Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
୧୪
ଘର୍ଷଣ ଟାଳନ୍ତୁ
ଝଗଡ଼ା, ତାହା ଅଜ୍ଞାନତା ହିଁ ଅଟେ ନିଜର
ପ୍ରଶ୍ନକର୍ତ୍ତା : ଜୀବନରେ ସଭାବ ମେଳ ଖାଏନାହିଁ, ଏଥିପାଇଁ ଝଗଡ଼ା ହୁଏ ନା’ ? |
ଦାଦାଶ୍ରୀ : ଝଗଡ଼ା ହୁଏ, ତାହାର ନାମ ସଂସାର ଅଟେ । ପ୍ରଶ୍ନକର୍ତ୍ତା : ଝଗଡ଼ା ହେବାର କାରଣ କ'ଣ ?
ଦାଦାଶ୍ରୀ : ଅଜ୍ଞାନତା । ଯେ ପର୍ଯ୍ୟନ୍ତ କାହାରି ସହିତ ମଧ୍ୟ ମତଭେଦ ହେଉଛି, ତେବେ ତାହା ଆପଣଙ୍କ ନିର୍ବଳତାର ସଙ୍କେତ ଅଟେ । ଲୋକମାନେ ଭୁଲ୍ ନୁହନ୍ତି, ମତଭେଦରେ ଭୁଲ୍ ଆପଣଙ୍କର ଅଟେ । ଲୋକଙ୍କର ଭୁଲ୍ ହୁଏ ହିଁ ନାହିଁ । ସେ ଜାଣିଶୁଣି ମଧ୍ୟ କରୁଥାଉ, ତେବେ ଆମକୁ ସେଠାରେ କ୍ଷମା ମାଗିନେବା ଉଚିତ୍ ଯେ, ଭାଈ, ଏହା ମୁଁ ବୁଝିପାରୁ ନାହିଁ ।” ବାକି, ଲୋକେ ଭୁଲ୍ କରନ୍ତି ହିଁ ନାହିଁ । ଲୋକମାନେ ମତଭେଦ ହେବାକୁ ଦେବେ, ଏପରି ହିଁ ନୁହଁନ୍ତି । ଯେଉଁଠି ଝଗଡ଼ା ହେଲା, ସେଠାରେ ନିଜର ହିଁ ଭୁଲ୍ ଅଟେ । | ପ୍ରଶ୍ନକର୍ତ୍ତା : ଖୁଣ୍ଟ ମଝିରେ ଥିବ ଏବଂ ଧକ୍କା ଟାଳିବାର ଥିବ, ତେବେ ଆମେ ଗୋଟିଏ ପାଖକୁ ଘୁଞ୍ଚାଯିବା, କିନ୍ତୁ ଖୁଣ୍ଟ ନିଜେ ଆସି ଆମ ଉପରେ ପଡ଼େ, ତେବେ ସେଠାରେ ଆମେ କ’ଣ କରିବୁ ?
ଦାଦାଶ୍ରୀ : ପଡ଼େ, ତେବେ ଘୁଞ୍ଚଯାଅ
ପ୍ରଶ୍ନକର୍ତ୍ତା : କେତେ ମଧ୍ୟ ଘୁଞ୍ଚିବାକୁ ଚେଷ୍ଟାକରୁ ତଥାପି ଖୁଣ୍ଟ ଆମ ସହ | ଧକ୍କା ନହୋଇ ରହେ ନାହିଁ । ଉଦାହରଣ ସରୂପ, ମୋ ପନ୍ ହିଁ ଝଗଡ଼ା କରେ ।
ଦାଦାଶ୍ରୀ : ଝଗଡ଼ା କରେ, ସେହି ସମୟରେ ଆପଣଙ୍କୁ କ’ଣ କରିବା ଉଚିତ୍, ତାହା ଖୋଜି ନିଅ ।
ପ୍ରଶ୍ନକର୍ତ୍ତା : ସାବାଲା ବ୍ୟକ୍ତି ଆମର ଅପମାନ କରେ ଆଉ ଆମକୁ ଅପମାନ ଲାଗେ, ତାହାର କାରଣ ନିଜର ଅହଂକାର ଅଟେ ?
ଦାଦାଶ୍ରୀ : ବାସ୍ତବରେ ତ’, ସାମ୍ବାଲା ଯେଉଁ ଅପମାନ କରେ, ତାହା ଆମର ଅହଂକାରକୁ ତରଳାଇଦିଏ, ଆଉ ତାହା ମଧ୍ୟ ‘ଡ୍ରାମାଟିକ୍’ ଅହଂକାରକୁ, ଯେତେ ଏସେସ୍ ଅହଂକାର ଥିବ, ତାହା ତରଳିଯାଏ, ସେଥିରେ

Page Navigation
1 ... 21 22 23 24 25 26 27 28 29 30 31 32 33 34 35 36 37 38