Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଘର୍ଷଣ ଟାଳନ୍ତୁ
ହୋଇଯିବ । ଶରୀରରେ ଆଘାତ ଲାଗିଥ୍ ଆଉ କ୍ଷତ ହୋଇଥବ ତେବେ ଚିକିତ୍ସା କଲେ ତାହା ଠିକ୍ ହୋଇଯିବ । କିନ୍ତୁ ଘର୍ଷଣ ଏବଂ ସଂଘର୍ଷଣରୁ ମନରେ ଯେଉଁ ଦାଗ ପଡ଼ିଯାଇଥବ, ବୁଦ୍ଧି ଉପରେ ଦାଗ ପଡ଼ିଯାଇଥବ, ସେଗୁଡ଼ିକୁ କିଏ ବାହାର କରିବ ? ହଜାର ଜନ୍ମ ପର୍ଯ୍ୟନ୍ତ ମଧ୍ଯ ଯିବ ନାହିଁ ।
ପ୍ରଶ୍ନକର୍ତ୍ତା : ଘର୍ଷଣ ଏବଂ ସଂଘର୍ଷଣ ଦ୍ବାରା ମନ ଏବଂ ବୁଦ୍ଧି କ୍ଷତାକ୍ତ
ହୋଇଥାନ୍ତି ?
ଦାଦାଶ୍ରୀ : ଆରେ, ମନ-ବୁଦ୍ଧି ଉପରେ ତ’ କ’ଣ, ପୂରା ଅନ୍ତଃକରଣ ଉପରେ କ୍ଷତ ହୋଇଥାଏ ଏବଂ ତାହାର ପ୍ରଭାବ ଶରୀର ଉପରେ ମଧ୍ୟ ହୁଏ
ଘର୍ଷଣରୁ ତ’ କେତେ ସବୁ ଅସୁବିଧା ହୁଏ ।
ପ୍ରଶ୍ନକଭାଁ : ଆପଣ କୁହନ୍ତି ଯେ ଘର୍ଷଣ ଦ୍ବାରା ସବୁ ଶକ୍ତିଗୁଡ଼ିକ ଶେଷ ହୋଇଯାଆନ୍ତି, ତେବେ କ’ଣ ଜାଗୃତି ଦ୍ଵାରା ଶକ୍ତିଗୁଡ଼ିକ ଫେରିଆସିବ ?
ଦାଦାଶ୍ରୀ : ଶକ୍ତିଗୁଡ଼ିକୁ ଆଣିବାର ଆବଶ୍ୟକ ନାହିଁ । ଶକ୍ତି ତ’ ଅଛି ହିଁ । ଶକ୍ତି ଏବେ ଉତ୍ପନ୍ନ ହେଉଛି । ପ୍ରଥମେ ଯେଉଁ ଘର୍ଷଣସବୁ ହୋଇଯାଇଥିଲା ଏବଂ ତାହାଦ୍ୱାରା ଯେଉଁ କ୍ଷତି ହୋଇଥିଲା, ସେହିସବୁ ଶକ୍ତି ଫେରି ଆସେ । କିନ୍ତୁ ଏବେ ଯଦି ନୁଆ ଘର୍ଷଣ ସୃଷ୍ଟି କରିବେ, ତେବେ ପୁଣି ଶକ୍ତି ଗୁଡ଼ିକ ଚାଲିଯିବ । ଆସିଥିବା ଶକ୍ତି ମଧ୍ୟ ଚାଲିଯିବ ଆଉ ଯଦି ନିଜେ ଘର୍ଷଣ ହେବାକୁ ଦିଏ ହିଁ ନାହିଁ, ତେବେ ଶକ୍ତି ଉତ୍ପନ୍ନ ହେଉଥିବ !
ଏହି ଦୁନିଆରେ ଶତ୍ରୁତାରୁ ଘର୍ଷଣ ହୁଏ । ସଂସାରର ମୂଳ ମଞ୍ଜି ଶତ୍ରୁତା ଅଟେ । ଯାହାର ଶତ୍ରୁତା ଏବଂ ଘର୍ଷଣ - ଏହି ଦୁଇଟି ବନ୍ଦ ହୋଇଗଲା, ତା’ର ମୋକ୍ଷ ହୋଇଗଲା । ପ୍ରେମ ବାଧକ ନୁହେଁ, ଶତ୍ରୁତା ଯାଏ ତେବେ ପ୍ରେମ ଉତ୍ପନ୍ନ
ହୋଇଯାଏ ।
କମନ୍ସେନ୍ସ, ଏକ୍ରିହ୍ନେୟାର୍ ଏପ୍ଲିକେବଲ୍
ବ୍ୟବହାର ଶୁଦ୍ଧ ହେଉ, ତାହା ପାଇଁ କ’ଣ ଆବଶ୍ୟକ ? ‘କମନ୍ସେନ୍ସ’ କମ୍ପ୍ଲିଟ୍ (ପୂର୍ଣ ବ୍ୟବହାରିକ ବୋଧ) ଆବଶ୍ୟକ । ସ୍ଥିରତା-ଗମ୍ଭୀରତା ଆବଶ୍ୟକ। ବ୍ୟବହାରରେ ‘କମନ୍ସେନ୍ସ’ର ଆବଶ୍ୟକତା ଅଛି । ‘କମନ୍ସେନ୍ସ’ ଅର୍ଥାତ୍

Page Navigation
1 ... 24 25 26 27 28 29 30 31 32 33 34 35 36 37 38