________________
୨୬
ଘର୍ଷଣ ଟାଳନ୍ତୁ
। ପ୍ରଶ୍ନକର୍ତ୍ତା : ସେହି ସାପର, ଖୁଣ୍ଟର ଉଦାହରଣ ଦେଲେ ତାହା ତ’ ସୁଳ ଘର୍ଷଣର ଉଦାହରଣ ଅଟେ । ପୁଣି ସୂକ୍ଷ୍ମ, ସମ୍ପ୍ରତର, ସୂକ୍ଷ୍ମତ୍ତମର ଉଦାହରଣ ଦିଅନ୍ତୁ । ସୂକ୍ଷ୍ମ ଘର୍ଷଣ କିପରି ହୁଏ ?
। ଦାଦାଶ୍ରୀ : ତୋର ଫାଦରଙ୍କ (ପିତାଙ୍କ) ସହିତ ଯାହା ହେଉଛି, ସେ । ସବୁ ସୂକ୍ଷ୍ମ ଘର୍ଷଣ ଅଟେ ।
ପ୍ରଶ୍ନକର୍ତ୍ତା : ସୂକ୍ଷ୍ମ ମାନେ ମାନସିକ ? ବାଣୀ ଦ୍ବାରା ହୁଏ, ତାହା ମଧ୍ୟ ସୂକ୍ଷ୍ମରେ ଯିବ ?
ଦାଦାଶ୍ରୀ : ତାହା ସ୍ଥଳରେ । ଯାହା ସାମ୍ବବାଲାକୁ ଜଣା ନ ପଡ଼େ, ଯାହା ଦେଖାଯାଏ ନାହିଁ, ସେ ସବୁ ସୂକ୍ଷ୍ମରେ ଆସେ । । ପ୍ରଶ୍ନକର୍ତ୍ତା : ସେହି ସୂକ୍ଷ୍ମ ଘର୍ଷଣ କିପରି ଟାଳିବୁ ?
ଦାଦାଶ୍ରୀ : ପ୍ରଥମେ ସ୍ଥଳ, ପୁଣି ସୂକ୍ଷ୍ମ, ତା’ପରେ ସୂକ୍ଷ୍ମତର ଆଉ ଶେଷରେ ସୂକ୍ଷ୍ମତ୍ତମ ଘର୍ଷଣ ଟାଳିବାର ଅଛି ।
ପ୍ରଶ୍ନକର୍ତ୍ତା : ସୂକ୍ଷ୍ମତର ଘର୍ଷଣ କାହାକୁ କୁହାଯାଏ ?
ଦାଦାଶ୍ରୀ : ତୁମେ କାହାକୁ ମାରୁଥିବ ଆଉ ଏହି ଭାଈ ଜ୍ଞାନରେ ଦେଖନ୍ତି ଯେ ମୁଁ ଶୁଦ୍ଧମ୍ବା ଅଟେ, ଏହା ‘ବ୍ୟବସ୍ଥିତ ଶକ୍ତି’ ମାରୁଛି’, ଏହି ପ୍ରକାର ଦେଖନ୍ତି, କିନ୍ତୁ ମନରେ କିଞ୍ଚମାତ୍ର ମଧ୍ୟ ଦୋଷ ଦେଖନ୍ତି ତେବେ ତାହା ସୂକ୍ଷ୍ମତର ଘର୍ଷଣ ଅଟେ।
ପ୍ରଶ୍ନକର୍ତ୍ତା : ଆଉଥରେ କୁହନ୍ତୁ, ଠିରେ ବୁଝି ପାରିଲିନି ।
ଦାଦାଶ୍ରୀ : ଏ ଯେଉଁ ତୁମେ ସବୁଲୋକଙ୍କର ଦୋଷ ଦେଖୁଥାଅ ନା ! ତାହା ସୂକ୍ଷ୍ମତର ଘର୍ଷଣ ଅଟେ ।
ପ୍ରଶ୍ନକର୍ତ୍ତା :ଅର୍ଥାତ୍ ଅନ୍ୟର ଦୋଷ ଦେଖୁବା, ତାହା ସୂକ୍ଷ୍ମତର ଘର୍ଷଣ ଅଟେ ?
ଦାଦାଶ୍ରୀ : ଏପରି ନୁହେଁ, ନିଜେ ସ୍ଥିର କରିଥିବ ଯେ ଅନ୍ୟର ଦୋଷ ହିଁ ନାହିଁ ଆଉ ତଥାପି ଦୋଷ ଦେଖାଯାଏ, ତାହା ସୂକ୍ଷ୍ମତର ଘର୍ଷଣ ଅଟେ । କାରଣ ସେ ଶୁଦ୍ଧିମ୍ବା ଅଟେ ଏବଂ ଦୋଷ ଅଲଗା ଅଟେ ।
ପ୍ରଶ୍ନକର୍ତ୍ତା : ତେବେ ତାହାକୁ ହିଁ ମାନସିକ ଘର୍ଷଣ କୁହାଯାଏ ? ଦାଦାଶ୍ରୀ : ସେହି ମାନସିକ ତ’ ସବୁ ସୂକ୍ଷ୍ମରେ ଗଲା ।
ପ୍ରଶ୍ନକର୍ତ୍ତା : ତେବେ ଏହି ଦୁହିଁଙ୍କ ସୂକ୍ଷ୍ମ ଏବଂ ସୂକ୍ଷ୍ମତର) ମଧ୍ୟରେ ପାର୍ଥକ୍ୟ କେଉଁଠି ପଡ଼େ ?