Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଘର୍ଷଣ ଟାଳନ୍ତୁ
ଦାଦାଶ୍ରୀ : ଏହା ମନଠାରୁ ମଧ୍ୟ ଉପରର କଥା ଅଟେ ।
ପ୍ରଶ୍ନକର୍ତ୍ତା : ଅର୍ଥାତ୍ ଏହି ସୂକ୍ଷ୍ମତର ଘର୍ଷଣ ହୁଏ, ସେହି ସମୟରେ ସୂକ୍ଷ୍ମ ଘର୍ଷଣ ମଧ୍ୟ ସାଥିରେ ଥିବ ନା ?
। ଦାଦାଶ୍ରୀ : ଏହା ଆମକୁ ଦେଖୁବାର ନାହିଁ ! ସୂକ୍ଷ୍ମ ଅଲଗା ହୁଏ ଏବଂ ସୂକ୍ଷ୍ମତର ଅଲଗା ହୁଏ । ସୂକ୍ଷ୍ମତ୍ତମ ତ ଅନ୍ତିମ କଥା ଅଟେ ।
ପ୍ରଶ୍ନକର୍ତ୍ତା : ଥରେ ସସଙ୍ଗରେ ହିଁ ଏପରି କଥା କହିଥିଲେ ଯେ ଚନ୍ଦୁଲାଲ ସହିତ ତନ୍ମୟାକାର ହେବା, ତାହାକୁ ସୂକ୍ଷ୍ମତ୍ତମ ଘର୍ଷଣ କୁହାଯାଏ ।
। ଦାଦାଶ୍ରୀ : ହଁ, ସୂକ୍ଷ୍ମଭମ ଘର୍ଷଣ ! ତାହାକୁ ଟାଳିବ। ଭୁଲ୍ରେ ତନ୍ମୟାକାର ହେଲ ନା, ପୁଣି ପରେ ଜଣାପଡ଼େ ନା ଯେ, ଏହା ଭୁଲ୍ ହୋଇଗଲା ।
ପ୍ରଶ୍ନକର୍ତ୍ତା : ତେବେ ସେ ଘର୍ଷଣକୁ ଟାଳିବାର ଉପାୟ କେବଳ ପ୍ରତିକ୍ରମଣ ହିଁ ଅଟେ ନା କିଛି ଆଉ ମଧ୍ୟ ଅଛି ?
ଦାଦାଶ୍ରୀ : ଅନ୍ୟ କୌଣସି ଅସ୍ତ୍ର ହିଁ ନାହିଁ । ଏହି ମୋର ନଅ କଲମ, ସେସବୁ ମଧ୍ୟ ପ୍ରତିକ୍ରମଣ ହିଁ ଅଟେ । ଅନ୍ୟ କୌଣସି ଅସ୍ତ୍ର ହିଁ ନାହିଁ । ଏହି ଦୁନିଆରେ ପ୍ରତିକ୍ରମଣ ବ୍ୟତୀତ ଅନ୍ୟ କୌଣସି ସାଧନ ନାହିଁ । ତାହା ଉଚ୍ଚତ୍ତମ ସାଧନ ଅଟେ । କାରଣ ସଂସାର ଅତିକ୍ରମଣରୁ ଛିଡ଼ା ହୋଇଛି ।
ପ୍ରଶ୍ନକର୍ତ୍ତା : ଏହା ତ’ କେତେ ବିସ୍ମୟକାରକ ଅଟେ ! ଯାହା ହେଲା ତାହା ନ୍ୟାୟ’, ‘ଯିଏ ଭୋଗେ ତା’ର ଭୁଲ୍', ଏହି ଯେଉଁ ବାକ୍ୟ, ତାହା ଗୋଟିଏଗୋଟିଏ ଅଭୂତ ବାକ୍ୟ ଅଟେ । ଆଉ ଦାଦାଜୀଙ୍କର ସାକ୍ଷୀରେ ପ୍ରତିକ୍ରମଣ କରୁ ନା, ତେବେ ତାହାର ସ୍ପନ୍ଦନ ପହଁଞ୍ଚ ହିଁ ଥାଏ ।
ଦାଦାଶ୍ରୀ : ହଁ, ସଠିକ୍ ଅଟେ । ସ୍ପନ୍ଦନ ତୁରନ୍ତ ହିଁ ପହଞ୍ଚିଯାଏ ଆଉ ତାହାର ପରିଣାମ ଆସେ । ଆମକୁ ଭରସା ହୁଏ ଯେ ଏହା ପ୍ରଭାବ ପଡ଼ିଲା ପରି ଲାଗେ ।
ପ୍ରଶ୍ନକ : କିନ୍ତୁ ଦାଦାଜୀ, ପ୍ରତିକ୍ରମଣ ତ’ ତୁରନ୍ତ ହୋଇଯାଏ, ସେହିକ୍ଷଣୀ ! ଏହା ତ’ ଆଶ୍ଚର୍ଯ୍ୟଜନକ ଅଟେ, ଦାଦାଜୀ ! ! ଏହି ଦାଦାଜୀଙ୍କର କୃପା ଆଶ୍ଚର୍ଯ୍ୟଜନକ ଅଟେ ! ! ! ଦାଦାଶ୍ରୀ : ହଁ, ଏହା ଆଶ୍ଚର୍ଯ୍ୟଜନକ ଅଟେ । ସାଇଣ୍ଟିଫିକ୍ ବସ୍ତୁ ଅଟେ ।
- ଜୟ ସଚ୍ଚିଦାନନ୍ଦ

Page Navigation
1 ... 34 35 36 37 38