________________
ଘର୍ଷଣ ଟାଳନ୍ତୁ
ଯଦି ଆପଣଙ୍କୁ ମୋକ୍ଷରେ ହିଁ ଯିବାର ଅଛି, ତେବେ ବୁଦ୍ଧିର ମୋଟେ ଶୁଣ ନାହିଁ । ବୁଦ୍ଧି ତ’ ଏପରି ଅଟେ କି ଜ୍ଞାନୀପୁରୁଷଙ୍କର ମଧ୍ୟ ଓଲଟା ଦେଖାଏ । ଆରେ, ଯାହାଦ୍ୱାରା ତୋତେ ମୋକ୍ଷ ପ୍ରାପ୍ତ ହୋଇପାରିବ, ଏପରି ଅଟେ, ତାଙ୍କର ଓଲଟା ଦେଖୁଲୁ ? ଏଥିରୁ ତ? ଆପଣଙ୍କ ମୋକ୍ଷ ଆପଣଙ୍କଠାରୁ ଅନନ୍ତ ଜନ୍ମ ଦୂରେଇ ଯିବ।
ଝଗଡ଼ା, ତାହା ଆମର ଅଜ୍ଞାନତା ଅଟେ । କାହା ସହିତ ମଧ୍ୟ ଝଗଡ଼ା ହେଲା, ତେବେ ତାହା ନିଜର ଅଜ୍ଞାନତାର ପରିଚୟ ଅଟେ । ସତ-ମିଛି ଭଗବାନ ଦେଖନ୍ତି ହିଁ ନାହିଁ । ଭଗବାନ ତ’ ଏପରି ଦେଖନ୍ତି ଯେ, ସେ କିଛି ମଧ୍ୟ କହୁ କିନ୍ତୁ କେଉଁଠି ଝଗଡ଼ା ତ’ କଲା ନାହିଁ ନା ?? ସେତେବେଳେ କହୁ, ‘ନାହିଁ । ବାସ୍, ମୋତେ ଏତିକି ହିଁ ଦରକାର । ଅର୍ଥାତ୍ ସତ-ମିଛ ଭଗବାନଙ୍କର ସେଠି ଥାଏ ହିଁ ନାହିଁ, ତାହା ତ’ ଏହି ଲୋକଙ୍କର ଏଠାରେ ଥାଏ । ଭଗବାନଙ୍କର ସେଠାରେ ତ’ ଦ୍ବନ୍ଦ ହିଁ ନଥାଏ !
ଯେଉଁମାନେ ଧକ୍କା ଲାଗନ୍ତି, ସେମାନେ ସବୁ କାନ୍ଥ
କାନ୍ଥରେ ବାଡ଼େଇ ହୋଇଗଲ, ତେବେ କାନୁର ଭୁଲ ନା ଆମର ଭୁଲ ? କାନ୍ଥଠାରୁ ଆପଣ ନ୍ୟାୟ ମାଗିବେ ଯେ ‘ଘୁଞ୍ଚ, ଘୁଞ୍ଚା’ କହିବେ ତେବେ ? ଆଉ ଆପଣ କହିବେ ଯେ “ ମୁଁ ତ’ ଏହି ବାଟରେ ହିଁ ଯିବି’ ତେବେ ? କାହାର ମୁଣ୍ଡ ଫାଟିବ ? |
ପ୍ରଶ୍ନକର୍ତ୍ତା : ନିଜର । । ଦାଦାଶ୍ରୀ : ଅର୍ଥାତ୍ କାହାକୁ ସାବଧାନ୍ ରହିବାକୁ ହେବ ? ସେଥିରେ କାନ୍ଥର କ’ଣ କ୍ଷତି ହେବ ? ସେଥିରେ ଦୋଷ କାହାର ? ଯାହାକୁ ଆଘାତ ଲାଗିଲା ତା’ର ଦୋଷ । ଅର୍ଥାତ୍ କାନ୍ତି ପରି ଅଟେ ଜଗତ ।
। କାନ୍ତି ସହିତ ବାଡ଼େଇ ହେଲେ, କାନ୍ତି ସହିତ ମତଭେଦ ହୁଏ କି ? କେବେ କାନ୍ତି ସହିତ ବା କବାଟ ସହିତ ଆପଣ ବାଡ଼େଇ ହୋଇଗଲେ, ତେବେ ସେ ସମୟରେ କବାଟ ସହିତ ବା କାନ୍ତି ସହିତ ମତଭେଦ ହୁଏ କି ?