________________
୧୨
ଘର୍ଷଣ ଟାଳନ୍ତୁ
ହିଁ ସାମ୍ବାଲା ପାଇଁ ଅଟେ । ଆଉ ତା’ ନିମିତ୍ତରୁ ଯେଉଁ ଘର୍ଷଣ ହୁଏ, ତାହା ତ’ ଛାଡ଼ିବ ନାହିଁ, ସେଥିରୁ ବଞ୍ଚହେବ ନାହିଁ । ବ୍ୟର୍ଥ ଚିଲ୍ଲାଇବାର କ’ଣ ମତଲବ ? ଯେବେକି ତା’ ହାତରେ ସଭା ହିଁ ନାହିଁ । ଏଥିପାଇଁ ଆପଣ ମଧ୍ୟ କାହୂ ପରି ହୋଇଯାଆନ୍ତୁ ନା’ ! ଆପଣ ପତ୍ନୀଙ୍କୁ ଗାଳି କରୁଥାନ୍ତି, କିନ୍ତୁ ତାଙ୍କ ଭିତରେ ଯେଉଁ ଭଗବାନ ବିରାଜମାନ ଅଛନ୍ତି, ସେ ନୋଟ୍ କରନ୍ତି ଯେ ଇଏ ମୋତେ ଗାଳି କଲା । ଆଉ ଯଦି ସିଏ ଆପଣଙ୍କୁ ଗାଳିକରେ, ସେତେବେଳେ ଆପଣ କାନ୍ତି ପରି ହୋଇ ଯାଆନ୍ତୁ । ତେବେ ଆପଣଙ୍କ ଭିତରେ ବିରାଜିତ ଭଗବାନ ଆପଣଙ୍କୁ ‘ହେଲୁ କରିବେ ।
। ଏଣୁ ଯଦି ଆମରି ଭୁଲ୍ ଥିବ, ତେବେ କାନ୍ଥ ବାଡ଼େଇ ହୁଏ । ସେଥିରେ । କାନ୍ଥର ଭୁଲ୍ ନାହିଁ । ତେବେ ଲୋକେ ମୋତେ ପଚାରନ୍ତି ଯେ, ଏହି ସମସ୍ତ ଲୋକମାନେ କ’ଣ କାନ୍ତି ଅଟନ୍ତି ?’ ସେତେବେଳେ ମୁଁ କୁହେ ଯେ, ହଁ, ଲୋକମାନେ ମଧ୍ୟ କାଳୁ ହିଁ ଅଟନ୍ତି ।’ ଏହା ମୁଁ ‘ଦେଖୁକରି’ କହୁଛି, ଏହା କୌଣସି ଗପ ନୁହେଁ ।
। କାହା ସହିତ ମତଭେଦ ହେବା ଆଉ କାନ୍ଥରେ ବାଡ଼େଇ ହେବା, ଏହି ଦୁଇଟି କଥା ସମାନ ଅଟେ । ଏହି ଦୁଇଟିରେ କୌଣସି ପ୍ରଭେଦ ନାହିଁ । କାନ୍ଥରେ ଯିଏ ବାଡ଼େଇ ହୁଏ, ସେ ଦେଖାନଯିବା କାରଣରୁ ବାଡ଼େଇ ହୁଏ ଆଉ ମତଭେଦ ହୁଏ, ତାହା ମଧ୍ୟ ଦେଖାନଯିବା କାରଣରୁ ମତଭେଦ ହୁଏ । ଆଗକୁ କିଛି ଉପାୟ ତା’କୁ ଦେଖାଯାଏ ନାହିଁ, ଆଗର ତା’କୁ ସୋଲ୍ୟୁସନ ମିଳେ ନାହିଁ, ଏଥିପାଇଁ ମତଭେଦ ହୁଏ । ଏହି କ୍ରୋଧ-ମାନ-ମାୟା-ଲୋଭ ଇତ୍ୟାଦି କରନ୍ତି, ତାହା ନ ଦେଖାଯିବା କାରଣରୁ ହିଁ କରନ୍ତି ! ତେବେ ଏପରି କଥାକୁ ବୁଝିବା ଉଚିତ୍ ନା ! ଯାହାକୁ କଷ୍ଟ ହେଲା ତା’ର ଦୋଷ ନା ! କାନ୍ଥର କୌଣସି ଦୋଷ ଅଛି ? ତେବେ ଏହି ସଂସାରରେ ସମସ୍ତେ କାନ୍ଥ ହିଁ ଅଟନ୍ତି । କାନ୍ଥ ବାଡ଼େଇହୁଏ, ତେବେ ଆପଣ ତାହା ସହିତ ଗାଳିଗୁଲଜ କରିବାକୁ ଯାଆନ୍ତି ନାହିଁ ନା ? ଯେ ମୁଁ ଠିରେ ଅଛି’ ଏପରି ଲଢ଼ିବାର ଝାଞ୍ଜଟରେ ଆପଣ ପଡ଼ନ୍ତି ନାହିଁ ନା ? ସେହିପରି ଏମାନେ ସମସ୍ତେ କାନ୍ଥର ସ୍ଥିତିରେ ହିଁ ଅଛନ୍ତି । ଆମେ ଠିକ୍ ବୋଲି ତା’ଙ୍କୁ ମନାଇବାର ଦରକାର ହିଁ ନାହିଁ ।