଷକୁ ଯିବନାହିଁ, ଉପରେ ତୁମକୁ ମଧ୍ୟ ନିଜ ସହିତ ବସାଇ ରଖୁବ । ଏହା କିପରି ପୋସାଇବ ? ଯଦି ତୁମକୁ ମୋକ୍ଷକୁ ହିଁ ଯିବାର ଅଛି ତେବେ ଏପରି ଲୋକଙ୍କ ସହିତ ବେଶି ଚାଲାକି କରିବ ନାହିଁ । ସବୁଆଡୁ, ଚାରିଦିଗରୁ ସମ୍ଭାଳିବ, ନଚେତ୍ ଯଦି ତୁମକୁ ଏହି ଜଞ୍ଜାଳରୁ ମୁକ୍ତ ହେବାର ଥିବ ତେବେ ମଧ୍ୟ ଏହି ଜଗତ ଛାଡ଼ିବ ନାହିଁ । ଏଥିପାଇଁ ଘର୍ଷଣ ନ କରି ‘ସ୍ମଦଲୀ’ (ସରଳତାର ସହ) ବାହାରି ଯିବାର ଅଛି । ଆରେ, ମୁଁ ତ’ ଏ ପର୍ଯ୍ୟନ୍ତ କୁହେ ଯେ ଯଦି ତୋର ଧୋତି ଝାଡ଼ିରେ ଫସିଯାଇଥିବ ଆଉ ତୋର ମୋକ୍ଷର
Page #11
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଗାଡ଼ି ଛାଡ଼ିବାକୁ ଥିବ ତେବେ ଧୋତି ବାହାର କରିବା ପାଇଁ ବସିରହିବୁନି । ଧୋତିକୁ ଛାଡ଼ିକରି ଦୌଡ଼ି ପଳାଇବୁ । ଆରେ, ଗୋଟିଏ କ୍ଷଣ ମଧ୍ୟ କୌଣସି ଅବସ୍ଥାରେ ବସି ରହିବା ଭଳି ନୁହେଁ । ତେବେ ବାକି ସବୁର କଥା କ’ଣ କରିବା ? ଯେଉଁଠି ତୁମେ ଲାୱଲ, ସେଇଠି ତୁମେ ନିଜ ‘ସରୂପ’କୁ ଭୁଲିଲ ।
ଯଦି ଭୂଲ୍ରେ ମଧ୍ଯ ତୁମେ କାହା ସହ ଝଗଡ଼ାରେ ଆସିଗଲ ତେବେ ତାହାର ସମାଧାନ କରିନିଅ । ସହଜତାରେ, ସେହି ଝଗଡ଼ାରୁ ଘର୍ଷଣର ନିଆଁ ନ ଉଡ଼ାଇ ବାହାରି ଯାଅ ।
9
ଟ୍ରାଫିକ୍ ଲ ଦ୍ବାରା ଟଳେ ଦୁର୍ଘଟଣା
ଯେପରି ଆମେ ରାସ୍ତାରେ ସମ୍ଭାଳିକରି ଚାଲନ୍ତି ନା ! ପରେ ସାମ୍ନାବାଲା ବ୍ୟକ୍ତି ଭଲା କେତେ ବି ଖରାପ ହୋଇଥାଏ ଏବଂ ଆମ ସହ ବାଡ଼େଇ ହୁଏ ଆଉ କ୍ଷତି ପହଞ୍ଚାଏ, ସେ କଥା ଅଲଗା । କିନ୍ତୁ ଆମର ଉଦ୍ଦେଶ୍ୟ କ୍ଷତି ପହଞ୍ଚାଇବାର ନ ହେବା ଉଚିତ । ଆମେ ତା’କୁ କ୍ଷତି ପହଞ୍ଚାଇବାକୁ ଯାଉ, ତେବେ ଏଥିରେ ନିଜର ହିଁ କ୍ଷତି ହୁଏ । ପ୍ରତ୍ୟେକ ଘର୍ଷଣରେ ସର୍ବଦା ଉଭୟଙ୍କର କ୍ଷତି ହୋଇଥାଏ । ଆପଣ ସାମ୍ନାବାଲାକୁ ଦୁଃଖ ପହଞ୍ଚାଇଲା ମାତ୍ରେ, ସେହି କ୍ଷଣି ଆପଣଙ୍କୁ ମଧ୍ୟ ଦୁଃଖ ନ ପହଞ୍ଚି ରହିବ ନାହିଁ । ଏହା ହିଁ ଘର୍ଷଣ । ଏଥିପାଇଁ ମୁଁ ଏହି ଉଦାହରଣ ଦେଇଛି ଯେ ରାସ୍ତାରେ ଟ୍ରାଫିକ୍ର ଧର୍ମ କ’ଣ ଅଟେ, କି ଧକ୍କା ହେବେ ତ’ ଆପଣ ମରିଯିବେ, ଦୁର୍ଘଟଣାରେ ବିପଦ ଥାଏ । ଏଥିପାଇଁ କାହା ସହିତ ଧକ୍କା ହେବନାହିଁ । ଏହିପରି ବ୍ୟବହାରିକ କାର୍ଯ୍ୟରେ ମଧ୍ୟ ଝଗଡ଼ାରେ ପଢ଼ନ୍ତୁ ନାହିଁ । ଝଗଡ଼ା ସର୍ବଦା ବିପଦସଙ୍କୁଳ ହୋଇଥାଏ । ଆଉ ଝଗଡ଼ା ତ’ କେବେ କେବେ ହିଁ ହୁଏ । କ’ଣ ମାସରେ ଦୁଇଶହ ଥର ଝଗଡ଼ା ହୁଏ ? ମାସରେ କେତେ ଥର ଏମିତି ହେଉଥିବ ? ପ୍ରଶ୍ନକର୍ତ୍ତା : କେବେ କେମିତି ! ଦୁଇ-ଚାରି ଥର ।
ଦାଦାଶ୍ରୀ : ହଁ, ତେବେ ସେତିକି ଆମକୁ ସୁଧାରି ନେବାର ଅଛି । ମୁଁ କ’ଣ କହିବାକୁ ଚାହୁଁଛି କି, କ’ଣ ପାଇଁ ଆମେ ବିଗାଡ଼ିବା ? କୌଣସି ପ୍ରସଙ୍ଗକୁ ବିଗାଡ଼ିବା ଆମକୁ ଶୋଭା ଦିଏ ନାହିଁ । ଏମାନେ ସବୁ ଟ୍ରାଫିକ୍ର ନିୟମର ଆଧାରରେ ଚାଲନ୍ତି, ସେଠି ନିଜର ବୁଦ୍ଧିରେ କେହି ଚାଲନ୍ତି ନାହିଁ ନା ? କିନ୍ତୁ ଏଥରେ ନିଜର
Page #12
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ବୁଦ୍ଧିରେ ହିଁ ଚାଲନ୍ତି । କୌଣସି ନିୟମ ନାହିଁ ? ସେଥିରେ ଟ୍ରାଫିରେ) କେବେ ବି ବାଧା ଆସେ ନାହିଁ, ତାହା କେତେ ସୁନ୍ଦର ଟ୍ରାଫିର ଆୟୋଜନ ଅଟେ । ଏବେ ଏହି ନିୟମଗୁଡ଼ିକୁ ଆପଣ ବୁଝି ସୁଝି ଚାଲିବେ ତେବେ ପୁଣି କୌଣସି ବାଧା ଆସିବ ନାହିଁ । ଅର୍ଥାତ୍ ଏହି ନିୟମଗୁଡ଼ିକୁ ବୁଝିବାରେ ଭୁଲ୍ ହୋଇଛି । ନିୟମ ବୁଝାଇଲାବାଲା ବିଜ୍ଞ ହେବା ଉଚିତ୍ । । ଏହି ଟ୍ରାଫିକ୍ର ନିୟମଗୁଡ଼ିକର ପାଳନ କରିବାକୁ ଆପଣ ନିଶ୍ଚୟ କରିଥାନ୍ତି ତେବେ କେମିତି ସୁନ୍ଦର ପାଳନ ହୁଏ । ସେଥିରେ କାହିଁକି ଅହଂକାର ଜାଗୃତ ହୁଏନାହିଁ କି ସେ ଭଲା ଯାହା ବି କହୁ କିନ୍ତୁ ଆମେ ତ’ ଏମିତି ହିଁ କରିବୁ । କାରଣ
ସେହି ଟ୍ରାଫିକ୍ ନିୟମଗୁଡ଼ିକୁ ସେ ନିଜେ ହିଁ ନିଜର ବୁଦ୍ଧିଦ୍ୱାରା ଏତେ ଅଧିକ ବୁଝିପାରେ, ସୁଳ ଅଟେ ଏଥିପାଇଁ, ଯେ ହାତ କଟିଯିବ, ତୁରନ୍ତ ମରିଯିବି । ସେହିଭଳି ଘର୍ଷଣ ହେବା ଦ୍ବାରା ମରିଯିବି, ଏହା ଜଣା ନାହିଁ । ଏଥିରେ ବୁଦ୍ଧି ପହଞ୍ଚିପାରେ ନାହିଁ । ଏହା ସୂକ୍ଷ୍ମ କଥା ଅଟେ । ଏହାର ସବୁ କ୍ଷତି ସୂକ୍ଷ୍ମ ଅଟେ ।
। ପ୍ରଥମ ଥର ପ୍ରକାଶମାନ ହେଲା ଏହି ସୂତ୍ର
। ୧୯୫୧ ମସିହାରେ ଜଣେ ଭାଈକୁ ଏହି ସୂତ୍ର ଦେଇଥିଲି । ମୋତେ ସେ ସଂସାର ପାରିହେବାର ରାସ୍ତା ପଚାରୁଥିଲା । ମୁଁ ତା’କୁ ‘ଘର୍ଷଣ ଟାଳ’ କହିଥିଲି ଆଉ ଏହିଭଳି ତା’କୁ ବୁଝାଇଥିଲି।
। ସେ ତ’ ଏମିତି ହୋଇଥିଲା କି ମୁଁ ଶାସ୍ତ୍ର ପଢୁଥିଲି, ସେତେବେଳେ ସେ ଆସି ମୋତେ କହିଲା କି, ଦାଦାଜୀ, ମୋତେ କିଛି ଜ୍ଞାନ ଦିଅନ୍ତୁ । ସେ ମୋ ପାଖରେ ଚାକିରୀ କରୁଥିଲା । ସେତେବେଳେ ମୁଁ ତା’କୁ କହିଲି, “ତୋତେ କ’ଣ ଜ୍ଞାନ ଦେବି ? ତୁ ତ’ ସାରା ଦୁନିଆ ସହ ଲଢ଼ାଇ-ଝଗଡ଼ା କରି ଆସୁଛୁ, ମାର୍ପିଟ୍ କରି ଆସୁଛୁ ।” ରେଲୱେରେ ମଧ୍ୟ ଗଡ଼ବଡ଼, ମରାମରି କରେ, ଏମିତି ତ’ ପାଣି ପରି ପଇସା ବୁହାଏ, କିନ୍ତୁ ରେଲୱେର ଯେଉଁ ନିୟମାନୁସାରେ ପଇସା ଭରିବାକୁ ପଡ଼େ, ତାହା ଭରୁ ନଥିଲା ଆଉ ଓଲଟା ଝଗଡ଼ା କରୁଥିଲା, ଏହାସବୁ ମୁଁ ଜାଣିଥିଲି । ଏଥିପାଇଁ ମୁଁ ତା’କୁ କହିଲି ଯେ, ତୋତେ ଶିଖାଇ କ’ଣ କରିବି ? ତୁ ତ’ ସମସ୍ତଙ୍କ ସାଥିରେ ଝଗଡ଼ା କରୁ ! ତେବେ ମୋତେ କହିଲା ଯେ, ଦାଦାଜୀ,
Page #13
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
',
ଏହି ଜ୍ଞାନ ଯାହା ଆପଣ ସମସ୍ତଙ୍କୁ ଶିଖାଉଛନ୍ତି, ତାହା ମୋତେ କିଛି ତ’ ଶିଖାନ୍ତୁ ।’ ମୁଁ କହିଲି, ‘ତୋତେ ଶିଖାଇ କ’ଣ କରିବି ?’ ତୁ ତ’ ନିତି ଗାଡ଼ିରେ ମାପିଟ୍, ଗଡ଼ବଡ଼ କରି ଆସୁଛୁ’ ସରକାର ପାଖରେ ଦଶ ଟଙ୍କା ଭରିଲା ଭଳି ଜିନିଷ ଥବ, ତଥାପି ପଇସା ନଭରି ଆଣେ ଆଉ ଲୋକଙ୍କୁ କୋଡ଼ିଏ ଟଙ୍କାର ଚା-ପାଣି ପିଆଇ ଦିଏ, ତେବେ ସେମାନେ ଖୁସି-ଖୁସି ହୋଇ ଯାଆନ୍ତି ! ଅର୍ଥାତ୍ ଦଶ ବଞ୍ଚେ ନାହିଁ, ଓଲଟା ଦଶ ଅଧିକ ଖର୍ଚ୍ଚ ହୋଇଯାଏ, ଏମିତି ନୋବଲ୍ ( !) ମଣିଷ ।
,
ସେ ପୁଣି ମୋତେ କହିଲା ଯେ, ‘ଆପଣ ମୋତେ କିଛି ଜ୍ଞାନ ଶିଖାନ୍ତୁ।’ ମୁଁ କହିଲି, ‘ତୁ ତ’ ପ୍ରତିଦିନ ଲଢ଼ାଇ-ଝଗଡ଼ା କରି ଆସୁଛୁ । ମୋତେ ତ ଶୁଣିବାକୁ ପଡ଼େ ।’ ସେ ମୋତେ କହିଲା, ‘ତଥାପି ଦାଦା, ମୋତେ କିଛି ତ’ ଜ୍ଞାନ ଦିଅନ୍ତୁ’ ତେବେ ମୁଁ କହିଲି, ‘ଗୋଟିଏ ବାକ୍ୟ ଦେଉଛି, ଯଦି ପାଳନ କରିବୁ ତେବେ।’ ସେତେବେଳେ କହିଲା, ‘ଅବଶ୍ୟ ପାଳନ କରିବି’ । ମୁଁ କହିଲି, ‘କାହା ସହିତ ମଧ୍ୟ ବାଡ଼େଇ ହେବୁ ନାହିଁ ।’ ତେବେ ସେ ପଚାରିଲା, ‘ବାଡ଼େଇହେବା ମାନେ କ’ଣ ? ମୋତେ ବୁଝାଇ ଦିଅନ୍ତୁ ଦାଦାଜୀ ।’ ମୁଁ କହିଲି ଯେ, ‘ଆମେ ସିଧା ଯାଉଥିବା ଆଉ ରାସ୍ତାରେ ଖୁଣ୍ଟଟିଏ ଥବ ତ’ ଆମେ ବୁଲିକରି ଯିବା ନା ଖୁଣ୍ଟ ସହିତ ବାଡ଼େଇ ହେବା ?’ ତେବେ ସେ କହିଲା, ‘ନା ବାଡ଼େଇ ହେଲେ ତ ମୁଣ୍ଡ ଫାଟିଯିବ ।’ ମୁଁ ପଚାରିଲି, ‘ଏଠି ସାମ୍ନାରୁ ମଇଁଶି ଆସୁଥବ, ତେବେ ତୁ ଏମିତି ବୁଲିକରି ଯିବୁ ନା ତାହା ସହିତ ବାଡ଼େଇ ହେବୁ ?’ ତେବେ କହିଲା, ‘ବାଡ଼େଇ ହେବି ତ’ ମୋତେ ମାରିବ, ଏଥିପାଇଁ ଏପରି ବୁଲିକରି ଯିବାକୁ ପଡ଼ିବ ।’ ପୁଣି ପଚାରିଲି ‘ସାପ ଆସୁଥିବ ତେବେ ? ବଡ଼ ପଥର ପଡ଼ିଥି ତେବେ ?’ ସେତେବେଳେ ସେ କହିଲା, ‘ସେଠି ମଧ୍ୟ ବୁଲିକରି ହିଁ ଯିବାକୁ ପଡ଼ିବ ।’ ମୁଁ ପଚାରିଲି, ‘କାହାକୁ ବୁଲିକରି ଯିବାକୁ ପଡ଼ିବ ?’ ତେବେ କହିଲା, ‘ମୋତେ ବୁଲିକରି ଯିବାକୁ ପଡ଼ିବ ।’ ମୁଁ ପଚାରିଲି, ‘କାହିଁକି ?’ ତେବେ ବତାଇଲା, ‘ନିଜର ସୁଖ ପାଇଁ । ଆମେ ବାଡ଼େଇ ହେବା ତ’ ଆମର କ୍ଷତି ହେବ !’ ମୁଁ କହିଲି, ‘ଏହି ଦୁନିଆରେ କିଛି ଲୋକ ପଥର ପରି ଅଟନ୍ତି, କିଛି ଲୋକ ମଇଁଶି ପରି ଅଟନ୍ତି, କିଛି ସାପ ଭଳି ଅଟନ୍ତି ଆଉ କିଛି ଖୁଣ୍ଟ ଭଳି ଅଟନ୍ତି। ସବୁ ପ୍ରକାରର ଲୋକ ଅଛନ୍ତି । ସେମାନଙ୍କ ସହିତ ଏବେ ତୁ ଝଗଡ଼ାରେ ପଡ଼ିବୁ ନାହିଁ, ଆଉ ଏହିଭଳି ରାସ୍ତା ବାହାର କରିନେବୁ ।’
,
Page #14
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
। ଏହି ବୋଧ ତା’କୁ ୧୯୫୧ ମସିହାରେ ଦେଇଥିଲି ଆଉ ଆଜି ପର୍ଯ୍ୟନ୍ତ ତାହାର ପାଳନରେ ସେ କୌଣସି ମଧ୍ୟ କମି ଛାଡ଼ିନାହିଁ । ସେବେଠାରୁ ସେ କାହା ସହିତ ମଧ୍ୟ ଝଗଡ଼ାରେ ପଡ଼ିଲା ହିଁ ନାହିଁ । ଜଣେ ସେଠ, ଯିଏ ତା’ର କକେଇ ଥିଲେ, ସେ ଜାଣିଗଲେ ଯେ ଇଏ ଝଗଡ଼ା କରୁନାହିଁ । ସେଥିପାଇଁ ସେ ତା’କୁ ଜାଣିଶୁଣି ବାରମ୍ବାର ଚିଡ଼ାଉ ଥିଲେ । ସେ ତା’କୁ କେତେ ମଧ୍ୟ ଚିଡ଼ାଇବାକୁ ଚେଷ୍ଟା କରନ୍ତି ତଥାପି ସେ ଖସିଯାଉଥିଲା । କାହା ସହିତ ମଧ୍ୟ ଝଗଡ଼ାରେ ପଡ଼ିଲା ହିଁ ନାହିଁ ୧୯୫୧ ପରେ ।
ବ୍ୟବହାରରେ ଟାଳନ୍ତୁ ଝଗଡ଼ା ଏପରି
ଆପଣ ଗାଡ଼ିରୁ ଓହ୍ଲାଇଲେ ଏବଂ ତୁରନ୍ତ କୁଲିମାନଙ୍କୁ ଡାକିଲେ, ଏ.... ଏଠିକି ଆ, ଏଠିକି ଆ !? ସେମାନେ ଦୁଇ-ଚାରିଜଣ ଦୌଡ଼ିକରି ଆସନ୍ତି । ‘ଚାଲ୍, ଉଠାଇ ନେ ।’ ଜିନିଷ ଉଠାଇଲା ପରେ, ବାହାରକୁ ଯାଇ ଚିଲାଇବ, କୈଶ କରିବା
ଯେ, ‘ଷ୍ଟେସନମାଷ୍ଟରକୁ ଡାକୁଛି । ଏତେ ପଇସା ନିଆଯାଏ ? ଏମିତି, ସେମିତି । ଆରେ, ଏଠି ଝଗଡ଼ା କରିବ ନାହିଁ । ସେ ପଚିଶ ଟଙ୍କା କହିଲେ ତେବେ ତା’କୁ ପଟାଇପରି କହିବ ଯେ “ଭାଇ, ବାସ୍ତବରେ ଦଶଟଙ୍କା ହେଉଛି, କିନ୍ତୁ ତୁ କୋଡ଼ିଏ ନେ, ଚାଲ୍ ।” ଆମେ ଫସିଗଲେ ବୋଲି ଜାଣିଲେ, ଏଥିପାଇଁ କମ୍-ବେଶି ଦେଇ ନିପଟାରା (ସମାପନ) କରିନେବାର ଅଛି । ସେଠି ଝଗଡ଼ା କରିବା ଉଚିତ୍ ନୁହେଁ, ନଚେତ୍ ସେ ବହୁତ ଚିଡ଼ିଯିବ ନା, ସେ ଘରୁ ହିଁ ଚିଡ଼ିକରି ହିଁ ଆସିଥାଏ, ତା’ ଉପରେ ଷ୍ଟେସନରେ ଝିଝିକ୍ କରିବ ତେବେ ସେ ତ’ ମଇଁସି ପରି ଅଟେ, ଏବେ ଛୁରୀ ମାରିଦେବ । ତେତିଶି ମାର୍କରେ ମଣିଷ ବନି ଲା, ବତିଶି ମାର୍କ ରେ ମଇଁସି ହୁଅନ୍ତି ।
। ଯଦି କେହି ବ୍ୟକ୍ତି ଲଢ଼ିବାକୁ ଆସେ ଏବଂ କଥାଗୁଡ଼ିକ ବର ଗୋଳାପରି ଆସୁଥାଏ, ତେବେ ଆପଣଙ୍କୁ ବୁଝିନେବା ଉଚିତ୍ କି ଝଗଡ଼ା ଟାଳିବାର ଅଛି । ଆପଣଙ୍କ ମନ ଉପରେ ବିଲ୍କୁଲ୍ ପ୍ରଭାବ ନ ହେଉ, ତଥାପି କଦାଚିତ୍ ତୁରନ୍ତ କିଛି ପ୍ରଭାବ ହୋଇଯାଏ, ତେବେ ବୁଝିନେବା ଉଚିତ୍ ଯେ ସାବାଲାର ମନର ପ୍ରଭାବ ଆମ ଉପରେ ପଡ଼ିଛି । ତେବେ ଆମକୁ ଖସିଯିବା ଉଚିତ୍ । ଏହା ସବୁ ଘର୍ଷଣ
Page #15
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଅଟେ । ଯେପରି-ଯେପରି ବୁଝି ଚାଲିବେ, ସେପରି-ସେପରି ଘର୍ଷଣ ଟାଳି ପାରିବୋ ଘର୍ଷଣ ଟାଳିବା ଦ୍ଵାରା ମୋକ୍ଷ ହୁଏ ।
ଏହି ଜଗତ୍ ଘର୍ଷଣ ହିଁ ଅଟେ, ସ୍ପନ୍ଦନ ସରୂପ ଅଟେ । ଏଥିପାଇଁ ଘର୍ଷଣ ଟାଳନ୍ତୁ । ଘର୍ଷଣରୁ ଏହି ଜଗତ ନିର୍ମିତ ହୋଇଛି । ଏହାକୁ ଭଗବାନ ‘ଶତ୍ରତା ଠାରୁ ସୃଷ୍ଟି ହୋଇଛି? ଏପରି କହିଛନ୍ତି । ପ୍ରତ୍ୟେକ ମଣିଷ, ଆରେ, ଜୀବମାତ୍ର ଶତ୍ରତା ରଖେ । ସହିବା ସୀମାଠାରୁ ଅଧୁକା ହେଲା ତେବେ ଶତ୍ରୁତା ନରଖୁ ରହିବ ନାହିଁ । ପୁଣି ସିଏ ସାପ ହେଉ, ବିଚ୍ଛା ହେଉ, ବଳଦ ହେଉ, ମଇଁସି ହେଉ ବା ଯାହା ହେଉ, କିନ୍ତୁ ଶତ୍ରୁତା ରଖୁବ । କାରଣ ସମସ୍ତଙ୍କ ଭିତରେ ଆମ୍ ଅଛି । ଆମଶକ୍ତି ସମସ୍ତଙ୍କର ଏକ ସମାନ ଅଟେ । କାରଣ ଏହାହିଁ ଯେ, ଏହି ପୁଗଲ୍ (ଶରୀର)ର କଜୋରୀକୁ ନେଇ ସହିବାକୁ ପଡ଼େ, କିନ୍ତୁ ସହିବା ସହିତ ସେ ଶତ୍ରୁତା ନରଖ ରହେ ନାହିଁ । ଆଉ ପରଜନ୍ମରେ ସେ ତା’ର ଶତ୍ରୁତା ଅସୁଲ୍ କରେ ।
। କେହି ବହୁତ କୁହେ, ତେବେ ତା’ର କୌଣସି ମଧ୍ୟ କଥାରେ ଆମକୁ ଝଗଡ଼ା ନକରିବା ଉଚିତ୍ । ଏହା ହିଁ ଧର୍ମ । ହଁ, କଥା କିପରି ମଧ୍ୟ ହେଉ । କଥାର କ’ଣ ଏପରି ସର୍ଭ ଥାଏ କି ‘ଝଗଡ଼ା ହିଁ କରିବା’ । ଇଏ ତ’ ସକାଳ ପର୍ଯ୍ୟନ୍ତ ଝଗଡ଼ା କରନ୍ତି ଏପରି ଲୋକ ଅଟନ୍ତି । ଆଉ ଆମ ଯୋଗୁଁ ସାବାଲାକୁ ଅସୁବିଧା ହେଉ, ଏପରି କହିବା ବଡ଼ରୁ ବଡ଼ ଅପରାଧ ଅଟେ । ଓଲଟା କେହି ଏପରି କହିଲେ ତଥାପି ତାହାକୁ ଟାଳିଦିଏ, ତା’କୁ ମଣିଷ କୁହାଯିବ ।
ସହିବା ? ନା, ସୋଲ୍ୟୁଶନ ଆଣ । ପ୍ରଶ୍ନକର୍ତ୍ତା : ଦାଦା, ଆପଣ ଯେଉଁ ଝଗଡ଼ା ଟାଳିବାକୁ କହିଲେ, ତାହାର ଅର୍ଥ ‘ସହିବା’ ଏପରି ଅଟେ ନା’ ?
। ଦାଦାଶ୍ରୀ : ଝଗଡ଼ା ଟାଳିବା ଅର୍ଥ ସହିବା ନୁହେଁ । ସହିବ ତେବେ କେତେ ସହିବ ? ସହିବା ଏବଂ ପ୍ରିଙ୍ଗ୍ ଦବାଇବା, ଦୁହେଁ ଏକା ପ୍ରକାରର ଅଟନ୍ତି । ସ୍ତିଙ୍ଗ୍ ଦବି ହୋଇ କେତେ ଦିନ ରହିବ ?’ ଏଥିପାଇଁ ସହିବା ତ’ ଶିଖୁବାର ହିଁ ନାହିଁ । ସୋଲ୍ୟୁଶନ ଆଣିବା ଶିଖ । ଅଜ୍ଞାନ ଦଶାରେ ତ’ ସହିବାକୁ ହିଁ ହୁଏ । ପରେ ଦିନେ ସ୍ତିଙ୍ଗ୍ ଛିଟିକିଯାଏ, ତାହା ସବୁ ଛିନ୍ନଭିନ୍ନ କରିଦିଏ, କିନ୍ତୁ ଏ ତ’ ପ୍ରକୃତିର ନିୟମ ହିଁ ଏପରି ଅଟେ ।
Page #16
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ ।
ଦୁନିଆରେ ଅନ୍ୟକାହା କାରଣରୁ ଆମକୁ ସହିବାକୁ ପଡ଼େ, ଏପରି ନିୟମ ହିଁ ନାହିଁ । କାହା କାରଣରୁ ଯଦି ଆମକୁ ସହିବାକୁ ପଡ଼େ, ତାହା ନିଜର ହିଁ ହିସାବ ଅଟେ । କିନ୍ତୁ ଆପଣଙ୍କୁ ଜଣାପଡ଼େ ନାହିଁ ଯେ ଏହା କେଉଁ ବହିଖାତାର ଏବଂ କେଉଁଠିକାର ମାଲ୍ ଅଟେ, ଏଥିପାଇଁ ଆମେ ଏପରି ମାନନ୍ତି ଯେ ଇଏ ନୂଆ ମାଲ୍ ଦେବା ଆରମ୍ଭ କଲା । ନୂଆ ମାଲ୍ କେହି ଦିଏ ହିଁ ନାହିଁ, ଦିଆଯାଇଥିବା ହିଁ ଫେରିକି ଆସେ । ମୋ ଜ୍ଞାନରେ ସହିବାକୁ ପଡ଼େ ହିଁ ନାହିଁ । ଜ୍ଞାନ ଦ୍ଵାରା ବୁଝିନେବା ଯେ ସାମ୍ବାଲା ‘ଶୁଦ୍ଧାମ୍ ଅଟେ । ଏହା ଯାହା ଆସିଲା, ତାହା ମୋର ହିଁ କର୍ମର ଉଦୟରୁ ହିଁ ଆସିଲା, ସାବାଲା ତ? ନିମିତ୍ତ ଅଟେ । ପୁଣି ନିଜ ପାଇଁ ଏହି ‘ଜ୍ଞାନ’ ଇଟସେ ହିଁ ପଜଲ୍ ସୋଲ୍ କରିଦେବ । | ପ୍ରଶ୍ନକର୍ତ୍ତା : ଏହାର ଅର୍ଥ ଏହା ହେଲା, ଯେ ମନରେ ସମାଧାନ କରିନେବୁ ଯେ ଏହି ମାଲ୍ ଥିଲା, ତାହା ଫେରିକରି ଆସିଛି ?
ଦାଦାଶ୍ରୀ : ସେ ନିଜେ ଶୁଦ୍ଧିମ୍ବା ଅଟେ ଆଉ ଏହା ତା’ର ପ୍ରକୃତି ଅଟେ । ପ୍ରକୃତି ଏହି ଫଳ ଦିଏ । ଆପଣ ଶୁଦ୍ଧିମ୍ବା ଅଟନ୍ତି, ସେ ମଧ୍ୟ ଶୁଦ୍ଧିମ୍ବା ଅଟେ । ଏବେ ଦୁହେଁ ପରସ୍ପର ଆମ୍ବ -ସାମ୍ନା ସବୁ ହିସାବ ସୁଝୁଛନ୍ତି । ଏଥିରେ ଏହି ପ୍ରକୃତିର କର୍ମର ଉଦୟରୁ ସେ କିଛି ଦିଏ । ଏଥିପାଇଁ ମୁଁ କୁହେ ଯେ ଏହା ନିଜ କର୍ମର ଉଦୟ ଅଟେ, ଆଉ ସାମ୍ବାବାଲା ନିମିତ୍ତ ମାତ୍ର ଅଟେ । ସେ ଫେରାଇଲା ଏଥିପାଇଁ ଆପଣଙ୍କ ହିସାବ ସୁଝିଗଲା । ଯେଉଁଠି ଏହି ସୋଲ୍ୟୁଶନ’ ଥିବ, ସେଠି ପୁଣି ସହିବାକୁ ରହେ ହିଁ ନାହିଁ ନା !
। ଏପରି ସ୍ପଷ୍ଟିକରଣ ନ କରିବା, ତେବେ ସହିଲେ, କ’ଣ ହେବ ? ଦିନେ ସେହି ‘ସ୍ତିଙ୍ଗ’ ଛିଟିକିଯିବ । ‘ସ୍ତିଙ୍କୁ ଛିଟିକିବାର ଦେଖିଛନ୍ତି ଆପଣ ? ମୋର ‘ସ୍ତିଙ୍କୁ ବହୁତ ଛିଟକୁଥିଲା । କେତେ ଦିନ ପର୍ଯ୍ୟନ୍ତ ମୁଁ ବହୁତ ସହିନେଉଥିଲି ଆଉ ପୁଣି ଦିନେ ଛିଟିକିବା ମାତ୍ରେ ହିଁ ସବୁକିଛି ଅସ୍ତ -ବ୍ୟସ୍ତ କରି ଦେଉଥିଲି । ଏହା ସବୁ ଅଜ୍ଞାନ ଦଶାରେ ଥିଲା, ମୋତେ ତାହାର ସ୍ମରଣ ଅଛି, ତାହା ମୋର ଲକ୍ଷ୍ୟରେ ଅଛି । ଏଥିପାଇଁ ତ’ ମୁଁ କହୁଛି ନା କି ସହିବା ତ’ ଶିଖ ହିଁ ନାହିଁ । ତାହା ତ’ ଅଜ୍ଞାନ ଦଶାରେ ସହିବାକୁ ହୁଏ । ଏଠି ତ’ ଆମକୁ ସ୍ପଷ୍ଟ ବୁଝିନେବାର ଅଛି ଯେ ଏହାର ପରିଣାମ କ’ଣ ? ଏହାର କାରଣ କ’ଣ ? ହିସାବରେ ଠିକ୍ ଭାବେ ଦେଖିନେବ । କୌଣସି ଜିନିଷ ହିସାବ ବାହାରର ହୋଇ ନଥାଏ ।
Page #17
--------------------------------------------------------------------------
________________
J
ଧକ୍କା ହେଲ, ନିଜର ହିଁ
ଭୂଲ୍
ପାଇଁ
ଘର୍ଷଣ ଟାଳନ୍ତୁ
ଏହି ଦୁନିଆରେ ଯେ କୌଣସି ମଧ୍ୟ ଝଗଡ଼ା ହୋଇଥାଏ, ତାହା ଆପଣଙ୍କର ହିଁ ଭୂଲ୍ ଅଟେ, ସାମ୍ନାବାଲାର ଭୂଲ୍ ନୁହେଁ ! ସାମ୍ନାବାଲା ଲୋକେ ତ ଧକ୍କା ହେବେ ହିଁ । ‘ଆପଣ କାହିଁକି ଧକ୍କା ହେଲେ ?’ ତେବେ କୁହନ୍ତି, ‘ସାମ୍ନାବାଲା ଧକ୍କା ଦେଲା ଏଥିପାଇଁ !’ ତେବେ ଆପଣ ମଧ୍ୟ ଅନ୍ଧ ଆଉ ସେ
ମଧ୍ୟ ଅନ୍ଧ ହୋଇଗଲା ।
ପ୍ରଶ୍ନକର୍ତ୍ତା : ଧକ୍କା ଉପରେ ଧକ୍କା କଲେ କ’ଣ ହୁଏ ?
ଦାଦାଶ୍ରୀ : ମୁଣ୍ଡ ଫାଟିଯିବ ! ତେବେ ଯଦି ଧକ୍କା ହୋଇଯାଏ, ସେତେବେଳେ ଆମକୁ କ’ଣ ବୁଝିବାର ଅଛି ? ପ୍ରଶ୍ନକର୍ତ୍ତା : ଆମରି ହିଁ ଭୂଲ ।
ଦାଦାଶ୍ରୀ : ହଁ, ତାହାକୁ ତୁରନ୍ତ ଏକ୍ସ୍ଟ କରିନେବ । ଝଗଡ଼ା ହେଲା ତେବେ ଆପଣଙ୍କୁ ବୁଝିବା ଉଚିତ୍ କି ‘ଏପରି ମୁଁ କ’ଣ କହିଦେଲି ଯେ ଏହି ଝଗଡ଼ା ହୋଇଗଲା ?’ ନିଜର ଭୂଲ୍ ଜଣାପଡ଼ିଯିବ ତେବେ ସମାଧାନ ହୋଇଯିବ । ପୁଣି ପଜଲ୍ ସୋଲ୍ଭ ହୋଇଯିବ । ନଚେତ୍ ଯେଉଁ ପର୍ଯ୍ୟନ୍ତ ଆମେ ‘ସାମ୍ନାବାଲାର ଭୂଲ୍’ ଏପରି ଖୋଜିବାକୁ ଯିବା ସେ ପର୍ଯ୍ୟନ୍ତ କେବେ ମଧ୍ୟ ଏହି ପଜଲ୍ ସୋଲ୍ଭ ହେବନାହିଁ । ‘ନିଜର ହିଁ ଭୂଲ’ ଏପରି ମାନିବା ତେବେ ଏହି ସଂସାରର ଅନ୍ତ ଆସିବ। ଅନ୍ୟ କୌଣସି ଉପାୟ ନାହିଁ । ‘ଅନ୍ୟ ସବୁ ଉପାୟ ଫସାଇବାବାଲା ଅଟେ ଏବଂ ଉପାୟ କରିବା, ତାହା ନିଜ ଭିତରେ ଲୁଚିଥି ଅହଂକାର ଅଟେ । ଉପାୟ କ’ଣ ପାଇଁ ଖୋଜୁଛ ? ସାମ୍ନାବାଲା ଆପଣଙ୍କ ଭୂଲ୍ ବାହାର କରେ ତେବେ ଆପଣଙ୍କୁ ଏପରି କହିବାର ଅଛି ଯେ ‘ମୁଁ ତ’ ଆଗରୁ ହିଁ ତେଢ଼ା ଅଟେ ।’ ବୁଦ୍ଧି ହିଁ ସଂସାରରେ ଝଗଡ଼ା କରାଏ । ଆରେ, ଗୋଟିଏ ସ୍ତ୍ରୀର ଶୁଣିକରି ଚାଲୁ ତେବେ ମଧ୍ୟ ପତନ ହୁଏ, ଘର୍ଷଣ ହୋଇଯାଏ, ପୁଣି ଇଏ ତ’ ବୁଦ୍ଧି ଭଉଣୀ ! ତା’ର ଶୁଣିବା ତେବେ କେଉଁଠୁ ଯାଇ କେଉଁଠି ଫିଙ୍ଗି ହୋଇଯିବା । ଆରେ, ରାତି ଦୁଇଟାରେ ନିଦରୁ ଉଠାଇ ବୁଦ୍ଧି ଭଉଣୀ ଓଲଟା ଦେଖାଏ । ପନ୍ଥୀ ତ’ କିଛି ସମୟ ସାଥ୍ରେ ରହେ । କିନ୍ତୁ ବୁଦ୍ଧି ଭଉଣୀ ତ’ ନିରନ୍ତର ସାଙ୍ଗରେ ହିଁ ରହେ । ଏହି ବୁଦ୍ଧି ତ’ ‘ଡ଼ୀଥ୍ରୋନ୍’ (ପଦଭ୍ରଷ୍ଟ) କରାଏ ଏପରି ଅଟେ ।
Page #18
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଯଦି ଆପଣଙ୍କୁ ମୋକ୍ଷରେ ହିଁ ଯିବାର ଅଛି, ତେବେ ବୁଦ୍ଧିର ମୋଟେ ଶୁଣ ନାହିଁ । ବୁଦ୍ଧି ତ’ ଏପରି ଅଟେ କି ଜ୍ଞାନୀପୁରୁଷଙ୍କର ମଧ୍ୟ ଓଲଟା ଦେଖାଏ । ଆରେ, ଯାହାଦ୍ୱାରା ତୋତେ ମୋକ୍ଷ ପ୍ରାପ୍ତ ହୋଇପାରିବ, ଏପରି ଅଟେ, ତାଙ୍କର ଓଲଟା ଦେଖୁଲୁ ? ଏଥିରୁ ତ? ଆପଣଙ୍କ ମୋକ୍ଷ ଆପଣଙ୍କଠାରୁ ଅନନ୍ତ ଜନ୍ମ ଦୂରେଇ ଯିବ।
ଝଗଡ଼ା, ତାହା ଆମର ଅଜ୍ଞାନତା ଅଟେ । କାହା ସହିତ ମଧ୍ୟ ଝଗଡ଼ା ହେଲା, ତେବେ ତାହା ନିଜର ଅଜ୍ଞାନତାର ପରିଚୟ ଅଟେ । ସତ-ମିଛି ଭଗବାନ ଦେଖନ୍ତି ହିଁ ନାହିଁ । ଭଗବାନ ତ’ ଏପରି ଦେଖନ୍ତି ଯେ, ସେ କିଛି ମଧ୍ୟ କହୁ କିନ୍ତୁ କେଉଁଠି ଝଗଡ଼ା ତ’ କଲା ନାହିଁ ନା ?? ସେତେବେଳେ କହୁ, ‘ନାହିଁ । ବାସ୍, ମୋତେ ଏତିକି ହିଁ ଦରକାର । ଅର୍ଥାତ୍ ସତ-ମିଛ ଭଗବାନଙ୍କର ସେଠି ଥାଏ ହିଁ ନାହିଁ, ତାହା ତ’ ଏହି ଲୋକଙ୍କର ଏଠାରେ ଥାଏ । ଭଗବାନଙ୍କର ସେଠାରେ ତ’ ଦ୍ବନ୍ଦ ହିଁ ନଥାଏ !
ଯେଉଁମାନେ ଧକ୍କା ଲାଗନ୍ତି, ସେମାନେ ସବୁ କାନ୍ଥ
କାନ୍ଥରେ ବାଡ଼େଇ ହୋଇଗଲ, ତେବେ କାନୁର ଭୁଲ ନା ଆମର ଭୁଲ ? କାନ୍ଥଠାରୁ ଆପଣ ନ୍ୟାୟ ମାଗିବେ ଯେ ‘ଘୁଞ୍ଚ, ଘୁଞ୍ଚା’ କହିବେ ତେବେ ? ଆଉ ଆପଣ କହିବେ ଯେ “ ମୁଁ ତ’ ଏହି ବାଟରେ ହିଁ ଯିବି’ ତେବେ ? କାହାର ମୁଣ୍ଡ ଫାଟିବ ? |
ପ୍ରଶ୍ନକର୍ତ୍ତା : ନିଜର । । ଦାଦାଶ୍ରୀ : ଅର୍ଥାତ୍ କାହାକୁ ସାବଧାନ୍ ରହିବାକୁ ହେବ ? ସେଥିରେ କାନ୍ଥର କ’ଣ କ୍ଷତି ହେବ ? ସେଥିରେ ଦୋଷ କାହାର ? ଯାହାକୁ ଆଘାତ ଲାଗିଲା ତା’ର ଦୋଷ । ଅର୍ଥାତ୍ କାନ୍ତି ପରି ଅଟେ ଜଗତ ।
। କାନ୍ତି ସହିତ ବାଡ଼େଇ ହେଲେ, କାନ୍ତି ସହିତ ମତଭେଦ ହୁଏ କି ? କେବେ କାନ୍ତି ସହିତ ବା କବାଟ ସହିତ ଆପଣ ବାଡ଼େଇ ହୋଇଗଲେ, ତେବେ ସେ ସମୟରେ କବାଟ ସହିତ ବା କାନ୍ତି ସହିତ ମତଭେଦ ହୁଏ କି ?
Page #19
--------------------------------------------------------------------------
________________
୧
o
ଘର୍ଷଣ ଟାଳନ୍ତୁ
ପ୍ରଶ୍ନକର୍ତ୍ତା : ଏହି କବାଟ ତ’ ନିର୍ଜୀବ ବସ୍ତୁ ଅଟେ ନା’ !
। ଦାଦାଶ୍ରୀ : ଅର୍ଥାତ୍ କେବଳ ଜୀବନ ଅଛି ବୋଲି ହିଁ ଆପଣ ଏପରି ମାନୁଛନ୍ତି ଯେ ଇଏ ମୋ ସହିତ ବାଡ଼େଇ ହେଲା । ଏହି ଦୁନିଆରେ ଯେଉଁମାନେ ବାଡ଼େଇ ହୁଅନ୍ତି, ସେମାନେ ସମସ୍ତେ ନିର୍ଜୀବ ବସ୍ତୁ ଅଟନ୍ତି । ଯେଉଁମାନେ ବାଡ଼େଇ ହୁଅନ୍ତି, ସେମାନେ ଜୀବନ୍ତ ନୁହଁନ୍ତି, ଜୀବନ୍ତ ବାଡ଼େଇ ହୁଅନ୍ତି ନାହିଁ । ନିର୍ଜୀବ ବସ୍ତୁ ବାଡ଼େଇ ହୁଏ । ଏଥିପାଇଁ ଆପଣ ତା’କୁ କାନ୍ଥ ଭଳି ହିଁ ବୁଝିନିଅନ୍ତୁ, ଅର୍ଥାତ୍ ଦଖଲ ( ହସ୍ତକ୍ଷେପ) କରିବାର ନାହିଁ ! ଆଉ ଏମିତି କିଛି ସମୟ ପରେ କୁହନ୍ତୁ, ‘ଚାଲ, ଚା ପିଇବା।”
। ଯଦି ଗୋଟିଏ ପିଲା ପଥର ମାରେ ଆଉ ରକ୍ତ ବାହାରି ଆସେ, ତେବେ ସେ ପିଲାକୁ କ’ଣ କରିବ ? ରାଗିବ । ଆଉ ଆପଣ ଯାଉଛନ୍ତି ଏବଂ ପାହାଡ଼ ଉପରୁ ପଥରଟି ପଡ଼ିଲା, ତାହା ଆପଣଙ୍କ ଦେହରେ ବାଜିଲା ଆଉ ରକ୍ତ ବାହାରିଲା, ସେତେବେଳେ ପୁଣି କ’ଣ କରିବେ ? ରାଗିବେ ? ନା । ତାହାର କାରଣ କ’ଣ ? ତାହା ପାହାଡ଼ ଉପରୁ ପଡ଼ିଲା । ଏହି ପଥର ପାହାଡ଼ ଉପରୁ ଖସିଲା, ତାହାକୁ କିଏ କଲା ? ଆଉ ସେଠାରେ ପିଲାଟି ପଥର ମାରିଲା ପରେ ପଶ୍ଚାତାପ କରୁଥାଏ ଯେ ମୋ ଦ୍ଵାରା ଏହା କ’ଣ ହୋଇଗଲା ! । ଏଥିପାଇଁ ଏହି ଦୁନିଆକୁ ବୁଝନ୍ତୁ । ମୋ ପାଖକୁ ଆସିବେ ତେବେ ଚିନ୍ତା ହେବ ନାହିଁ, ଏପରି ଆପଣଙ୍କୁ କରିଦେବି । ଆଉ ସଂସାରରେ ଭଲରେ ରୁହ ଆଉ ୱାଇଫ୍ ସହିତ ଆରାମରେ ବୁଲାବୁଲି କର । ଏବଂ ପୁଅ-ଝିଅଙ୍କର ବିବାହ କର ଆରାମରେ ! ପୁଣି ୱାଇଫ୍ ଖୁସି ହୋଇଯିବ, ଆଉ କହିବ ‘ମାନିବାକୁ ପଡ଼ିବ, କେମିତି ସିଆଣିଆ ବନାଇ ଦେଲେ ମୋର ପତିଙ୍କୁ !?
ଏବେ ୱାଇଫ୍ର କୌଣସି ପଡ଼ୋଶୀ ସହିତ ଝଗଡ଼ା ହୋଇଯାଇଥିବା ଆଉ ତା’ର ମୁଣ୍ଡ ଗରମ ହୋଇଯାଇଥିବ, ସେତେବେଳେ ଆପଣ ବାହାରୁ ଆସନ୍ତି ଆଉ ସେ ଉଗ୍ରତାର ସହ କଥାବାର୍ତ୍ତା କରେ, ସେ ସମୟରେ ଆପଣ କ’ଣ କରିବେ ? ଆପଣ ମଧ୍ୟ ଉଗ୍ର ହୋଇଯିବେ ? ଏପରି ସଂଯୋଗ ଆସିଯାଏ,
ସେଠାରେ ଏଡ଼ଜଷ୍ଟ ହୋଇ ଆମକୁ ଚାଲିବା ଉଚିତ୍ । ଆଜି ସେ କେଉଁ ସଂଯୋଗ ଦ୍ଵାରା କ୍ରୋଧିତ ହୋଇଛି, କାହା ସହିତ କ୍ରୋଧିତ ହୋଇଛି, କ’ଣ ଜଣା ? ଆପଣ
Page #20
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ପୁରୁଷ ଅଟନ୍ତି, ମତଭେଦ ହେବାକୁ ଦିଅନ୍ତୁ ନାହିଁ । ସେ ମତଭେଦ କରେ ତେବେ ମନାଇ ନିଅନ୍ତୁ । ମତଭେଦ ଅର୍ଥାତ୍ ଘର୍ଷଣ !
୧୧
ସାଇନ୍ସ, ବୁଝିବା
ଯୋଗ୍ୟ
ପ୍ରଶ୍ନକର୍ତ୍ତା : ଆମକୁ କ୍ଳେଶ କରିବାର ନଥବ, କିନ୍ତୁ ସାମ୍ନାରୁ ଆସି ଝଗଡ଼ା କରିବାକୁ ଲାଗିଲେ, ସେତେବେଳେ କ’ଣ କରିବୁ ?
ଦାଦାଶ୍ରୀ : ଏହି କାନ୍ଥ ସହିତ ଲଢ଼ିବା ତେବେ କେତେ ସମୟ ପର୍ଯ୍ୟନ୍ତ ଲଢ଼ି ପାରିବା ? କେବେ ଯଦି ଏହି କାନ୍ଥରେ ମୁଣ୍ଡ ବାଡ଼େଇ ହୋଇଯାଏ, ସେତେବେଳେ ତାହା ସହିତ କ’ଣ କରିବେ ? ମୁଣ୍ଡ ବାଡ଼େଇ ହେଲା, ମାନେ ଆପଣଙ୍କର କାନ୍ଥ ସହିତ ଝଗଡ଼ା ହୋଇଗଲା, ଏବେ କ’ଣ କାନ୍ଥକୁ ମାରିବେ ? ଏହିଭଳି ଯେଉଁମାନେ ବହୁତ କ୍ଳେଶ କରାନ୍ତି, ସେ ସବୁ କାନ୍ଥ ଅଟନ୍ତି ! ସେଥୁରେ ସାମ୍ନାବାଲାର କ’ଣ ଦେଖିବା, ଆପଣଙ୍କୁ ନିଜକୁ ନିଜେ ବୁଝିନେବାର ଅଛି ଯେ ଏମାନେ କାନ୍ଥପରି ଅଟନ୍ତି, ପରେ କୌଣସି ଅସୁବିଧା ହେବନାହିଁ ।
ପ୍ରଶ୍ନକର୍ତ୍ତା : ଆମେ ମୌନ ରହୁ ତେବେ ସାମ୍ନାବାଲା ଉପରେ ଓଲଟା ପ୍ରଭାବ ପଡ଼େ କି ‘ୟାଙ୍କର ଦୋଷ ଅଟେ’ ଏବଂ ସେ ଅଧିକ କ୍ଳେଶ କରେ ।
ଦାଦାଶ୍ରୀ : ଏହା ତ’ ଆପଣ ମାନିନେଲେ ଯେ ମୁଁ ମୌନ ରହିଲି, ଏଥିପାଇଁ ଏପରି ହେଲା, ରାତିରେ ଜଣେ ବ୍ୟକ୍ତି ନିଦରୁ ଉଠିଲା ଆଉ ବାଥ୍ରୁମ୍ ଯିବାବେଳେ ଅନ୍ଧାରରେ କାନ୍ଥ ସହିତ ବାଡ଼େଇ ହୋଇଗଲା, ତେବେ ସେଠାରେ ସେ ମୌନ ଥିଲା, ଏଥପାଇଁ ତାହା ବାଡ଼େଇ ହେଲା ?
ମୌନ ରୁହ ବା କୁହ, ତାହାକୁ ସ୍ପର୍ଶ ହିଁ କରେ ନାହିଁ, କିଛି ଫରକ୍ ନାହିଁ ଆମର ମୌନ ରହିବା ଦ୍ବାରା ସାମ୍ନାବାଲା ଉପରେ ପ୍ରଭାବ ପଡ଼େ ଏପରି କିଛି ନୁହେଁ ଏବଂ ଆମର କହିବା ଦ୍ଵାରା ପ୍ରଭାବ ପଡ଼େ, ଏପରି ମଧ୍ୟ କିଛି ନୁହେଁ । ‘ଓନ୍ଲୀ ସାଇଣ୍ଟିଫିକ୍ ସରକମ୍ନ୍ସିୟଲ ଏଭିଡ଼େନ୍ସ’ ଅଟେ । କାହାର ତିଳେ ମାତ୍ର ସତ୍ତା ନାହିଁ । ବିଲ୍କୁଲ୍ ସଭାବିହୀନ ଜଗତ । ସେଥିରେ କିଏ କ’ଣ କରିପାଞ୍ଜିବ ? ଯଦି ଏହି କାନ୍ଥ ପାଖରେ ସତ୍ତା ଥା’ନ୍ତା, ତେବେ ସାମ୍ନାବାଲା ବ୍ୟକ୍ତି ପାଖରେ ମଧ୍ୟ ସତ୍ତା ଥା’ନ୍ତା । ଆପଣଙ୍କର ଏହି କାନ୍ଥକୁ ଗାଳିଦେବାର ସତ୍ତା ଅଛି ? ଏପରି
Page #21
--------------------------------------------------------------------------
________________
୧୨
ଘର୍ଷଣ ଟାଳନ୍ତୁ
ହିଁ ସାମ୍ବାଲା ପାଇଁ ଅଟେ । ଆଉ ତା’ ନିମିତ୍ତରୁ ଯେଉଁ ଘର୍ଷଣ ହୁଏ, ତାହା ତ’ ଛାଡ଼ିବ ନାହିଁ, ସେଥିରୁ ବଞ୍ଚହେବ ନାହିଁ । ବ୍ୟର୍ଥ ଚିଲ୍ଲାଇବାର କ’ଣ ମତଲବ ? ଯେବେକି ତା’ ହାତରେ ସଭା ହିଁ ନାହିଁ । ଏଥିପାଇଁ ଆପଣ ମଧ୍ୟ କାହୂ ପରି ହୋଇଯାଆନ୍ତୁ ନା’ ! ଆପଣ ପତ୍ନୀଙ୍କୁ ଗାଳି କରୁଥାନ୍ତି, କିନ୍ତୁ ତାଙ୍କ ଭିତରେ ଯେଉଁ ଭଗବାନ ବିରାଜମାନ ଅଛନ୍ତି, ସେ ନୋଟ୍ କରନ୍ତି ଯେ ଇଏ ମୋତେ ଗାଳି କଲା । ଆଉ ଯଦି ସିଏ ଆପଣଙ୍କୁ ଗାଳିକରେ, ସେତେବେଳେ ଆପଣ କାନ୍ତି ପରି ହୋଇ ଯାଆନ୍ତୁ । ତେବେ ଆପଣଙ୍କ ଭିତରେ ବିରାଜିତ ଭଗବାନ ଆପଣଙ୍କୁ ‘ହେଲୁ କରିବେ ।
। ଏଣୁ ଯଦି ଆମରି ଭୁଲ୍ ଥିବ, ତେବେ କାନ୍ଥ ବାଡ଼େଇ ହୁଏ । ସେଥିରେ । କାନ୍ଥର ଭୁଲ୍ ନାହିଁ । ତେବେ ଲୋକେ ମୋତେ ପଚାରନ୍ତି ଯେ, ଏହି ସମସ୍ତ ଲୋକମାନେ କ’ଣ କାନ୍ତି ଅଟନ୍ତି ?’ ସେତେବେଳେ ମୁଁ କୁହେ ଯେ, ହଁ, ଲୋକମାନେ ମଧ୍ୟ କାଳୁ ହିଁ ଅଟନ୍ତି ।’ ଏହା ମୁଁ ‘ଦେଖୁକରି’ କହୁଛି, ଏହା କୌଣସି ଗପ ନୁହେଁ ।
। କାହା ସହିତ ମତଭେଦ ହେବା ଆଉ କାନ୍ଥରେ ବାଡ଼େଇ ହେବା, ଏହି ଦୁଇଟି କଥା ସମାନ ଅଟେ । ଏହି ଦୁଇଟିରେ କୌଣସି ପ୍ରଭେଦ ନାହିଁ । କାନ୍ଥରେ ଯିଏ ବାଡ଼େଇ ହୁଏ, ସେ ଦେଖାନଯିବା କାରଣରୁ ବାଡ଼େଇ ହୁଏ ଆଉ ମତଭେଦ ହୁଏ, ତାହା ମଧ୍ୟ ଦେଖାନଯିବା କାରଣରୁ ମତଭେଦ ହୁଏ । ଆଗକୁ କିଛି ଉପାୟ ତା’କୁ ଦେଖାଯାଏ ନାହିଁ, ଆଗର ତା’କୁ ସୋଲ୍ୟୁସନ ମିଳେ ନାହିଁ, ଏଥିପାଇଁ ମତଭେଦ ହୁଏ । ଏହି କ୍ରୋଧ-ମାନ-ମାୟା-ଲୋଭ ଇତ୍ୟାଦି କରନ୍ତି, ତାହା ନ ଦେଖାଯିବା କାରଣରୁ ହିଁ କରନ୍ତି ! ତେବେ ଏପରି କଥାକୁ ବୁଝିବା ଉଚିତ୍ ନା ! ଯାହାକୁ କଷ୍ଟ ହେଲା ତା’ର ଦୋଷ ନା ! କାନ୍ଥର କୌଣସି ଦୋଷ ଅଛି ? ତେବେ ଏହି ସଂସାରରେ ସମସ୍ତେ କାନ୍ଥ ହିଁ ଅଟନ୍ତି । କାନ୍ଥ ବାଡ଼େଇହୁଏ, ତେବେ ଆପଣ ତାହା ସହିତ ଗାଳିଗୁଲଜ କରିବାକୁ ଯାଆନ୍ତି ନାହିଁ ନା ? ଯେ ମୁଁ ଠିରେ ଅଛି’ ଏପରି ଲଢ଼ିବାର ଝାଞ୍ଜଟରେ ଆପଣ ପଡ଼ନ୍ତି ନାହିଁ ନା ? ସେହିପରି ଏମାନେ ସମସ୍ତେ କାନ୍ଥର ସ୍ଥିତିରେ ହିଁ ଅଛନ୍ତି । ଆମେ ଠିକ୍ ବୋଲି ତା’ଙ୍କୁ ମନାଇବାର ଦରକାର ହିଁ ନାହିଁ ।
Page #22
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଯେଉଁମାନେ ଧକ୍କା ହୁଅନ୍ତି, ସେମାନେ କାନ୍ଥ ହିଁ ଅଟନ୍ତି, ଏପରି ଆପଣ ବୁଝିନିଅନ୍ତୁ । ପୁଣି ଦୁଆର କେଉଁଠି ଅଛି, ତାହାକୁ ଖୋଜିବ ତେବେ ଅନ୍ଧାରରେ ଦୁଆର ମିଳିଯିବ । ଏପରି ହାତରେ ଅଣ୍ଡାଳି-ଅଣ୍ଡାଳି ଯାଅ ତେବେ ଦୁଆର ମିଳେ ନା ମିଳେ ନାହିଁ ? ଆଉ ସେଠାରୁ ପୁଣି ବାହାରି ଯାଆନ୍ତୁ । ଧକ୍କା ହୁଅନ୍ତୁ ନାହିଁ । ଏପରି ନିୟମ ପାଳିବା ଉଚିତ୍ ଯେ ‘ମୋତେ କାହା ସହିତ ଧକ୍କା ହେବାର ହିଁ ନାହିଁ ।’
୧୩
ଏପରି ଜୀବନ ଜୀଇଁବା
ଇଏ ତ’ ଜୀବନ ଜୀଇଁବା ହିଁ ଆସୁନାହିଁ । ବିବାହ କରିବା ମଧ୍ୟ ଆସି ନଥିଲା । ବଡ଼ ମୁସ୍କିଲ୍ରେ ବିବାହ ହେଲା ! ବାପା ହେବା ଆସିଲା ନାହିଁ, ଆଉ ଏମିତି ହିଁ ବାପା ବନିଗଲା। ଏବେ, ପିଲାମାନେ ଖୁସି ହୋଇଯିବେ, ଏପରି ଜୀବନ ଜୀଇଁବା ଉଚିତ୍ । ସକାଳୁ ସମସ୍ତଙ୍କୁ ସ୍ଥିର କରିବା ଉଚିତ୍ ଯେ, ‘ଭାଈ, ଆଜି କାହା ସହିତ ଆମ୍ନା-ସାମ୍ନା ଝଗଡ଼ା ନ ହେଉ, ଏପରି ଆପଣ ଭାବି ନିଅନ୍ତୁ’ । ଯଦି ଝଗଡ଼ାରୁ ଲାଭ ହୁଏ, ତେବେ ମୋତେ ତାହା ଦେଖାଅ । କ’ଣ ଲାଭ ହୁଏ ? ପ୍ରଶ୍ନକର୍ତ୍ତା : ଦୁଃଖ ହୁଏ ।
ଦାଦାଶ୍ରୀ : ଦୁଃଖ ହୁଏ ଏତିକି ହିଁ ନୁହେଁ, ଏହି ଝଗଡ଼ାରୁ ଏବେ ତ’ ଦୁଃଖ ହେଲା ହିଁ, କିନ୍ତୁ ସାରାଦିନ ବିଗିଡ଼ିଯାଏ ଆଉ ପରଜନ୍ମରେ ପୁଣି ମନୁଷ୍ୟପଣ ଚାଲିଯାଏ। ମନୁଷ୍ୟପଣ ତ’ କେବେ ରହିବ କି, ସଜ୍ଜନତା ଥିବ ତେବେ ମନୁଷ୍ୟପଣ ରହିବ । କିନ୍ତୁ ପାଶବତା ଥବ, ବାରମ୍ବାର ଘୁସି ଲଗାଉଥବ, ବାରମ୍ବାର ଶିଙ୍ଗ ମାରୁଥବ, ପୁଣି ସେଠାରେ ମନୁଷ୍ୟପଣ ଆସିବ ? ଗାଈ-ମଇଁସି ଶିଙ୍ଗ ମାରନ୍ତି, ନା ମଣିଷ ମାରନ୍ତି ?
ପ୍ରଶ୍ନକର୍ତ୍ତା : ମଣିଷ ଅଧିକ ମାରୁଛନ୍ତି ।
ଦାଦାଶ୍ରୀ : ମଣିଷ ମାରେ ତ’ ପୁଣି ତା’କୁ ପଶୁ ଗତିରେ ଯିବାକୁ ପଡ଼ିବ । ଅର୍ଥାତ୍ ସେଠାରେ ଦୁଇଟା ବଦଳରେ ଚାରିଟା ଗୋଡ଼ ଆଉ ତାହା ସହିତ ଲାଞ୍ଜ ମଧ୍ୟ ମିଳିବ ! ସେଠାରେ କ’ଣ ଏମିତି-ସେମିତି ଚାଲିଛି । ସେଠାରେ କ’ଣ ଦୁଃଖ ନାହିଁ ? ବହୁତ ଦୁଃଖ । ଟିକିଏ ବୁଝିବାକୁ ପଡ଼ିବ । ଏମିତି କେମିତି ଚଳିବ ?
Page #23
--------------------------------------------------------------------------
________________
୧୪
ଘର୍ଷଣ ଟାଳନ୍ତୁ
ଝଗଡ଼ା, ତାହା ଅଜ୍ଞାନତା ହିଁ ଅଟେ ନିଜର
ପ୍ରଶ୍ନକର୍ତ୍ତା : ଜୀବନରେ ସଭାବ ମେଳ ଖାଏନାହିଁ, ଏଥିପାଇଁ ଝଗଡ଼ା ହୁଏ ନା’ ? |
ଦାଦାଶ୍ରୀ : ଝଗଡ଼ା ହୁଏ, ତାହାର ନାମ ସଂସାର ଅଟେ । ପ୍ରଶ୍ନକର୍ତ୍ତା : ଝଗଡ଼ା ହେବାର କାରଣ କ'ଣ ?
ଦାଦାଶ୍ରୀ : ଅଜ୍ଞାନତା । ଯେ ପର୍ଯ୍ୟନ୍ତ କାହାରି ସହିତ ମଧ୍ୟ ମତଭେଦ ହେଉଛି, ତେବେ ତାହା ଆପଣଙ୍କ ନିର୍ବଳତାର ସଙ୍କେତ ଅଟେ । ଲୋକମାନେ ଭୁଲ୍ ନୁହନ୍ତି, ମତଭେଦରେ ଭୁଲ୍ ଆପଣଙ୍କର ଅଟେ । ଲୋକଙ୍କର ଭୁଲ୍ ହୁଏ ହିଁ ନାହିଁ । ସେ ଜାଣିଶୁଣି ମଧ୍ୟ କରୁଥାଉ, ତେବେ ଆମକୁ ସେଠାରେ କ୍ଷମା ମାଗିନେବା ଉଚିତ୍ ଯେ, ଭାଈ, ଏହା ମୁଁ ବୁଝିପାରୁ ନାହିଁ ।” ବାକି, ଲୋକେ ଭୁଲ୍ କରନ୍ତି ହିଁ ନାହିଁ । ଲୋକମାନେ ମତଭେଦ ହେବାକୁ ଦେବେ, ଏପରି ହିଁ ନୁହଁନ୍ତି । ଯେଉଁଠି ଝଗଡ଼ା ହେଲା, ସେଠାରେ ନିଜର ହିଁ ଭୁଲ୍ ଅଟେ । | ପ୍ରଶ୍ନକର୍ତ୍ତା : ଖୁଣ୍ଟ ମଝିରେ ଥିବ ଏବଂ ଧକ୍କା ଟାଳିବାର ଥିବ, ତେବେ ଆମେ ଗୋଟିଏ ପାଖକୁ ଘୁଞ୍ଚାଯିବା, କିନ୍ତୁ ଖୁଣ୍ଟ ନିଜେ ଆସି ଆମ ଉପରେ ପଡ଼େ, ତେବେ ସେଠାରେ ଆମେ କ’ଣ କରିବୁ ?
ଦାଦାଶ୍ରୀ : ପଡ଼େ, ତେବେ ଘୁଞ୍ଚଯାଅ
ପ୍ରଶ୍ନକର୍ତ୍ତା : କେତେ ମଧ୍ୟ ଘୁଞ୍ଚିବାକୁ ଚେଷ୍ଟାକରୁ ତଥାପି ଖୁଣ୍ଟ ଆମ ସହ | ଧକ୍କା ନହୋଇ ରହେ ନାହିଁ । ଉଦାହରଣ ସରୂପ, ମୋ ପନ୍ ହିଁ ଝଗଡ଼ା କରେ ।
ଦାଦାଶ୍ରୀ : ଝଗଡ଼ା କରେ, ସେହି ସମୟରେ ଆପଣଙ୍କୁ କ’ଣ କରିବା ଉଚିତ୍, ତାହା ଖୋଜି ନିଅ ।
ପ୍ରଶ୍ନକର୍ତ୍ତା : ସାବାଲା ବ୍ୟକ୍ତି ଆମର ଅପମାନ କରେ ଆଉ ଆମକୁ ଅପମାନ ଲାଗେ, ତାହାର କାରଣ ନିଜର ଅହଂକାର ଅଟେ ?
ଦାଦାଶ୍ରୀ : ବାସ୍ତବରେ ତ’, ସାମ୍ବାଲା ଯେଉଁ ଅପମାନ କରେ, ତାହା ଆମର ଅହଂକାରକୁ ତରଳାଇଦିଏ, ଆଉ ତାହା ମଧ୍ୟ ‘ଡ୍ରାମାଟିକ୍’ ଅହଂକାରକୁ, ଯେତେ ଏସେସ୍ ଅହଂକାର ଥିବ, ତାହା ତରଳିଯାଏ, ସେଥିରେ
Page #24
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଆମର କ’ଣ ବିଗିଡ଼ିଯିବ ? ଏହି କର୍ମ ମୁକୁଳିବାକୁ ଦିଏ ନାହିଁ । ଆମକୁ ତ’ ଛୋଟ ପିଲା ମଧ୍ୟ ସାମ୍ନାରେ ଥବ, ତେବେ ମଧ୍ୟ କହିବା ଉଚିତ୍ ଯେ ‘ଏବେ ଆମକୁ ମୁକୁଳାଇ ଦିଅ’ ।
୧୫
ଧାରଣ କରିନିଅ ସବୁ, ସାଗର ଭଳି ପେଟରେ
ପ୍ରଶ୍ନକର୍ତ୍ତା : ଦାଦା, ବ୍ୟବହାରରେ ଭ୍ୟୁ ପଏଣ୍ଟର ମତଭେଦରେ, ବଡ଼ ସାନର ଭୂଲ୍ ବାହାର କରେ, ସାନ ନିଜଠାରୁ ସାନର ଭୂଲ୍ ବାହାର କରେ, ଏପରି କାହିଁକି ?
ଦାଦାଶ୍ରୀ : ତାହା ତ ଏପରି ଅଟେ କି ବଡ଼ ସାନକୁ ଖାଇଯାଏ, ବଡ଼ ସାନର ଭୂଲ୍ ବାହାର କରେ, ତାହା ବଦଳରେ ଆପଣ କୁହନ୍ତୁ କି ମୋର ହିଁ ଭୂଲ୍ ଅଟେ । ଭୂଲ୍କୁ ସ୍ୱୀକାର କରିନେବ, ତେବେ ତାହାର ସମାଧାନ ବାହାରେ । ‘ମୁଁ’ କ’ଣ କରେ କି ସାମ୍ନାବାଲା ଯଦି ସହି ନପାରେ ତେବେ ‘ମୁଁ” ନିଜ ଉପରକୁ ହିଁ ନେଇନିଏ, ଅନ୍ୟର ଭୂଲ୍ ବାହାର କରେ ନାହିଁ । ଅନ୍ୟକୁ କାହିଁକି ଦୋଷ ଦେବା ? ନିଜ ପାଖରେ ସାଗର ସମାନ ପେଟ ଅଛି ! ଦେଖ ନା, ମୁମ୍ବାଇର ସବୁ ନାଳର ପାଣି ସାଗର ନିଜଠାରେ ଧାରଣ କରିନିଏ ନା ? ସେହିପରି ଆପଣ ମଧ୍ୟ ପିଇଯାଆନ୍ତୁ । ଏହାଦ୍ବାରା କ’ଣ ହେବ କି, ଏହି ପିଲାଙ୍କ ଉପରେ ଆଉ ସବୁ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ସେମାନେ ମଧ୍ୟ ଶିଖିବେ । ପିଲାମାନେ ମଧ୍ୟ ବୁଝିଯାଆନ୍ତି କି ୟାଙ୍କର ପେଟ ସାଗର ପରି ଅଟେ ! ଯେତିକି ଆସେ, ସେତିକି ଜମା କରିନିଅ । ବ୍ୟବହାରରେ ଏପରି ନିୟମ ଅଛି କି ଅପମାନ କରିଲାବାଲା ନିଜର ଶକ୍ତି ଆମକୁ ଦେଇକରି ଯାଏ । ଏଥପାଇଁ ଅପମାନ ନେଇନିଅ ହସି ହସି !
‘ନ୍ୟାୟ-ସରୂପ’, ସେଠାରେ ହିସାବ ନିଜର
ପ୍ରଶ୍ନକର୍ତ୍ତା : ଘର୍ଷଣ ଟାଳିବାର, ‘ସମଭାବରେ ନିକାଲ୍’ (ନିପ୍ରା ବା ସମାପନ) କରିବାର ନିଜର ବୃତ୍ତ ଥବ, ତଥାପି ସାମ୍ନାବାଲା ମନୁଷ୍ୟ ଆମକୁ ହଇରାଣ କରେ, ଅପମାନ କରେ, ତେବେ ଆମେ କ’ଣ କରିବୁ ?
Page #25
--------------------------------------------------------------------------
________________
୧୬
ଘର୍ଷଣ ଟାଳନ୍ତୁ
ଦାଦାଶ୍ରୀ : କିଛି ନୁହେଁ । ତାହା ଆପଣଙ୍କ ହିସାବ ଅଟେ । ଏଥିପାଇଁ ତାହାର ସମଭାବରେ ନିକାଲ୍ କରିବାର ଅଛି, ଆପଣଙ୍କୁ ଏପରି ସ୍ଥିର କରିବା ଉଚିତ୍ । ଆପଣ ନିଜର ‘ନିଶ୍ଚୟ’ରେ ହିଁ ରୁହନ୍ତୁ ଏବଂ ଆପଣ ନିଜେ ନିଜେ ପଜଲ୍ ସୋଲ୍ କରି ଚାଲନ୍ତୁ ।
ପ୍ରଶ୍ନକର୍ତ୍ତା :ଏହି ଘର୍ଷଣ ହୁଏ, ତାହା ‘ବ୍ୟବସ୍ଥିତ’ର ଆଧାରରେ ହିଁ ହୁଏ ନା ?
ଦାଦାଶ୍ରୀ = ହଁ, ଯେଉଁ ଘର୍ଷଣ ହୁଏ, ତାହା ‘ବ୍ୟବସ୍ଥିତ?(ସାଇଣ୍ଟିଫିକ୍ ସରକସିୟଲ୍ ଏଭିଡ଼େନ୍ସ)ର ଆଧାରରେ ହୁଏ, କିନ୍ତୁ ଏପରି କେତେବେଳେ କହିପାରିବା ? ଝଗଡ଼ା ହୋଇଯିବା ପରେ । ‘ମୋତେ ଝଗଡ଼ା କରିବାର ନାହିଁ ଏପରି ଆପଣଙ୍କ ‘ନିଶ୍ଚୟ’ ହେବା ଉଚିତ୍ । ସାମ୍ନାରେ ଖୁଣ୍ଟ ଦେଲେ, ତେବେ ଆପଣ ବୁଝିଯାଆନ୍ତୁ କି ଖୁଣ୍ଟ ଅଛି, ବୁଲିକରି ଯିବାକୁ ହେବ, ଧକ୍କା ତ’ ହେବାର ହିଁ ନାହିଁ । କିନ୍ତୁ ତଥାପି ଯଦି ଧକ୍କା ହୋଇଯାଏ, ତେବେ ଆପଣ କୁହନ୍ତୁ ଯେ ‘ବ୍ୟବସ୍ଥିତ? ଅଟେ । ପ୍ରଥମରୁ ହିଁ ‘ବ୍ୟବସ୍ଥିତ ଅଟେ, ଏପରି ମାନିକରି ଚାଲିବେ, ତେବେ ତ’ ‘ବ୍ୟବସ୍ଥିତ’ର ଦୁରୋପଯୋଗ ହେଲା କୁହାଯିବ ।
। ଘର୍ଷଣ ଦ୍ବାରା କ୍ଷୟ, ଆଧାୟିକ ଶକ୍ତିର । ସମସ୍ତ ଆମ୍ବଶକ୍ତି ଯଦି ଶେଷ ହେଉଛି, ତେବେ ତାହା ଘର୍ଷଣ ଦ୍ବାରା । ତିଳେ ମଧ ଘର୍ଷଣ ହୁଏ ତେବେ ଶେଷ । ସାବାଲା ଝଗଡ଼ା କରେ, ତେବେ ଆମକୁ ସଂଯମପୂର୍ବକ ରହିବା ଉଚିତ୍ । ଝଗଡ଼ା ତ’ ହେବା ଉଚିତ ହିଁ ନୁହେଁ । ପୁଣି ପଛେ ଏ ଦେହ ମଧ୍ୟ ଯିବା କଥା ଯଦି ଯାଉ, କିନ୍ତୁ ଝଗଡ଼ାରେ ନ ପଡ଼ିବା ଉଚିତ୍ । ଯଦି କେବଳ ଘର୍ଷଣ ନହେବ, ତେବେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିନେବ । କେହି ଯଦି ଏତିକି ହିଁ ଶିଖିଗଲା କି ‘ମୋତେ ଘର୍ଷଣରେ ଆସିବାର ନାହିଁ, ତେବେ ପୁଣି ତା’କୁ ଗୁରୁଙ୍କର ଅବା ଆଉ କାହାର ମଧ୍ୟ ଆବଶ୍ୟକ ନାହିଁ । ଗୋଟିଏ କିମ୍ବା ଦୁଇଟି ଜନ୍ମରେ ସିଧା ମୋକ୍ଷକୁ ଯିବ । ‘ଘର୍ଷଣରେ ଆସିବାର ହିଁ ନାହିଁ ଏପରି ଯଦି ତା’ର ଶ୍ରଦ୍ଧାରେ ବସିଗଲା ଆଉ ‘ନିଶ୍ଚୟ’ ହିଁ କରିନେଲା, ସେବେଠାରୁ ହିଁ ସେ ସମକିତ୍ ହୋଇଗଲା ! ଅର୍ଥାତ୍ ଯଦି କାହାକୁ ସମକିତ୍ ହେବାର ଥିବ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି କି ଯାଅ, ଘର୍ଷଣ ନ କରିବାର ନିଶ୍ଚୟ କରିନିଅ, ସେବେଠାରୁ ସମକିତ୍
Page #26
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ହୋଇଯିବ । ଶରୀରରେ ଆଘାତ ଲାଗିଥ୍ ଆଉ କ୍ଷତ ହୋଇଥବ ତେବେ ଚିକିତ୍ସା କଲେ ତାହା ଠିକ୍ ହୋଇଯିବ । କିନ୍ତୁ ଘର୍ଷଣ ଏବଂ ସଂଘର୍ଷଣରୁ ମନରେ ଯେଉଁ ଦାଗ ପଡ଼ିଯାଇଥବ, ବୁଦ୍ଧି ଉପରେ ଦାଗ ପଡ଼ିଯାଇଥବ, ସେଗୁଡ଼ିକୁ କିଏ ବାହାର କରିବ ? ହଜାର ଜନ୍ମ ପର୍ଯ୍ୟନ୍ତ ମଧ୍ଯ ଯିବ ନାହିଁ ।
ପ୍ରଶ୍ନକର୍ତ୍ତା : ଘର୍ଷଣ ଏବଂ ସଂଘର୍ଷଣ ଦ୍ବାରା ମନ ଏବଂ ବୁଦ୍ଧି କ୍ଷତାକ୍ତ
ହୋଇଥାନ୍ତି ?
ଦାଦାଶ୍ରୀ : ଆରେ, ମନ-ବୁଦ୍ଧି ଉପରେ ତ’ କ’ଣ, ପୂରା ଅନ୍ତଃକରଣ ଉପରେ କ୍ଷତ ହୋଇଥାଏ ଏବଂ ତାହାର ପ୍ରଭାବ ଶରୀର ଉପରେ ମଧ୍ୟ ହୁଏ
ଘର୍ଷଣରୁ ତ’ କେତେ ସବୁ ଅସୁବିଧା ହୁଏ ।
ପ୍ରଶ୍ନକଭାଁ : ଆପଣ କୁହନ୍ତି ଯେ ଘର୍ଷଣ ଦ୍ବାରା ସବୁ ଶକ୍ତିଗୁଡ଼ିକ ଶେଷ ହୋଇଯାଆନ୍ତି, ତେବେ କ’ଣ ଜାଗୃତି ଦ୍ଵାରା ଶକ୍ତିଗୁଡ଼ିକ ଫେରିଆସିବ ?
ଦାଦାଶ୍ରୀ : ଶକ୍ତିଗୁଡ଼ିକୁ ଆଣିବାର ଆବଶ୍ୟକ ନାହିଁ । ଶକ୍ତି ତ’ ଅଛି ହିଁ । ଶକ୍ତି ଏବେ ଉତ୍ପନ୍ନ ହେଉଛି । ପ୍ରଥମେ ଯେଉଁ ଘର୍ଷଣସବୁ ହୋଇଯାଇଥିଲା ଏବଂ ତାହାଦ୍ୱାରା ଯେଉଁ କ୍ଷତି ହୋଇଥିଲା, ସେହିସବୁ ଶକ୍ତି ଫେରି ଆସେ । କିନ୍ତୁ ଏବେ ଯଦି ନୁଆ ଘର୍ଷଣ ସୃଷ୍ଟି କରିବେ, ତେବେ ପୁଣି ଶକ୍ତି ଗୁଡ଼ିକ ଚାଲିଯିବ । ଆସିଥିବା ଶକ୍ତି ମଧ୍ୟ ଚାଲିଯିବ ଆଉ ଯଦି ନିଜେ ଘର୍ଷଣ ହେବାକୁ ଦିଏ ହିଁ ନାହିଁ, ତେବେ ଶକ୍ତି ଉତ୍ପନ୍ନ ହେଉଥିବ !
ଏହି ଦୁନିଆରେ ଶତ୍ରୁତାରୁ ଘର୍ଷଣ ହୁଏ । ସଂସାରର ମୂଳ ମଞ୍ଜି ଶତ୍ରୁତା ଅଟେ । ଯାହାର ଶତ୍ରୁତା ଏବଂ ଘର୍ଷଣ - ଏହି ଦୁଇଟି ବନ୍ଦ ହୋଇଗଲା, ତା’ର ମୋକ୍ଷ ହୋଇଗଲା । ପ୍ରେମ ବାଧକ ନୁହେଁ, ଶତ୍ରୁତା ଯାଏ ତେବେ ପ୍ରେମ ଉତ୍ପନ୍ନ
ହୋଇଯାଏ ।
କମନ୍ସେନ୍ସ, ଏକ୍ରିହ୍ନେୟାର୍ ଏପ୍ଲିକେବଲ୍
ବ୍ୟବହାର ଶୁଦ୍ଧ ହେଉ, ତାହା ପାଇଁ କ’ଣ ଆବଶ୍ୟକ ? ‘କମନ୍ସେନ୍ସ’ କମ୍ପ୍ଲିଟ୍ (ପୂର୍ଣ ବ୍ୟବହାରିକ ବୋଧ) ଆବଶ୍ୟକ । ସ୍ଥିରତା-ଗମ୍ଭୀରତା ଆବଶ୍ୟକ। ବ୍ୟବହାରରେ ‘କମନ୍ସେନ୍ସ’ର ଆବଶ୍ୟକତା ଅଛି । ‘କମନ୍ସେନ୍ସ’ ଅର୍ଥାତ୍
Page #27
--------------------------------------------------------------------------
________________
। ୧୮
ଘର୍ଷଣ ଟାଳନ୍ତୁ
ଏଭିହ୍ନେୟାର୍ ଏପ୍ଲିକେବଲ୍ (ସବୁ ଜାଗାରେ କାମରେ ଆସେ) । ସରୂପଜ୍ଞାନ ସହିତ ‘କମନସେନ୍ସ ଥାଏ ତେବେ ବହୁତ ପ୍ରକାଶମାନ ହୁଏ । । ପ୍ରଶ୍ନକର୍ତ୍ତା : ‘କମସେନ୍ସ’ କିପରି ପ୍ରକଟ ହୁଏ ?
ଦାଦାଶ୍ରୀ : ଭଲା ହିଁ କେହି ଆମ ସହିତ ଘର୍ଷଣ କରୁ କିନ୍ତୁ ଆମେ କାହା ସହିତ ଘର୍ଷଣରେ ପଡ଼ିବା ନାହିଁ, ଏହିପରି ରହିବା ତେବେ ‘କମନସେନ୍ନ’ ଉତ୍ପନ୍ନ
ହେବ । କିନ୍ତୁ ଆମକୁ କାହା ସହିତ ଘର୍ଷଣରେ ନ ପଡ଼ି ବା ଉଚିତ୍, ନଚେତ୍ ‘କମସେନ୍ନ’ ଚାଲିଯିବ ! ନିଜ ତରଫରୁ ଘର୍ଷଣ ନହେବା ଉଚିତ୍ ।
ସାମ୍ନାବାଲାର ଘର୍ଷଣ ଦ୍ଵାରା ଆମ ଭିତରେ କମସେନ୍ସ’ ଉତ୍ପନ୍ନ ହୁଏ । ଆମ୍ବାର ଏହି ଶକ୍ତି ଏପରି ଅଟେ ଯେ ଘର୍ଷଣ ସମୟରେ କିପରି ବ୍ୟବହାର କରିବା, ତାହାର ସମସ୍ତ ଉପାୟ ବତାଇଦିଏ ଆଉ ଥରେ ଦେଖାଇଦେଲେ, ତେବେ ପୁଣି
ସେହି ଜ୍ଞାନ ଯିବ ନାହିଁ । ଏପରି କରୁ କରୁ କମସେନ୍ନ’ ବଢ଼ିଚାଲେ । ମୋର କାହା ସହିତ ଘର୍ଷଣ ହେବ ନାହିଁ, କାରଣ ମୋର ‘କମସେନ୍ସ’ ବହୁତ ଅଧିକ । ଏଥିପାଇଁ ଆପଣ କ’ଣ କହିବାକୁ ଚାହାନ୍ତି, ତାହା ତୁରନ୍ତ ହିଁ ମୁଁ ବୁଝିପାରେ । ଲୋକମାନଙ୍କୁ ଏପରି ଲାଗେ ଯେ ଇଏ ଦାଦାଙ୍କର ଅହିତ କରୁଛି, କିନ୍ତୁ ମୁଁ ତୁରନ୍ତ ବୁଝିଯାଏ ଏହି ଅହିତ, ଅହିତ ନୁହେଁ । ସାଂସାରିକ ଅହିତ ନୁହେଁ ଏବଂ ଧାର୍ମିକ ଅହିତ ମଧ୍ୟ ନୁହେଁ ଆଉ ଆମ୍ବାର ସମ୍ବନ୍ଧରେ ତ’ ଅହିତ ଆଦୌ ହିଁ ନୁହେଁ । ଲୋକମାନଙ୍କୁ ଏପରି ଲାଗେ ଯେ ଆମ୍ବାର ଅହିତ କରୁଛନ୍ତି, କିନ୍ତୁ ମୋତେ ସେଥିରେ ହିତ ଦେଖାଯାଏ । ମାନେ ଏହା ହେଲା ‘କମସେନ୍ସ’ର ପ୍ରଭାବ। ଏଥିପାଇଁ ମୁଁ କମନ୍ସେନ୍ସ’ର ଅର୍ଥ ଲେଖୁଛି ଯେ ‘ଏଭି ସ୍କେୟାର୍ ଏପ୍ଲିକେବଲ୍’ । ଆଜିର ଜେନେରେସନ୍ରେ ‘କମସେନ୍ସ ଭଳି କିଛି ହିଁ ନାହିଁ । ଜେନେରେସନ୍ ଟୁ ଜେନେରେସନ୍ ‘କମସେନ୍ସ’ କମ୍ ହୋଇ ଚାଲିଛି ।
ଏହି (ଆପ୍) ବିଜ୍ଞାନ ପ୍ରାପ୍ତ ହେବା ପରେ ମନୁଷ୍ୟ ଏହି ପ୍ରକାର ରହିପାରିବ ନଚେତ୍ ପୁଣି ସାଧାରଣ ଜନତାଙ୍କ ମଧ୍ୟରୁ କେହି ଜଣେ ଅଧେ ଏହି ପ୍ରକାର ରହିପାରନ୍ତି, ଏପରି ପୁଣ୍ୟଶାଳୀ ଲୋକ ମଧ୍ୟ ଥା’ନ୍ତି ! କିନ୍ତୁ ସେମାନେ କିଛି ଜାଗାରେ ହିଁ ରହିପାରନ୍ତି, ସବୁ ଜାଗାରେ ରହିପାରନ୍ତି ନାହିଁ ।
Page #28
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
୧
୯
ପ୍ରଶ୍ନକର୍ତ୍ତା : ସବୁ ଘର୍ଷଣର କାରଣ ଏହା ହିଁ ନା ଯେ ଗୋଟିଏ ଲେୟର୍ ଠାରୁ ଅନ୍ୟ ଲେୟର ଅନ୍ତର ବହୁତ ଅଧିକ ଅଟେ ?
। ଦାଦାଶ୍ରୀ : ଘର୍ଷଣ ତ’ ପ୍ରଗତି ଅଟେ ! ଯେତିକି ଝଞ୍ଜଟ ହେବ, ଘର୍ଷଣ ହେବ, ସେତିକି ଉପରକୁ ଉଠିବାର ମାର୍ଗ ମିଳିବ । ଘର୍ଷଣ ନ ହେବ ତେବେ ସେଇଠିକୁ ସେଇଠି ରହିବ । ଏଥିପାଇଁ ଲୋକେ ଘର୍ଷଣ ଖୋଜନ୍ତି ।
। ଘର୍ଷଣ ଦ୍ବାରା ପ୍ରଗତିର ପଥରେ ପ୍ରଶ୍ନକର୍ତ୍ତା : ଘର୍ଷଣ ପ୍ରଗତି ପାଇଁ ଅଟେ, ଏପରି ବୁଝିକରି ଖୋଜିବା ତେବେ ପ୍ରଗତି ହୁଏ ?
। ଦାଦାଶ୍ରୀ : କିନ୍ତୁ ସେମାନେ ଏପରି ବୁଝିକରି ଖୋଜନ୍ତି ନାହିଁ । ଭଗବାନ କେଉଁଠି ଉପରକୁ ଉଠାଇ ନାହାନ୍ତି, ଘର୍ଷଣ ଉପରକୁ ଉଠାଏ । ଘର୍ଷଣ କିଛି ସୀମା ପର୍ଯ୍ୟନ୍ତ ଉପରକୁ ଉଠାଇ ପାରେ, ପରେ ଜ୍ଞାନୀ ମିଳିବେ ତେବେ କାମ ହେବ । ଘର୍ଷଣ ତ’ ପ୍ରାକୃତିକ ରୀତିରେ ହୋଇଥାଏ, ଯେପରି ନଦୀରେ ପଥର ପଥର ସହ ବାଡ଼େଇ ହୋଇ ଗୋଲ ବନିଯାଆନ୍ତି ।
ପ୍ରଶ୍ନକର୍ତ୍ତା : ଘର୍ଷଣ ଏବଂ ସଂଘର୍ଷଣରେ କ’ଣ ପାର୍ଥକ୍ୟ ଅଛି ?
ଦାଦାଶୀ : ଯେଉଁଥିରେ ଜୀବନ ନଥାଏ ଯେବେ ସେମାନେ ଧକ୍କା ହୁଅନ୍ତି, ସେତେବେଳେ ତାହାକୁ ଘର୍ଷଣ କୁହାଯାଏ ଆଉ ଜୀବନ ଥିଲାବାଲା ଧକ୍କା ହେଲେ ତେବେ ସଂଘର୍ଷଣ ହୋଇଥାଏ ।
ପ୍ରଶ୍ନକର୍ତ୍ତା : ସଂଘର୍ଷଣ ଦ୍ବାରା ଆମ୍ବଶକ୍ତି ରୁଦ୍ଧ ହୋଇଯାଏ ନା’ ?
ଦାଦାଶ୍ରୀ : ହଁ, ସତ କଥା। ସଂଘର୍ଷ ହେଉ, ସେଥିରେ ଅସୁବିଧା ନାହିଁ, ‘ମୋତେ ସଂଘର୍ଷ କରିବାର ଅଛି? ଏପରି ଭାବି ବାହାର କରିଦେବାକୁ ମୁଁ କହୁଛି । ‘ଆପଣଙ୍କୁ ସଂଘର୍ଷ କରିବାର ଭାବ ନ ହେବା ଉଚିତ୍, ପୁଣି ଚନ୍ଦୁଲାଲ ( ଏଠାରେ ନିଜର ନାମକୁ ବୁଝ) ଭଲା ହିଁ ସଂଘର୍ଷ କରେ । ଆମର ଭାବ ନ ବିଗିଡ଼ିବା ଉଚିତ୍ ।
। ଘର୍ଷଣ କରାଏ, ପ୍ରକୃତି । ପ୍ରଶ୍ନକର୍ତ୍ତା : ଘର୍ଷଣ କିଏ କରାଏ ? ଜଡ଼ ନା ଚେତନ ?
ଦାଦାଶ୍ରୀ : ପୂର୍ବର ଘର୍ଷଣ ହିଁ ପୁଣି ଥରେ ଘର୍ଷଣ କରାଇଥାଏ । ଜଡ଼ା ଅବା ବେତନର ଏଥିରେ ପ୍ରଶ୍ନ ହିଁ ନାହିଁ । ଆମ୍ବା ଏଥିରେ ହସ୍ତକ୍ଷେପ କରେ ହିଁ
Page #29
--------------------------------------------------------------------------
________________
୨୦
ଘର୍ଷଣ ଟାଳନ୍ତୁ
ନାହିଁ । ଏହିସବୁ ଘର୍ଷଣ ପୁଦ୍ରଗଲ୍ ହିଁ କରାଏ । କିନ୍ତୁ ପୂର୍ବର ଘର୍ଷଣ ସବୁ ପୁଣିଥରେ ଘର୍ଷଣ କରାନ୍ତି । ଯାହାର ପୂର୍ବର ଘର୍ଷଣ ସବୁ ପୂରା ହୋଇଯାଇଛି; ତା’ ସହିତ ପୁଣି ଘର୍ଷଣ ହୁଏ ନାହିଁ । ନହେଲେ ଘର୍ଷଣ ଉପରେ ଘର୍ଷଣ, ତା’ଉପରେ ଘର୍ଷଣ ଏପରି ବଢ଼ି ହିଁ ଚାଲିଥାଏ ।
। ପୁଗଲ୍ ମାନେ କ’ଣ, କି ପୁରାପୂରି ଜଡ଼ ନୁହେଁ, ତାହା ମିଶ୍ର ଚେତନ ଅଟେ । ଏହାକୁ ବିଭାବିକ ପୁଗଲ୍ କୁହାଯାଏ, ବିଭାବିକ ମାନେ ବିଶେଷ ଭାବରୁ ପରିଣାମ ପ୍ରାପ୍ତ ପୁଗଲ୍, ସେହି ସବୁ କରାଏ । ଯାହା ଶୁଦ୍ଧ ପୁଗଲ୍ ଅଟେ, ସେହି ପୁଗଲ୍ ଏପରି କରାଏ ନାହିଁ । ଏ ପୁଗଲ୍ ତ’ ମିଶ୍ର ଚେତନ ହୋଇଛି । ଆମ୍ବାର ବିଶେଷ ଭାବ ଆଉ ଜଡ଼ର ବିଶେଷ ଭାବ, ଦୁହେଁ ମିଳି ତୃତୀୟ ରୂପ ହୋଇଛି, ପ୍ରକୃତି ସପ ହୋଇଛି । ସିଏ ସବୁ ଘର୍ଷଣ କରାଏ ।
ପ୍ରଶ୍ନକର୍ତ୍ତା : ଘର୍ଷଣ ନ ହେଉ, ତାହାକୁ ପ୍ରକୃତ ଅହିଂସକ ଭାବ ହେଲା ବୋଲି କୁହାଯାଏ ?
। ଦାଦାତ୍ରୀ : ନା, ଏପରି କିଛି ନୁହେଁ ! କିନ୍ତୁ ଏହା ଦାଦାଜୀଙ୍କଠାରୁ ଜାଣିଲ ଯେ ଏହି କାନ୍ଥ ସହିତ ଘର୍ଷଣ କଲେ ଏତେ ଲାଭ (!), ତେବେ ଭଗବାନଙ୍କ ସହିତ ଘର୍ଷଣ କରିବାରେ କେତେ ଲାଭ ? ! ଏତିକି ବିପଦ ବୁଝିବା ଦ୍ଵାରା ହିଁ ଆମର ପରିବର୍ତ୍ତନ ହୋଇ ଚାଲିବ ।
। ଅହିଂସା ତ’ ପୂର୍ଣ୍ଣ ରୂପରେ ବୁଝିହେବ, ଏପରି ନୁହେଁ ଆଉ ପୂର୍ଣ୍ଣ ରୂପରେ ବୁଝିବା ବହୁତ କଠିନ ଅଟେ । ଏହା ବଦଳରେ ଯଦି ଏପରି ଧରିନିଆଯାଏ ଯେ ‘ଘର୍ଷଣରେ କେବେ ବି ଆସିବାର ନାହିଁ ।” ତେବେ ପୁଣି କ’ଣ ହେବ କି ଶକ୍ତି ସବୁ ଆରକ୍ଷିତ ହୋଇ ରହିବ ଆଉ ଦିନକୁଦିନ ବଢ଼ି ଚାଲିବ । ପୁଣି ଘର୍ଷଣରୁ ହେଉଥିବା କ୍ଷତି ହେବ ନାହିଁ । କେବେ ଘର୍ଷଣ ହୋଇଯାଏ ତେବେ ଘର୍ଷଣ ପରେ ଆପଣଙ୍କ ପ୍ରତିକ୍ରମଣ କରିବା ଦ୍ଵାରା ତାହା ସଫା ହୋଇଯିବ । ଏଥିପାଇଁ ଏହା ବୁଝିବା ଉଚିତ୍ ଯେ ଏଠାରେ ଘର୍ଷଣ ହୋଇଯାଉଛି, ତେବେ ସେଠାରେ ପ୍ରତିକ୍ରମଣ କରିବା ଉଚିତ୍ । ନଚେତ୍ ବହୁତ ବିପଦପୂର୍ଣ୍ଣ ଅଟେ । ଏହି ଜ୍ଞାନ ଦ୍ଵାରା ମୋକ୍ଷକୁ ତ’ ଯିବେ, କିନ୍ତୁ ଘର୍ଷଣ କାରଣରୁ ମୋକ୍ଷ ଯିବାବେଳେ ବାଧା ବହୁତ ଆସିବ ଆଉ ଅଧୁକ ସମୟ ଲାଗିବ !
Page #30
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
। ଏହି କାନ୍ଥ ପାଇଁ ଓଲଟା ବିଚାର ଆସିଲେ ଅସୁବିଧା ନାହିଁ, କାରଣ ଏକପକ୍ଷୀୟ କ୍ଷତି ଅଟେ । ଯେବେକି କୌଣସି ଜୀବିତ ବ୍ୟକ୍ତିକୁ ନେଇ ଗୋଟିଏ ମଧ୍ୟ ଓଲଟା ବିଚାର ଆସିଲା ତେବେ ବିପଦ ଅଛି । ଉଭୟ ପକ୍ଷରୁ କ୍ଷତି ହେବ । କିନ୍ତୁ ଆମେ ତାହାର ପ୍ରତିକ୍ରମଣ କରୁ ତେବେ ସମସ୍ତ ଦୋଷ ଚାଲିଯିବ । ଏଥିପାଇଁ ଯେଉଁଠି-ଯେଉଁଠି ଘର୍ଷଣ ହୁଏ, ସେଠାରେ ପ୍ରତିକ୍ରମଣ କରନ୍ତୁ, ତେବେ ଘର୍ଷଣ ଶେଷ ହୋଇଯିବ ।
ସମାଧାନ, ସମ୍ୟକ୍ ଜ୍ଞାନ ଦ୍ଵାରା ହିଁ ପ୍ରଶ୍ନକର୍ତ୍ତା : ଦାଦାଜୀ, ଏହି ଅହଂକାରର କଥା ଘରେ ମଧ୍ୟ କେତେଥର ଲାଗୁ ହୁଏ, ଅଫିସ୍ରେ ଲାଗୁହୁଏ, ଦାଦାଜୀଙ୍କର କାମ କରୁଥିବୁ, ସେଥିରେ ମଧ୍ୟ କେଉଁଠି ଅହଂକାରର ଘର୍ଷଣ ହୁଏ, ସେଠାରେ ମଧ୍ୟ ଲାଗୁ ହୁଏ । ସେଠାରେ ମଧ୍ୟ ସମାଧାନ ଆବଶ୍ୟକ ନା’ ?
। ଦାଦାଶ୍ରୀ : ହଁ, ସମାଧାନ ଆବଶ୍ୟକ ନା ! ଆମର ଏଠି ‘ଜ୍ଞାନବାଲା’ ସମାଧାନ ନିଏ, କିନ୍ତୁ ‘ଜ୍ଞାନ’ ନଥିବ ସେଠି କ’ଣ ସମାଧାନ ନେବ ? ସେଠି ପୁଣି ଅଲଗା ହୋଇଚାଲିବ, ଦୁହିଁଙ୍କ ମନ ଅଲଗା ହୋଇଚାଲିବ । ଆମର ଏଠି ପୃଥକତା ନାହିଁ ।
। ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଘର୍ଷଣ ନହେବା ଉଚିତ୍ ନା ? ।
ଦାଦାଶ୍ରୀ : ଘର୍ଷଣ ହୁଏ, ତାହା ତ’ ସଭାବ ଅଟେ । ଏପରି ‘ମା’ ଭରିକରି ଆଣିଛନ୍ତି, ଏଥିପାଇଁ ଏପରି ହୁଏ । ଯଦି ଏପରି ମାଲ୍ ଆଣିନଥା’ନ୍ତେ ତେବେ ଏପରି ହୋଇନଥାନ୍ତା, ଏଣୁ ଆମକୁ ବୁଝି ନେବା ଉଚିତ୍ ଯେ ଭାଈଙ୍କର ଅଭ୍ୟାସ ହିଁ ଏପରି ଅଟେ । ଏପରି ଆମେ ବୁଝିନେବା । ଏହାଦ୍ୱାରା ପୁଣି ଆମ ଉପରେ ପ୍ରଭାବ ହେବ ନାହିଁ । କାରଣ ଅଭ୍ୟାସ ଅଭ୍ୟାସବାଲାର (ପୂର୍ବସଞ୍ଚିତ ସଂସ୍କାରବାଲା ଜୀବର) ଏବଂ ‘ଆମେ’ ନିଜବାଲା ( ଶୁଦ୍ଧାସ୍) ! ଆଉ ପରେ ତାହାର ନିକାଲ୍ ହୋଇଯାଏ । ଆପଣ ଅଟକି ରହିବେ ତେବେ ଝଞ୍ଜଟି (ଘର୍ଷଣ ବଢ଼ିବ) । ବାକି ଘର୍ଷଣ ତ’ ହୁଏ । ଘର୍ଷଣ ନ ହେବା, ଏପରି ତ’ ହୁଏ ହିଁ ନାହିଁ ।
Page #31
--------------------------------------------------------------------------
________________
୨୨
ଘର୍ଷଣ ଟାଳନ୍ତୁ
। ମାତ୍ର ସେହି ଘର୍ଷଣ ଯୋଗୁଁ ଆମେ ପରସ୍ପର ଅଲଗା ନ ହୋଇଯାଉ, କେବଳ ଏତିକି ଦେଖୁବାର ଅଛି । ତାହା ତ’ ପତି-ପତ୍ନୀଙ୍କ ମଧ୍ୟରେ ବି ହୋଇଥାଏ । କିନ୍ତୁ ସେମାନେ ପୁଣି ଏକାଠି ହିଁ ରୁହନ୍ତି ନା ନାହିଁ ? ! ତାହା ତ’ ହୁଏ । ଏଥିରେ କାହା ଉପରେ କେହି ଚାପ ପକାଇନଥାଏ ଯେ, “ତୁମେ ଘର୍ଷଣ କରନାହିଁ ।”
ପ୍ରଶ୍ନକର୍ତ୍ତା : କିନ୍ତୁ ଦାଦାଜୀ, ଘର୍ଷଣ ନହେଉ ଏପରି ଭାବ ତ? ନିରନ୍ତର ରହିବା ଉଚିତ୍ ନା ?
। ଦାଦାଶ୍ରୀ = ହଁ, ରହିବା ଉଚିତ୍ । ଏହା ହିଁ କରିବାର ଅଛି ନା ! ତାହା ପାଇଁ ପ୍ରତିକ୍ରମଣ କରିବାର ଅଛି ଏବଂ ତାହା ପ୍ରତି ଉତ୍ତମ ଭାବ ହିଁ ରଖୁବାର ଅଛି ! ପୁଣି ଯଦି ଏପରି ହୋଇଯାଏ ତ’ ପୁଣି ଥରେ ପ୍ରତିକ୍ରମଣ କର, କାରଣ ଗୋଟିଏ ପରସ୍ତ ଚାଲିଯିବ, ପୁଣି ଦ୍ବିତୀୟ ପରସ୍ତ ଚାଲିଯିବ । ଏପରି ପରସ୍ତ ବାଲା ଅଟେ ନା ? ମୋର ତ’ ଯେବେ ଘର୍ଷଣ ହେଉଥିଲା, ସେତେବେଳେ ନୋଟ୍ କରୁଥିଲି କି ଆଜି ଭଲ ଜ୍ଞାନ ପାଇଲି ! ଘର୍ଷଣ ଦ୍ବାରା ଖସି ଯାଏ ନାହିଁ, ଜାଗୃତ ହିଁ ରହେ ନା ! ତାହା ଆମ୍ବାର ଭିଟାମିନ୍ ଅଟେ । ଅର୍ଥାତ୍ ଏହି ଘର୍ଷଣରେ ଝାଞ୍ଜଟ ନାହିଁ । ଘର୍ଷଣ ପରେ ଜଣେ ଅନ୍ୟଠାରୁ ଅଲଗା ହେବ ନାହିଁ, ତାହା ପୁରୁଷାର୍ଥ ଅଟେ । ଯଦି ସାମ୍ବାଲାଠାରୁ ଆମର ମନ ଅଲଗା ହେଉଅଛି, ତେବେ ପ୍ରତିକ୍ରମଣ କରି ରାସ୍ତାକୁ ନେଇ ଆସିବ । ମୁଁ ଏହି ସମସ୍ତଙ୍କ ସହିତ କେଉଁ ପ୍ରକାର ତାଳମେଳ ରଖୁଥିବି ? ଆପଣଙ୍କ ସହିତ ତାଳମେଳ ରହେ ନା ରହେ ନାହିଁ ? ଏପରି ଅଟେ, ଶବ୍ଦ ଦ୍ଵାରା ଘର୍ଷଣ ଆରମ୍ଭ ହୁଏ । ମୋତେ ବହୁତ କହିବାକୁ ପଡୁଛି, ତଥାପି ଘର୍ଷଣ ହେଉନାହିଁ ନା ! । ଘର୍ଷଣ ତ’ ହୁଏ । ଏହି ବାସନକୁସନ ବାଡ଼େଇ ହୋଇ ଶବ୍ଦ କରନ୍ତି ନା ନାହିଁ ? ପୁଗଲର ସଭାବ ହେଉଛି ଘର୍ଷଣ ହେବା । କିନ୍ତୁ ଏପରି ‘ମାଲ୍ ଭରିହୋଇଥିବ, ତେବେ । ଭରିହୋଇନଥିବ ତେବେ ନୁହେଁ । ମୋର ମଧ୍ୟ ଘର୍ଷଣ ହେଉଥିଲା କିନ୍ତୁ ଜ୍ଞାନ ହେଲା ପରେ ଘର୍ଷଣ ହୋଇନାହିଁ । କାରଣ ମୋର ଜ୍ଞାନ ଅନୁଭବ ଜ୍ଞାନ ଅଟେ ଏବଂ ମୁଁ ଏହି ଜ୍ଞାନ ଦ୍ଵାରା ସବୁ ନିକାଲ୍ କରିକି ଆସିଛି ଆଉ ଆପଣଙ୍କୁ ନିକାଲ୍ କରିବା ବାକି ଅଛି ।
Page #32
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
୨୩
। ଦୋଷ ଧୋଇଯାଏ ପ୍ରତିକ୍ରମଣ ଦ୍ଵାରା
କାହା ସହିତ ଘର୍ଷଣରେ ଆସିବା ପରେ ନିଜ ଦୋଷ ଦେଖାଯାଏ ଆଉ ଘର୍ଷଣରେ ନ ଆସୁ ତେବେ ଦୋଷଗୁଡ଼ିକ ଢ଼ାଙ୍କିହୋଇ ରହିଥାଏ । ପ୍ରତ୍ୟେକ ଦିନ ପାଞ୍ଚଶହ-ପାଞ୍ଚଶହ ଦୋଷ ଦେଖାଯାଏ ତେବେ ବୁଝିବ ଯେ ପୂର୍ଣ୍ଣାହୁତି ନିକଟତର ହେଉଛି । । ଏଥିପାଇଁ ଯେଉଁଠି ମଧ୍ୟ ଥାଅ ସେଠାରେ ଘର୍ଷଣ ଟାଳ । ଏ ଘର୍ଷଣ କରି ଏହି ଜନ୍ମ ତ’ ବିଗାଡ଼ନ୍ତି ହିଁ, କିନ୍ତୁ ପରଜନ୍ମର ମଧ୍ୟ ବିଗାଡ଼ନ୍ତି ! ଯିଏ ଏହି ଜନ୍ମର ବିଗାଡ଼ନ୍ତି ସେମାନେ ପରଜନ୍ମର ନ ବିଗାଡ଼ି ରୁହନ୍ତି ହିଁ ନାହିଁ ! ଯାହାର ଏହି ଜନ୍ମ ସୁଧୁରିବ, ତା’ର ପରଜନ୍ମ ସୁଧୁରିଯିବ । ଏହି ଜନ୍ମରେ ଯଦି କୌଣସି ପ୍ରକାରର ବାଧାବିଘ୍ନ ଆସିନାହିଁ ତେବେ ଜାଣିବ ଯେ ପରଜନ୍ମରେ ମଧ୍ୟ ବାଧାବିଘ୍ନ ନାହିଁ । ଆଉ ଏହିଠାରେ ସମସ୍ୟା ସୃଷ୍ଟି କରିବ, ତେବେ ସେମାନେ ସବୁ ସେଠାରେ ଆସିବେ ହିଁ ।
। ତିନି ଜନ୍ମର ଗ୍ୟାରେଣ୍ଟି ଯାହାର ଘର୍ଷଣ ହେବ ନାହିଁ, ତା’ର ତିନି ଜନ୍ମରେ ମୋକ୍ଷ ହେବ, ତାହାର ମୁଁ ଗ୍ୟାରେଣ୍ଟି ଦେଉଛି । ଘର୍ଷଣ ହୋଇଯାଏ, ତେବେ ପ୍ରତିକ୍ରମଣ କରିନେବ । ଘର୍ଷଣ ପୁଦ୍ରଗର ଅଟେ ଏବଂ ପୁଗଲ୍ ଦ୍ଵାରା ପୁତ୍ବଗର ଘର୍ଷଣ ପ୍ରତିକ୍ରମଣ ଦ୍ୱାରା ନାଶ ହୁଏ ।
। ସାମ୍ବବାଲା ‘ଭାଗ’ କରେ ତେବେ ଆମକୁ ‘ଗୁଣନ’ କରିବା ଉଚିତ୍, ତାହାଦ୍ୱାରା ହିସାବ ଉଡ଼ିଯାଏ । ସାମ୍ବାଲା ବ୍ୟକ୍ତି ବିଷୟରେ ଏପରି ଭାବିବା ଯେ, ସେ ମୋତେ ଏମିତି କହିଲା, ସେମିତି କହିଲା’, ଏହା ହିଁ ତ୍ରୁଟି, ଏଠି ରାସ୍ତାରେ ଯିବା ସମୟରେ ଗଛ ସହିତ ଧକ୍କା ହେଲେ ତେବେ ତାହା ସହିତ କାହିଁକି ଲଢ଼ନ୍ତି ନାହିଁ ? ଗଛକୁ ଜଡ଼ କିପରି କହିବା ? ଯେଉଁମାନେ ଧକ୍କା ହୁଅନ୍ତି,
ସେମାନେ ସବୁ ଗଛ ହିଁ ଅଟନ୍ତି । ଗାଈର ପାଦ ଆମ ଉପରେ ପଡ଼େ, ତେବେ ଆମେ କିଛି କହୁ କି ? ଏପରି ହିଁ ଏହି ସବୁ ଲୋକମାନଙ୍କ ପାଇଁ ଅଟେ ।
Page #33
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
‘ଜ୍ଞାନୀପୁରୁଷ’ ସମସ୍ତଙ୍କୁ କିପରି କ୍ଷମା କରିଦିଅନ୍ତି ? ସେ ଜାଣନ୍ତି ଯେ, ଏହି ବିଚରାମାନେ ବୁଝନ୍ତି ନାହିଁ, ଗଛ ପରି ଅଟନ୍ତି । ଆଉ ବୁଝିଲାବାଲାକୁ ତ’ କହିବାକୁ ହିଁ ପଡ଼େନାହିଁ, ସେ ତ’ ଭିତରେ ଭିତରେ ତୁରନ୍ତ ପ୍ରତିକ୍ରମଣ କରିନିଏ ।
ଯେଉଁଠି ଆସକ୍ତି, ସେଠାରେ ରିଏକ୍ସନ ହେବ ହିଁ
୨୪
ପ୍ରଶ୍ନକଭାଁ : କିନ୍ତୁ ଅନେକ ଥର ଆମକୁ ଦ୍ବେଷ କରିବାର ନଥବ, ତଥାପି ଦ୍ବେଷ ହୋଇଯାଏ, ତାହାର କ’ଣ କାରଣ ଅଟେ ?
ଦାଦାଶ୍ରୀ : କାହା ସହିତ ?
ପ୍ରଶ୍ନକର୍ତ୍ତା : ସାମୀଙ୍କ ସହିତ ଏପରି ହୁଏ ତେବେ ?
ଦାଦାଶ୍ରୀ : ତାହାକୁ ଦ୍ବେଷ କୁହାଯାଏ ନାହିଁ । ଯାହା ଆସକ୍ତିବାଲା ପ୍ରେମ ଅଟେ, ତାହା ସର୍ବଦା ରିଏଲ୍ସନାରୀ ହୋଇଥାଏ । ଏଥିପାଇଁ ଯଦି ତୁମେ ଚିଡ଼ିଯିବ ତେବେ ସିଏ ପୁଣି ଓଲଟା ଚାଲିବେ । ଓଲଟା ଚାଲିବେ ତେବେ କିଛି ସମୟ ଦୂରେଇ ରହିବେ ପରେ ପୁଣି ପ୍ରେମର ଜୁଆର ଆସିବ । ଆଉ ପୁଣି ପ୍ରେମରେ ଆଘାତ ଲାଗିଲେ ଘର୍ଷଣ ହେବ । ସେତେବେଳେ ପୁଣି ପ୍ରେମ ବଢ଼େ । ଯେଉଁଠି ଅତ୍ୟଧିକ ପ୍ରେମ ଥାଏ, ସେଠାରେ ଝଗଡ଼ା ହୁଏ, ଅର୍ଥାତ୍ ଯେଉଁଠାରେ ମଧ୍ୟ ଝଗଡ଼ା ହେଉଥାଏ, ସେଠାରେ ଏହି ଲୋକମାନଙ୍କୁ ଭିତରୁ ପ୍ରେମ ଥାଏ । ସେ ପ୍ରେମ ଥୁବ ତେବେ ଝଗଡ଼ା ହୁଏ । ପୂର୍ବଜନ୍ମର ପ୍ରେମ ଥବ, ତେବେ ଝଗଡ଼ା ହୁଏ । ଆବଶ୍ୟକତା ଠାରୁ ଅଧିକ ପ୍ରେମ ହୋଇଯାଏ, ନଚେତ୍ ଝଗଡ଼ା ହୁଅନ୍ତା ହିଁ ନାହିଁ ! ଏହି ଝଗଡ଼ାର ସରୂପ ହିଁ ଏପରି ଅଟେ ।
ତାହାକୁ ଲୋକେ କ’ଣ କୁହନ୍ତି ? ଝଗଡ଼ା ହେବା କାରଣରୁ ହିଁ ଆମ ଭିତରେ ପ୍ରେମ ଅଛି’ ତେବେ କଥା ଠିକ୍ ମଧ୍ଯ ଅଟେ, ସେହି ଆସକ୍ତ ଝଗଡ଼ା ହେବା କାରଣରୁ ହିଁ ହୋଇଛି । ଯେଉଁଠାରେ ଝଗଡ଼ା କମ୍ ଥବ, ସେଠାରେ ଆସକ୍ତି ନଥାଏ । ଯେଉଁ ଘରେ ସ୍ତ୍ରୀ-ପୁରୁଷ ମଧ୍ୟରେ ଝଗଡ଼ା କମ୍, ସେଠାରେ ଆସକ୍ତି କମ୍, ଏପରି ବୁଝିନେବ । ବୁଝିପାରିଲା ଭଳି କଥା ଅଟେ ନା ?
ପ୍ରଶ୍ନକର୍ତ୍ତା : ସଂସାର ବ୍ୟବହାରରେ କେବେ ଯେଉଁ ଅହଂ ରହିଥାଏ, ତେବେ ତାହାର କାରଣରୁ ବହୁତ ଚିଙ୍ଗାରି (ଅଗ୍ନିସ୍ଫୁରଣ) ବାହାରିଥାଏ ।
Page #34
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
୨୫
ଦାଦାଶ୍ରୀ : ସେସବୁ ଅହଂର ଚିଙ୍ଗାରି ନୁହେଁ । ସେ ଦେଖାଯାଏ ତ’ ଅହର ଚିଙ୍ଗାରି, କିନ୍ତୁ ତାହା ‘ବିଷୟ’ (ବିକାର)ର ଅଧନ ଅଟେ । ବିଷୟ ନଥିବ, ତେବେ ଏହା ମଧ୍ୟ ହେବ ନାହିଁ । ବିଷୟ ବନ୍ଦ ହୋଇଯିବ, ତାହାପରେ ସେସବୁ ଇତିହାସ ହିଁ ବନ୍ଦ ହୋଇଯିବ । ଏଥିପାଇଁ ଯଦି କେଉଁ ସାମୀ-ସ୍ତ୍ରୀ ବର୍ଷକ ପାଇଁ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରନ୍ତି ତେବେ ତାଙ୍କୁ ମୁଁ ପଚାରେ । ସେତେବେଳେ
ସେମାନେ କୁହନ୍ତି, “ଜୀବନରେ ତିଳେ ମାତ୍ର ମଧ୍ୟ କଳି ତକରାଳ ନାହିଁ, କିଟ୍-କିଟ୍ ନାହିଁ, ଖଟ୍-ଖଟ୍ ନାହିଁ, କିଛି ମଧ୍ୟ ନାହିଁ, ଟ୍ରେଣ୍ଡ ଷ୍ଟିଲ୍ !” ମୁଁ ପୁଣି ପଚାରେ, ମୁଁ ଜାଣେ ଯେ ଏପରି ହୋଇଯାଏ, ଅର୍ଥାତ୍ ତାହା ବିଷୟର କାରଣରୁ ହୋଇଥାଏ।
ପ୍ରଶ୍ନକର୍ତ୍ତା : ପ୍ରଥମେ ତ’ ମୁଁ ଏପରି ଭାବୁଥିଲି ଯେ ଘରର କାମଦାମ କାରଣରୁ ଘର୍ଷଣ ହେଉଥିବ । କିନ୍ତୁ ଘରର କାମରେ ହେଲ୍ କଲାପରେ ମଧ୍ୟ ଘର୍ଷଣ ହୋଇଥାଏ ।
ଦାଦାଶ୍ରୀ : ସେସବୁ ଘର୍ଷଣ ହେବ ହିଁ । ଯେ ପର୍ଯ୍ୟନ୍ତ ଏ ବିକାରୀ ମାମଲା ଥିବ, ସମ୍ବନ୍ଧ ଥିବ, ସେ ପର୍ଯ୍ୟନ୍ତ ଘର୍ଷଣ ହେବ ହିଁ । ଘର୍ଷଣର ମୂଳ ହିଁ ଏହା ଅଟେ । ଯିଏ ବିଷୟକୁ ଜିତିଗଲା, ତା’କୁ କେହି ହରାଇ ପାରିବ ନାହିଁ । କେହି ତା’ର ନାମ ମଧ୍ୟ ନେଇ ପାରିବ ନାହିଁ । ତାହାର ପ୍ରଭାବ ପଡ଼େ ।
। ଘର୍ଷଣ, ସୁଳରୁ ସୃଷ୍ପତ୍ତମ ପର୍ଯ୍ୟନ୍ତ ।
ପ୍ରଶ୍ନକର୍ତ୍ତା : ଆମର ବାକ୍ୟ ହେଉଛି ଯେ, ‘ଘର୍ଷଣ ଟାଳନ୍ତୁ’ ଏହି ବାକ୍ୟର ଆରାଧନା କରିଚାଲିବୁ ତେବେ ସିଧା ମୋକ୍ଷରେ ପହଞ୍ଚାଇବ । ସେଥିରେ ସୁଳ ଘର୍ଷଣ ଟାଳିବ, ପୁଣି ରେ-ଧରେ ବଢ଼ି-ବଢ଼ି ସୂକ୍ଷ୍ମ ଘର୍ଷଣ, ସୂକ୍ଷ୍ମତର ଘର୍ଷଣ ଟାଳନ୍ତୁ’, ଏହା କିପରି ? ତାହା ବୁଝାଇ ଦିଅନ୍ତୁ । । ଦାଦାଶ୍ରୀ : ତା’କୁ ଅନ୍ତର୍ଦ୍ଧଷ୍ଟି ମିଳିଚାଲିବ । ଯେମିତି ଯେମିତି ଆଗକୁ ବଢ଼ି ଚାଲିବ ତେବେ, କାହାକୁ ଶିଖାଇବାକୁ ପଡ଼ିବ ନାହିଁ, ଆପେ ଆପେ ହିଁ ଆସିଯାଏ । ଏହି ଶବ୍ଦ ହିଁ ଏପରି ଯେ ସିଧା ମୋକ୍ଷକୁ ନେଇଯାଏ।
। ଅନ୍ୟ ଏକ ସୂତ୍ର- ‘ଯିଏ ଭୋଗେ ତା’ର ଭୁଲ୍’, ଏହା ମଧ୍ୟ ମୋକ୍ଷକୁ ନେଇଯିବ। ଏହି ଗୋଟିଏ-ଗୋଟିଏ ଶବ୍ଦ ମୋକ୍ଷକୁ ନେଇଯିବ । ଏଥିରେ ମୋର ଗ୍ୟାରେଣ୍ଟି ଅଛି ।
Page #35
--------------------------------------------------------------------------
________________
୨୬
ଘର୍ଷଣ ଟାଳନ୍ତୁ
। ପ୍ରଶ୍ନକର୍ତ୍ତା : ସେହି ସାପର, ଖୁଣ୍ଟର ଉଦାହରଣ ଦେଲେ ତାହା ତ’ ସୁଳ ଘର୍ଷଣର ଉଦାହରଣ ଅଟେ । ପୁଣି ସୂକ୍ଷ୍ମ, ସମ୍ପ୍ରତର, ସୂକ୍ଷ୍ମତ୍ତମର ଉଦାହରଣ ଦିଅନ୍ତୁ । ସୂକ୍ଷ୍ମ ଘର୍ଷଣ କିପରି ହୁଏ ?
। ଦାଦାଶ୍ରୀ : ତୋର ଫାଦରଙ୍କ (ପିତାଙ୍କ) ସହିତ ଯାହା ହେଉଛି, ସେ । ସବୁ ସୂକ୍ଷ୍ମ ଘର୍ଷଣ ଅଟେ ।
ପ୍ରଶ୍ନକର୍ତ୍ତା : ସୂକ୍ଷ୍ମ ମାନେ ମାନସିକ ? ବାଣୀ ଦ୍ବାରା ହୁଏ, ତାହା ମଧ୍ୟ ସୂକ୍ଷ୍ମରେ ଯିବ ?
ଦାଦାଶ୍ରୀ : ତାହା ସ୍ଥଳରେ । ଯାହା ସାମ୍ବବାଲାକୁ ଜଣା ନ ପଡ଼େ, ଯାହା ଦେଖାଯାଏ ନାହିଁ, ସେ ସବୁ ସୂକ୍ଷ୍ମରେ ଆସେ । । ପ୍ରଶ୍ନକର୍ତ୍ତା : ସେହି ସୂକ୍ଷ୍ମ ଘର୍ଷଣ କିପରି ଟାଳିବୁ ?
ଦାଦାଶ୍ରୀ : ପ୍ରଥମେ ସ୍ଥଳ, ପୁଣି ସୂକ୍ଷ୍ମ, ତା’ପରେ ସୂକ୍ଷ୍ମତର ଆଉ ଶେଷରେ ସୂକ୍ଷ୍ମତ୍ତମ ଘର୍ଷଣ ଟାଳିବାର ଅଛି ।
ପ୍ରଶ୍ନକର୍ତ୍ତା : ସୂକ୍ଷ୍ମତର ଘର୍ଷଣ କାହାକୁ କୁହାଯାଏ ?
ଦାଦାଶ୍ରୀ : ତୁମେ କାହାକୁ ମାରୁଥିବ ଆଉ ଏହି ଭାଈ ଜ୍ଞାନରେ ଦେଖନ୍ତି ଯେ ମୁଁ ଶୁଦ୍ଧମ୍ବା ଅଟେ, ଏହା ‘ବ୍ୟବସ୍ଥିତ ଶକ୍ତି’ ମାରୁଛି’, ଏହି ପ୍ରକାର ଦେଖନ୍ତି, କିନ୍ତୁ ମନରେ କିଞ୍ଚମାତ୍ର ମଧ୍ୟ ଦୋଷ ଦେଖନ୍ତି ତେବେ ତାହା ସୂକ୍ଷ୍ମତର ଘର୍ଷଣ ଅଟେ।
ପ୍ରଶ୍ନକର୍ତ୍ତା : ଆଉଥରେ କୁହନ୍ତୁ, ଠିରେ ବୁଝି ପାରିଲିନି ।
ଦାଦାଶ୍ରୀ : ଏ ଯେଉଁ ତୁମେ ସବୁଲୋକଙ୍କର ଦୋଷ ଦେଖୁଥାଅ ନା ! ତାହା ସୂକ୍ଷ୍ମତର ଘର୍ଷଣ ଅଟେ ।
ପ୍ରଶ୍ନକର୍ତ୍ତା :ଅର୍ଥାତ୍ ଅନ୍ୟର ଦୋଷ ଦେଖୁବା, ତାହା ସୂକ୍ଷ୍ମତର ଘର୍ଷଣ ଅଟେ ?
ଦାଦାଶ୍ରୀ : ଏପରି ନୁହେଁ, ନିଜେ ସ୍ଥିର କରିଥିବ ଯେ ଅନ୍ୟର ଦୋଷ ହିଁ ନାହିଁ ଆଉ ତଥାପି ଦୋଷ ଦେଖାଯାଏ, ତାହା ସୂକ୍ଷ୍ମତର ଘର୍ଷଣ ଅଟେ । କାରଣ ସେ ଶୁଦ୍ଧିମ୍ବା ଅଟେ ଏବଂ ଦୋଷ ଅଲଗା ଅଟେ ।
ପ୍ରଶ୍ନକର୍ତ୍ତା : ତେବେ ତାହାକୁ ହିଁ ମାନସିକ ଘର୍ଷଣ କୁହାଯାଏ ? ଦାଦାଶ୍ରୀ : ସେହି ମାନସିକ ତ’ ସବୁ ସୂକ୍ଷ୍ମରେ ଗଲା ।
ପ୍ରଶ୍ନକର୍ତ୍ତା : ତେବେ ଏହି ଦୁହିଁଙ୍କ ସୂକ୍ଷ୍ମ ଏବଂ ସୂକ୍ଷ୍ମତର) ମଧ୍ୟରେ ପାର୍ଥକ୍ୟ କେଉଁଠି ପଡ଼େ ?
Page #36
--------------------------------------------------------------------------
________________
ଘର୍ଷଣ ଟାଳନ୍ତୁ
ଦାଦାଶ୍ରୀ : ଏହା ମନଠାରୁ ମଧ୍ୟ ଉପରର କଥା ଅଟେ ।
ପ୍ରଶ୍ନକର୍ତ୍ତା : ଅର୍ଥାତ୍ ଏହି ସୂକ୍ଷ୍ମତର ଘର୍ଷଣ ହୁଏ, ସେହି ସମୟରେ ସୂକ୍ଷ୍ମ ଘର୍ଷଣ ମଧ୍ୟ ସାଥିରେ ଥିବ ନା ?
। ଦାଦାଶ୍ରୀ : ଏହା ଆମକୁ ଦେଖୁବାର ନାହିଁ ! ସୂକ୍ଷ୍ମ ଅଲଗା ହୁଏ ଏବଂ ସୂକ୍ଷ୍ମତର ଅଲଗା ହୁଏ । ସୂକ୍ଷ୍ମତ୍ତମ ତ ଅନ୍ତିମ କଥା ଅଟେ ।
ପ୍ରଶ୍ନକର୍ତ୍ତା : ଥରେ ସସଙ୍ଗରେ ହିଁ ଏପରି କଥା କହିଥିଲେ ଯେ ଚନ୍ଦୁଲାଲ ସହିତ ତନ୍ମୟାକାର ହେବା, ତାହାକୁ ସୂକ୍ଷ୍ମତ୍ତମ ଘର୍ଷଣ କୁହାଯାଏ ।
। ଦାଦାଶ୍ରୀ : ହଁ, ସୂକ୍ଷ୍ମଭମ ଘର୍ଷଣ ! ତାହାକୁ ଟାଳିବ। ଭୁଲ୍ରେ ତନ୍ମୟାକାର ହେଲ ନା, ପୁଣି ପରେ ଜଣାପଡ଼େ ନା ଯେ, ଏହା ଭୁଲ୍ ହୋଇଗଲା ।
ପ୍ରଶ୍ନକର୍ତ୍ତା : ତେବେ ସେ ଘର୍ଷଣକୁ ଟାଳିବାର ଉପାୟ କେବଳ ପ୍ରତିକ୍ରମଣ ହିଁ ଅଟେ ନା କିଛି ଆଉ ମଧ୍ୟ ଅଛି ?
ଦାଦାଶ୍ରୀ : ଅନ୍ୟ କୌଣସି ଅସ୍ତ୍ର ହିଁ ନାହିଁ । ଏହି ମୋର ନଅ କଲମ, ସେସବୁ ମଧ୍ୟ ପ୍ରତିକ୍ରମଣ ହିଁ ଅଟେ । ଅନ୍ୟ କୌଣସି ଅସ୍ତ୍ର ହିଁ ନାହିଁ । ଏହି ଦୁନିଆରେ ପ୍ରତିକ୍ରମଣ ବ୍ୟତୀତ ଅନ୍ୟ କୌଣସି ସାଧନ ନାହିଁ । ତାହା ଉଚ୍ଚତ୍ତମ ସାଧନ ଅଟେ । କାରଣ ସଂସାର ଅତିକ୍ରମଣରୁ ଛିଡ଼ା ହୋଇଛି ।
ପ୍ରଶ୍ନକର୍ତ୍ତା : ଏହା ତ’ କେତେ ବିସ୍ମୟକାରକ ଅଟେ ! ଯାହା ହେଲା ତାହା ନ୍ୟାୟ’, ‘ଯିଏ ଭୋଗେ ତା’ର ଭୁଲ୍', ଏହି ଯେଉଁ ବାକ୍ୟ, ତାହା ଗୋଟିଏଗୋଟିଏ ଅଭୂତ ବାକ୍ୟ ଅଟେ । ଆଉ ଦାଦାଜୀଙ୍କର ସାକ୍ଷୀରେ ପ୍ରତିକ୍ରମଣ କରୁ ନା, ତେବେ ତାହାର ସ୍ପନ୍ଦନ ପହଁଞ୍ଚ ହିଁ ଥାଏ ।
ଦାଦାଶ୍ରୀ : ହଁ, ସଠିକ୍ ଅଟେ । ସ୍ପନ୍ଦନ ତୁରନ୍ତ ହିଁ ପହଞ୍ଚିଯାଏ ଆଉ ତାହାର ପରିଣାମ ଆସେ । ଆମକୁ ଭରସା ହୁଏ ଯେ ଏହା ପ୍ରଭାବ ପଡ଼ିଲା ପରି ଲାଗେ ।
ପ୍ରଶ୍ନକ : କିନ୍ତୁ ଦାଦାଜୀ, ପ୍ରତିକ୍ରମଣ ତ’ ତୁରନ୍ତ ହୋଇଯାଏ, ସେହିକ୍ଷଣୀ ! ଏହା ତ’ ଆଶ୍ଚର୍ଯ୍ୟଜନକ ଅଟେ, ଦାଦାଜୀ ! ! ଏହି ଦାଦାଜୀଙ୍କର କୃପା ଆଶ୍ଚର୍ଯ୍ୟଜନକ ଅଟେ ! ! ! ଦାଦାଶ୍ରୀ : ହଁ, ଏହା ଆଶ୍ଚର୍ଯ୍ୟଜନକ ଅଟେ । ସାଇଣ୍ଟିଫିକ୍ ବସ୍ତୁ ଅଟେ ।
- ଜୟ ସଚ୍ଚିଦାନନ୍ଦ
Page #37
--------------------------------------------------------------------------
________________
ଯୋଗାଯୋଗ ଦାଦା ଭଗବାନ ପରିବାର
ଗୁଜୁରାଟ : ଅଡ଼ାଲଜ ତ୍ରିମନ୍ଦିର - (୦୭୯) ୩୯୮୩୦୧୦୦
ରାଜକୋଟ ତ୍ରିମନ୍ଦିର - ୯୨୭୪୧୧୧୩୯୩ ଭୁଜ୍ ତ୍ରିମନ୍ଦିର - (0 ୨୮୩୨) ୨୯୦୧ ୨୩ ଗୋଦ୍ରା ତ୍ରିମନ୍ଦିର - (୦ ୨୬୭ ୨) ୨୬ ୨୩୦୦ ମୋବି ତ୍ରିମନ୍ଦିର - (୦ ୨୮୨ ୨) ୨୯୭୦୯୭ ଅମ୍ବରେଲି ତ୍ରିମନ୍ଦିର - ୯୯ ୨୪୩୪୪୪୬୦ ସୁରେନ୍ଦ୍ରନଗର ତ୍ରିମନ୍ଦିର - ୯୮୭୯ ୨୩ ୨୮୭୭
କଟକ : ୮୭୬୩୦୯୦ ୦୪ ୨ ସମ୍ବଲପୁର : ୯୬୬୮୧ ୫୯୯୮୭ ପୁରୀ : ୯୮୬୧୪୭୦୮୧୬
। ଭୁବନେଶ୍ବର : ୮୨୭୦୩୧ ୧୯୬୧ । ବାଲେଶ୍ୱର: ୯୬୫୮୫୫୯୫୫୯ ବ୍ରହ୍ମପୁର : ୯୮୫୩୩୩୩୩୫୫
ବାଙ୍ଗାଲୋର : ୯୫୯୦୯୭୯୦୯୯
ମୁମ୍ବାଇ : ୯୩ ୨୩୫ ୨୮୯୦୧। କୋଲକତା : ୦୩୩-୩ ୨୯୩୩୮୮୫ ଜୟପୁର : ୯୩୫ ୧୪ ୦୮ ୨୮୫ ଇନ୍ଦୋର: ୯୮୯୩୫ ୪୫ ୩୫ ୧ ରାୟପୁର : ୯୩ ୨୯୫ ୨୩୭ ୩୭ ପଟନା : ୯୪୩୧୦ ୧୫୬୦ ୧ ଦିଲ୍ଲୀ : ୯୮ ୧୦୦୯୮୫ ୬୪ ଚେନ୍ନାଈ : ୯୩୮୦୧୫୯୯୫୭
ଜଳନ୍ଧର : ୯୮୧୪୦୬୩୦ ୪୩ । ହାଇଦ୍ରାବାଦ : ୯୯୮୯୮୭୭୭୮୬ ଅମରାବତୀ : ୯୪୨ ୨୯ ୧୫୦୬୪ ଭିଲାଈ : ୯୮୨୭୪୮୧୩୩୬ ଜବଲପୁର : ୯୪ ୨୫ ୧୬୦୪ ୨୮ ଭୋପାଲ୍ : ୯୪ ୨୫୦ ୨୪୪ ୦୫
www.dadabhagwan.org Email : info@dadabhagwan.org
Page #38
--------------------------------------------------------------------------
________________ ଘର୍ଷଣ ଟାଳନ୍ତୁ / / ଯେପରି ଆମେ ରାସ୍ତାରେ ସମ୍ଭାଳି କରି ଚାଲନ୍ତି ନା ! ପରେ ସାମ୍ବବାଲା ବ୍ୟକ୍ତି ଭଲା କେତେବି ଖରାପ ହୋଇଥାଏ ଏବଂ ଆମ ସହିତ ଧକ୍କା ହୋଇଯାଏ ଆଉ କ୍ଷତି ପହଞ୍ଚାଏ, ସେ କଥା ଅଲଗା, କିନ୍ତୁ ଆମର ଉଦ୍ଦେଶ୍ୟ କ୍ଷତି ପହଞ୍ଚାଇବାର ନ ହେବା ଉଚିତ୍ / ଆମେ ତା’କୁ କ୍ଷତି ପହଞ୍ଚାଇବାକୁ ଯାଉ, ତେବେ ଏଥିରେ ନିଜର ହିଁ କ୍ଷତି ହୁଏ / ଏଥିପାଇଁ କୌଣସି ମଧ ଘର୍ଷରେ ସର୍ବଦା ଉଭୟଙ୍କର ହିଁ କ୍ଷତି ହୋଇଥାଏ / ଆପଣ ସାମ୍ବବାଲାକୁ ଦୁଃଖ ପହଞ୍ଚାଇବେ ତେବେ ତାହା ସହିତ ହିଁ, ସେହି କ୍ଷଣି ଆପଣଙ୍କୁ ମଧ୍ୟ ଦୁଃଖ ନ ପହଞ୍ଚ ରହିବ ହିଁ ନାହିଁ / ଏହା ଘର୍ଷଣ ଅଟେ / / ଏଥିପାଇଁ ମୁଁ ଏହି ଉଦାହରଣ ଦେଇଛି ଯେ ରାସ୍ତାରେ ଟ୍ରାଫିକ୍ ଧର୍ମ କ’ଣ କୁହେ କି ଧକ୍କା ହେବେ ତ? ଆପଣ ମରିଯିବେ, ଦୁର୍ଘଟଣାରେ ବିପଦ ଥାଏ / ଏଥିପାଇଁ କାହା ସହିତ ଧକ୍କା ହେବ ନାହିଁ / ଏହିପରି ବ୍ୟବହାରିକ କାର୍ଯ୍ୟରେ ମଧ ଘର୍ଷଣରେ ପଢ଼ନ୍ତୁ ନାହିଁ / ଘର୍ଷଣ ଟାଳନ୍ତୁ / - ଦାଦାତ୍ରୀ ISBN 978-93-85912-92-4 * મૂળ દીવાથી ( us 993851234 Printed in India MRP 10 dadabhagwan.org