Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଘର୍ଷଣ ଟାଳନ୍ତୁ
‘ଜ୍ଞାନୀପୁରୁଷ’ ସମସ୍ତଙ୍କୁ କିପରି କ୍ଷମା କରିଦିଅନ୍ତି ? ସେ ଜାଣନ୍ତି ଯେ, ଏହି ବିଚରାମାନେ ବୁଝନ୍ତି ନାହିଁ, ଗଛ ପରି ଅଟନ୍ତି । ଆଉ ବୁଝିଲାବାଲାକୁ ତ’ କହିବାକୁ ହିଁ ପଡ଼େନାହିଁ, ସେ ତ’ ଭିତରେ ଭିତରେ ତୁରନ୍ତ ପ୍ରତିକ୍ରମଣ କରିନିଏ ।
ଯେଉଁଠି ଆସକ୍ତି, ସେଠାରେ ରିଏକ୍ସନ ହେବ ହିଁ
୨୪
ପ୍ରଶ୍ନକଭାଁ : କିନ୍ତୁ ଅନେକ ଥର ଆମକୁ ଦ୍ବେଷ କରିବାର ନଥବ, ତଥାପି ଦ୍ବେଷ ହୋଇଯାଏ, ତାହାର କ’ଣ କାରଣ ଅଟେ ?
ଦାଦାଶ୍ରୀ : କାହା ସହିତ ?
ପ୍ରଶ୍ନକର୍ତ୍ତା : ସାମୀଙ୍କ ସହିତ ଏପରି ହୁଏ ତେବେ ?
ଦାଦାଶ୍ରୀ : ତାହାକୁ ଦ୍ବେଷ କୁହାଯାଏ ନାହିଁ । ଯାହା ଆସକ୍ତିବାଲା ପ୍ରେମ ଅଟେ, ତାହା ସର୍ବଦା ରିଏଲ୍ସନାରୀ ହୋଇଥାଏ । ଏଥିପାଇଁ ଯଦି ତୁମେ ଚିଡ଼ିଯିବ ତେବେ ସିଏ ପୁଣି ଓଲଟା ଚାଲିବେ । ଓଲଟା ଚାଲିବେ ତେବେ କିଛି ସମୟ ଦୂରେଇ ରହିବେ ପରେ ପୁଣି ପ୍ରେମର ଜୁଆର ଆସିବ । ଆଉ ପୁଣି ପ୍ରେମରେ ଆଘାତ ଲାଗିଲେ ଘର୍ଷଣ ହେବ । ସେତେବେଳେ ପୁଣି ପ୍ରେମ ବଢ଼େ । ଯେଉଁଠି ଅତ୍ୟଧିକ ପ୍ରେମ ଥାଏ, ସେଠାରେ ଝଗଡ଼ା ହୁଏ, ଅର୍ଥାତ୍ ଯେଉଁଠାରେ ମଧ୍ୟ ଝଗଡ଼ା ହେଉଥାଏ, ସେଠାରେ ଏହି ଲୋକମାନଙ୍କୁ ଭିତରୁ ପ୍ରେମ ଥାଏ । ସେ ପ୍ରେମ ଥୁବ ତେବେ ଝଗଡ଼ା ହୁଏ । ପୂର୍ବଜନ୍ମର ପ୍ରେମ ଥବ, ତେବେ ଝଗଡ଼ା ହୁଏ । ଆବଶ୍ୟକତା ଠାରୁ ଅଧିକ ପ୍ରେମ ହୋଇଯାଏ, ନଚେତ୍ ଝଗଡ଼ା ହୁଅନ୍ତା ହିଁ ନାହିଁ ! ଏହି ଝଗଡ଼ାର ସରୂପ ହିଁ ଏପରି ଅଟେ ।
ତାହାକୁ ଲୋକେ କ’ଣ କୁହନ୍ତି ? ଝଗଡ଼ା ହେବା କାରଣରୁ ହିଁ ଆମ ଭିତରେ ପ୍ରେମ ଅଛି’ ତେବେ କଥା ଠିକ୍ ମଧ୍ଯ ଅଟେ, ସେହି ଆସକ୍ତ ଝଗଡ଼ା ହେବା କାରଣରୁ ହିଁ ହୋଇଛି । ଯେଉଁଠାରେ ଝଗଡ଼ା କମ୍ ଥବ, ସେଠାରେ ଆସକ୍ତି ନଥାଏ । ଯେଉଁ ଘରେ ସ୍ତ୍ରୀ-ପୁରୁଷ ମଧ୍ୟରେ ଝଗଡ଼ା କମ୍, ସେଠାରେ ଆସକ୍ତି କମ୍, ଏପରି ବୁଝିନେବ । ବୁଝିପାରିଲା ଭଳି କଥା ଅଟେ ନା ?
ପ୍ରଶ୍ନକର୍ତ୍ତା : ସଂସାର ବ୍ୟବହାରରେ କେବେ ଯେଉଁ ଅହଂ ରହିଥାଏ, ତେବେ ତାହାର କାରଣରୁ ବହୁତ ଚିଙ୍ଗାରି (ଅଗ୍ନିସ୍ଫୁରଣ) ବାହାରିଥାଏ ।

Page Navigation
1 ... 31 32 33 34 35 36 37 38