Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 28
________________ ଘର୍ଷଣ ଟାଳନ୍ତୁ ୧ ୯ ପ୍ରଶ୍ନକର୍ତ୍ତା : ସବୁ ଘର୍ଷଣର କାରଣ ଏହା ହିଁ ନା ଯେ ଗୋଟିଏ ଲେୟର୍ ଠାରୁ ଅନ୍ୟ ଲେୟର ଅନ୍ତର ବହୁତ ଅଧିକ ଅଟେ ? । ଦାଦାଶ୍ରୀ : ଘର୍ଷଣ ତ’ ପ୍ରଗତି ଅଟେ ! ଯେତିକି ଝଞ୍ଜଟ ହେବ, ଘର୍ଷଣ ହେବ, ସେତିକି ଉପରକୁ ଉଠିବାର ମାର୍ଗ ମିଳିବ । ଘର୍ଷଣ ନ ହେବ ତେବେ ସେଇଠିକୁ ସେଇଠି ରହିବ । ଏଥିପାଇଁ ଲୋକେ ଘର୍ଷଣ ଖୋଜନ୍ତି । । ଘର୍ଷଣ ଦ୍ବାରା ପ୍ରଗତିର ପଥରେ ପ୍ରଶ୍ନକର୍ତ୍ତା : ଘର୍ଷଣ ପ୍ରଗତି ପାଇଁ ଅଟେ, ଏପରି ବୁଝିକରି ଖୋଜିବା ତେବେ ପ୍ରଗତି ହୁଏ ? । ଦାଦାଶ୍ରୀ : କିନ୍ତୁ ସେମାନେ ଏପରି ବୁଝିକରି ଖୋଜନ୍ତି ନାହିଁ । ଭଗବାନ କେଉଁଠି ଉପରକୁ ଉଠାଇ ନାହାନ୍ତି, ଘର୍ଷଣ ଉପରକୁ ଉଠାଏ । ଘର୍ଷଣ କିଛି ସୀମା ପର୍ଯ୍ୟନ୍ତ ଉପରକୁ ଉଠାଇ ପାରେ, ପରେ ଜ୍ଞାନୀ ମିଳିବେ ତେବେ କାମ ହେବ । ଘର୍ଷଣ ତ’ ପ୍ରାକୃତିକ ରୀତିରେ ହୋଇଥାଏ, ଯେପରି ନଦୀରେ ପଥର ପଥର ସହ ବାଡ଼େଇ ହୋଇ ଗୋଲ ବନିଯାଆନ୍ତି । ପ୍ରଶ୍ନକର୍ତ୍ତା : ଘର୍ଷଣ ଏବଂ ସଂଘର୍ଷଣରେ କ’ଣ ପାର୍ଥକ୍ୟ ଅଛି ? ଦାଦାଶୀ : ଯେଉଁଥିରେ ଜୀବନ ନଥାଏ ଯେବେ ସେମାନେ ଧକ୍କା ହୁଅନ୍ତି, ସେତେବେଳେ ତାହାକୁ ଘର୍ଷଣ କୁହାଯାଏ ଆଉ ଜୀବନ ଥିଲାବାଲା ଧକ୍କା ହେଲେ ତେବେ ସଂଘର୍ଷଣ ହୋଇଥାଏ । ପ୍ରଶ୍ନକର୍ତ୍ତା : ସଂଘର୍ଷଣ ଦ୍ବାରା ଆମ୍ବଶକ୍ତି ରୁଦ୍ଧ ହୋଇଯାଏ ନା’ ? ଦାଦାଶ୍ରୀ : ହଁ, ସତ କଥା। ସଂଘର୍ଷ ହେଉ, ସେଥିରେ ଅସୁବିଧା ନାହିଁ, ‘ମୋତେ ସଂଘର୍ଷ କରିବାର ଅଛି? ଏପରି ଭାବି ବାହାର କରିଦେବାକୁ ମୁଁ କହୁଛି । ‘ଆପଣଙ୍କୁ ସଂଘର୍ଷ କରିବାର ଭାବ ନ ହେବା ଉଚିତ୍, ପୁଣି ଚନ୍ଦୁଲାଲ ( ଏଠାରେ ନିଜର ନାମକୁ ବୁଝ) ଭଲା ହିଁ ସଂଘର୍ଷ କରେ । ଆମର ଭାବ ନ ବିଗିଡ଼ିବା ଉଚିତ୍ । । ଘର୍ଷଣ କରାଏ, ପ୍ରକୃତି । ପ୍ରଶ୍ନକର୍ତ୍ତା : ଘର୍ଷଣ କିଏ କରାଏ ? ଜଡ଼ ନା ଚେତନ ? ଦାଦାଶ୍ରୀ : ପୂର୍ବର ଘର୍ଷଣ ହିଁ ପୁଣି ଥରେ ଘର୍ଷଣ କରାଇଥାଏ । ଜଡ଼ା ଅବା ବେତନର ଏଥିରେ ପ୍ରଶ୍ନ ହିଁ ନାହିଁ । ଆମ୍ବା ଏଥିରେ ହସ୍ତକ୍ଷେପ କରେ ହିଁ

Loading...

Page Navigation
1 ... 26 27 28 29 30 31 32 33 34 35 36 37 38