Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ୧୮
ଘର୍ଷଣ ଟାଳନ୍ତୁ
ଏଭିହ୍ନେୟାର୍ ଏପ୍ଲିକେବଲ୍ (ସବୁ ଜାଗାରେ କାମରେ ଆସେ) । ସରୂପଜ୍ଞାନ ସହିତ ‘କମନସେନ୍ସ ଥାଏ ତେବେ ବହୁତ ପ୍ରକାଶମାନ ହୁଏ । । ପ୍ରଶ୍ନକର୍ତ୍ତା : ‘କମସେନ୍ସ’ କିପରି ପ୍ରକଟ ହୁଏ ?
ଦାଦାଶ୍ରୀ : ଭଲା ହିଁ କେହି ଆମ ସହିତ ଘର୍ଷଣ କରୁ କିନ୍ତୁ ଆମେ କାହା ସହିତ ଘର୍ଷଣରେ ପଡ଼ିବା ନାହିଁ, ଏହିପରି ରହିବା ତେବେ ‘କମନସେନ୍ନ’ ଉତ୍ପନ୍ନ
ହେବ । କିନ୍ତୁ ଆମକୁ କାହା ସହିତ ଘର୍ଷଣରେ ନ ପଡ଼ି ବା ଉଚିତ୍, ନଚେତ୍ ‘କମସେନ୍ନ’ ଚାଲିଯିବ ! ନିଜ ତରଫରୁ ଘର୍ଷଣ ନହେବା ଉଚିତ୍ ।
ସାମ୍ନାବାଲାର ଘର୍ଷଣ ଦ୍ଵାରା ଆମ ଭିତରେ କମସେନ୍ସ’ ଉତ୍ପନ୍ନ ହୁଏ । ଆମ୍ବାର ଏହି ଶକ୍ତି ଏପରି ଅଟେ ଯେ ଘର୍ଷଣ ସମୟରେ କିପରି ବ୍ୟବହାର କରିବା, ତାହାର ସମସ୍ତ ଉପାୟ ବତାଇଦିଏ ଆଉ ଥରେ ଦେଖାଇଦେଲେ, ତେବେ ପୁଣି
ସେହି ଜ୍ଞାନ ଯିବ ନାହିଁ । ଏପରି କରୁ କରୁ କମସେନ୍ନ’ ବଢ଼ିଚାଲେ । ମୋର କାହା ସହିତ ଘର୍ଷଣ ହେବ ନାହିଁ, କାରଣ ମୋର ‘କମସେନ୍ସ’ ବହୁତ ଅଧିକ । ଏଥିପାଇଁ ଆପଣ କ’ଣ କହିବାକୁ ଚାହାନ୍ତି, ତାହା ତୁରନ୍ତ ହିଁ ମୁଁ ବୁଝିପାରେ । ଲୋକମାନଙ୍କୁ ଏପରି ଲାଗେ ଯେ ଇଏ ଦାଦାଙ୍କର ଅହିତ କରୁଛି, କିନ୍ତୁ ମୁଁ ତୁରନ୍ତ ବୁଝିଯାଏ ଏହି ଅହିତ, ଅହିତ ନୁହେଁ । ସାଂସାରିକ ଅହିତ ନୁହେଁ ଏବଂ ଧାର୍ମିକ ଅହିତ ମଧ୍ୟ ନୁହେଁ ଆଉ ଆମ୍ବାର ସମ୍ବନ୍ଧରେ ତ’ ଅହିତ ଆଦୌ ହିଁ ନୁହେଁ । ଲୋକମାନଙ୍କୁ ଏପରି ଲାଗେ ଯେ ଆମ୍ବାର ଅହିତ କରୁଛନ୍ତି, କିନ୍ତୁ ମୋତେ ସେଥିରେ ହିତ ଦେଖାଯାଏ । ମାନେ ଏହା ହେଲା ‘କମସେନ୍ସ’ର ପ୍ରଭାବ। ଏଥିପାଇଁ ମୁଁ କମନ୍ସେନ୍ସ’ର ଅର୍ଥ ଲେଖୁଛି ଯେ ‘ଏଭି ସ୍କେୟାର୍ ଏପ୍ଲିକେବଲ୍’ । ଆଜିର ଜେନେରେସନ୍ରେ ‘କମସେନ୍ସ ଭଳି କିଛି ହିଁ ନାହିଁ । ଜେନେରେସନ୍ ଟୁ ଜେନେରେସନ୍ ‘କମସେନ୍ସ’ କମ୍ ହୋଇ ଚାଲିଛି ।
ଏହି (ଆପ୍) ବିଜ୍ଞାନ ପ୍ରାପ୍ତ ହେବା ପରେ ମନୁଷ୍ୟ ଏହି ପ୍ରକାର ରହିପାରିବ ନଚେତ୍ ପୁଣି ସାଧାରଣ ଜନତାଙ୍କ ମଧ୍ୟରୁ କେହି ଜଣେ ଅଧେ ଏହି ପ୍ରକାର ରହିପାରନ୍ତି, ଏପରି ପୁଣ୍ୟଶାଳୀ ଲୋକ ମଧ୍ୟ ଥା’ନ୍ତି ! କିନ୍ତୁ ସେମାନେ କିଛି ଜାଗାରେ ହିଁ ରହିପାରନ୍ତି, ସବୁ ଜାଗାରେ ରହିପାରନ୍ତି ନାହିଁ ।

Page Navigation
1 ... 25 26 27 28 29 30 31 32 33 34 35 36 37 38