________________
ସମ୍ପାଦକୀୟ ‘ଘର୍ଷଣ ଟାଳନ୍ତୁ ଏହି ଗୋଟିଏ ହିଁ ସୂତ୍ର ଯଦି ଜୀବନରେ ସିଧା ଆସିଗଲା, ତା’ର ସଂସାର ତ’ ସୁନ୍ଦର ହୋଇ ହିଁ ଯିବ, ସାଥିରେ ମୋକ୍ଷ ମଧ୍ୟ ସିଧା ସାମ୍ନାକୁ ଚାଲିକରି ଆସିବ । ଏହା ନିର୍ବିବାଦ ବାକ୍ୟ ଅଟେ !
। ଅକ୍ରମ ବିଜ୍ଞାନୀ ସଂପୂଜ୍ୟ ଦାଦାଶ୍ରୀଙ୍କ ଦ୍ବାରା ଦିଆଯାଇଥିବା ଏହି ସୂତ୍ରକୁ ଆପଣେଇ କେତେସବୁ ଲୋକ ପାରିହୋଇଗଲେ । ସେମାନଙ୍କ ଜୀବନ ସୁଖ-ଶାନ୍ତିମୟ
ହେଲା ଏବଂ ସେମାନେ ମୋକ୍ଷର ଯାତ୍ରୀ ହୋଇଗଲେ ! ଏଥିପାଇଁ ପ୍ରତ୍ୟେକଙ୍କୁ ମାତ୍ର ଦୃଢ଼ ‘ନିଶ୍ଚୟ’ କରିବାର ଅଛି ଯେ ମୋତେ କାହାରି ସହିତ ଘର୍ଷଣରେ ଆସିବାର ନାହିଁ । ସାବାଲା ଖୁବ୍ ଲଢ଼ିବାକୁ ଯଦି ଚାହେଁ, ତଥାପି ମୋତେ ଲଢ଼ିବାର ନାହିଁ, କିଛି ବି କରିକି’ ବାସ୍, ଏତିକି ଯାହାର ନିଶ୍ଚୟ’ ହେବ, ତା’କୁ ପ୍ରାକୃତିକ ରୂପରେ ଆପେ ଆପେ ଭିତରୁ ହିଁ ଘର୍ଷଣ ଟାଳିବାର ଉପାୟ ମିଳିଚାଲିବ ।
। ରାତିରେ ଅନ୍ଧାରରେ ଘରୁ ବାହାରକୁ ବାହାରିବାର ଥିବ ଏବଂ ସାମନାରେ କାନ୍ଥ ଆସିଯିବ, ତେବେ ଆମେ କ’ଣ କରିବା ? କାନ୍ଥକୁ ଗୋଇଠାମାରି କହିବା କି ‘ତୁ ମଝିରେ କେଉଁଠୁ ଆସିଲୁ ? ଘୁଞ୍ଚଯା, ଏଇଟା ମୋ ଘର ! ସେଠାରେ ତ’ କେତେ ସିଆଣିଆ ହୋଇ ହାତରେ କବାଟକୁ ଖୋଜି ଖୋଜି ବାହାରକୁ ବାହାରିଯାଅ । କାହିଁକି ? କାରଣ ସେଠାରେ ବୁଝିହୁଏ ଯେ ଜିଦ୍ କରିବି ତ’ କାନ୍ଥରେ ମୁଣ୍ଡ ବାଡ଼େଇ ହେବ ଏବଂ ଫାଟିଯିବ ।
ସଂକୀର୍ଣ ଗଳିରେ ରାଜା ଯାଉଥିବେ ଆଉ ସାମ୍ନାରୁ ଦୌଡ଼ୁଥିବା ଷଣ୍ଟଟିଏ ଆସିଯାଏ, ତେବେ ସେଠି ରାଜା ଷଣ୍ଠକୁ କ’ଣ ଏପରି କହିବେ ଯେ, “ଦୂରକୁ ହଟି ଯା, ମୋ ରାଜ୍ୟ, ମୋ ଗଳି, ମୋତେ ରାସ୍ତା ଦେ !” ସେଠି ତ’ ଷଣ୍ଠ କ’ଣ କହିବ, ‘ତୁ ରାଜା ତ’ ମୁଁ ମହାରାଜା ! ଆସି ଯା !” ଅର୍ଥାତ୍ ସେଠି ବଡ଼ରୁ ବଡ଼, ରାଜାଙ୍କର ରାଜାଙ୍କୁ ମଧ୍ୟ ଧରେ ଧୂରେ ଖସିଯିବାକୁ ପଡ଼ିବ ଏବଂ ବାରଣ୍ଡା ଉପରକୁ ଚଢ଼ିଯିବାକୁ ପଡ଼ିବ । କାହିଁକି ? ଘର୍ଷଣ ଟାଳିବା ପାଇଁ ।
। ଏହି ସାଧାରଣ କଥାରୁ ଏତିକି ହିଁ ବୁଝାସୁଝି ସ୍ଥିର କରିବାର ଅଛି ଯେ ଯିଏ ବି ଆମ ସହ ଧକ୍କା ହେବା ପାଇଁ ଆସନ୍ତି, ସେମାନେ କାନ୍ଥ ଏବଂ ଷଣ୍ଡ ପରି ହିଁ ଅଟନ୍ତି । ଏଥିପାଇଁ ଯଦି ଆମକୁ ଘର୍ଷଣ ଟାଳିବାର ଅଛି ତେବେ ଚତୁରତାର ସହ ହଟି ଯାଅ ।
ଯେ କେଉଁଠି ମଧ୍ୟ ଘର୍ଷଣ ସାମ୍ନାକୁ ଆସୁଛି ତେବେ ତାହାକୁ ଟାଳନ୍ତୁ । ଏପରି କରିବା ଦ୍ଵାରା ଜୀବନ କ୍ଳେଶ ରହିତ ହେବ ଏବଂ ମୋକ୍ଷ ପ୍ରାପ୍ତ ହେବ ।
ଡ଼ା. ନୀରୁବହନ ଅମୀନଙ୍କର ଜୟ ସଚ୍ଚିଦାନନ୍ଦ ।