________________
ଘର୍ଷଣ ଟାଳନ୍ତୁ
। ଏହି ବୋଧ ତା’କୁ ୧୯୫୧ ମସିହାରେ ଦେଇଥିଲି ଆଉ ଆଜି ପର୍ଯ୍ୟନ୍ତ ତାହାର ପାଳନରେ ସେ କୌଣସି ମଧ୍ୟ କମି ଛାଡ଼ିନାହିଁ । ସେବେଠାରୁ ସେ କାହା ସହିତ ମଧ୍ୟ ଝଗଡ଼ାରେ ପଡ଼ିଲା ହିଁ ନାହିଁ । ଜଣେ ସେଠ, ଯିଏ ତା’ର କକେଇ ଥିଲେ, ସେ ଜାଣିଗଲେ ଯେ ଇଏ ଝଗଡ଼ା କରୁନାହିଁ । ସେଥିପାଇଁ ସେ ତା’କୁ ଜାଣିଶୁଣି ବାରମ୍ବାର ଚିଡ଼ାଉ ଥିଲେ । ସେ ତା’କୁ କେତେ ମଧ୍ୟ ଚିଡ଼ାଇବାକୁ ଚେଷ୍ଟା କରନ୍ତି ତଥାପି ସେ ଖସିଯାଉଥିଲା । କାହା ସହିତ ମଧ୍ୟ ଝଗଡ଼ାରେ ପଡ଼ିଲା ହିଁ ନାହିଁ ୧୯୫୧ ପରେ ।
ବ୍ୟବହାରରେ ଟାଳନ୍ତୁ ଝଗଡ଼ା ଏପରି
ଆପଣ ଗାଡ଼ିରୁ ଓହ୍ଲାଇଲେ ଏବଂ ତୁରନ୍ତ କୁଲିମାନଙ୍କୁ ଡାକିଲେ, ଏ.... ଏଠିକି ଆ, ଏଠିକି ଆ !? ସେମାନେ ଦୁଇ-ଚାରିଜଣ ଦୌଡ଼ିକରି ଆସନ୍ତି । ‘ଚାଲ୍, ଉଠାଇ ନେ ।’ ଜିନିଷ ଉଠାଇଲା ପରେ, ବାହାରକୁ ଯାଇ ଚିଲାଇବ, କୈଶ କରିବା
ଯେ, ‘ଷ୍ଟେସନମାଷ୍ଟରକୁ ଡାକୁଛି । ଏତେ ପଇସା ନିଆଯାଏ ? ଏମିତି, ସେମିତି । ଆରେ, ଏଠି ଝଗଡ଼ା କରିବ ନାହିଁ । ସେ ପଚିଶ ଟଙ୍କା କହିଲେ ତେବେ ତା’କୁ ପଟାଇପରି କହିବ ଯେ “ଭାଇ, ବାସ୍ତବରେ ଦଶଟଙ୍କା ହେଉଛି, କିନ୍ତୁ ତୁ କୋଡ଼ିଏ ନେ, ଚାଲ୍ ।” ଆମେ ଫସିଗଲେ ବୋଲି ଜାଣିଲେ, ଏଥିପାଇଁ କମ୍-ବେଶି ଦେଇ ନିପଟାରା (ସମାପନ) କରିନେବାର ଅଛି । ସେଠି ଝଗଡ଼ା କରିବା ଉଚିତ୍ ନୁହେଁ, ନଚେତ୍ ସେ ବହୁତ ଚିଡ଼ିଯିବ ନା, ସେ ଘରୁ ହିଁ ଚିଡ଼ିକରି ହିଁ ଆସିଥାଏ, ତା’ ଉପରେ ଷ୍ଟେସନରେ ଝିଝିକ୍ କରିବ ତେବେ ସେ ତ’ ମଇଁସି ପରି ଅଟେ, ଏବେ ଛୁରୀ ମାରିଦେବ । ତେତିଶି ମାର୍କରେ ମଣିଷ ବନି ଲା, ବତିଶି ମାର୍କ ରେ ମଇଁସି ହୁଅନ୍ତି ।
। ଯଦି କେହି ବ୍ୟକ୍ତି ଲଢ଼ିବାକୁ ଆସେ ଏବଂ କଥାଗୁଡ଼ିକ ବର ଗୋଳାପରି ଆସୁଥାଏ, ତେବେ ଆପଣଙ୍କୁ ବୁଝିନେବା ଉଚିତ୍ କି ଝଗଡ଼ା ଟାଳିବାର ଅଛି । ଆପଣଙ୍କ ମନ ଉପରେ ବିଲ୍କୁଲ୍ ପ୍ରଭାବ ନ ହେଉ, ତଥାପି କଦାଚିତ୍ ତୁରନ୍ତ କିଛି ପ୍ରଭାବ ହୋଇଯାଏ, ତେବେ ବୁଝିନେବା ଉଚିତ୍ ଯେ ସାବାଲାର ମନର ପ୍ରଭାବ ଆମ ଉପରେ ପଡ଼ିଛି । ତେବେ ଆମକୁ ଖସିଯିବା ଉଚିତ୍ । ଏହା ସବୁ ଘର୍ଷଣ