Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଘର୍ଷଣ ଟାଳନ୍ତୁ
ଯେଉଁମାନେ ଧକ୍କା ହୁଅନ୍ତି, ସେମାନେ କାନ୍ଥ ହିଁ ଅଟନ୍ତି, ଏପରି ଆପଣ ବୁଝିନିଅନ୍ତୁ । ପୁଣି ଦୁଆର କେଉଁଠି ଅଛି, ତାହାକୁ ଖୋଜିବ ତେବେ ଅନ୍ଧାରରେ ଦୁଆର ମିଳିଯିବ । ଏପରି ହାତରେ ଅଣ୍ଡାଳି-ଅଣ୍ଡାଳି ଯାଅ ତେବେ ଦୁଆର ମିଳେ ନା ମିଳେ ନାହିଁ ? ଆଉ ସେଠାରୁ ପୁଣି ବାହାରି ଯାଆନ୍ତୁ । ଧକ୍କା ହୁଅନ୍ତୁ ନାହିଁ । ଏପରି ନିୟମ ପାଳିବା ଉଚିତ୍ ଯେ ‘ମୋତେ କାହା ସହିତ ଧକ୍କା ହେବାର ହିଁ ନାହିଁ ।’
୧୩
ଏପରି ଜୀବନ ଜୀଇଁବା
ଇଏ ତ’ ଜୀବନ ଜୀଇଁବା ହିଁ ଆସୁନାହିଁ । ବିବାହ କରିବା ମଧ୍ୟ ଆସି ନଥିଲା । ବଡ଼ ମୁସ୍କିଲ୍ରେ ବିବାହ ହେଲା ! ବାପା ହେବା ଆସିଲା ନାହିଁ, ଆଉ ଏମିତି ହିଁ ବାପା ବନିଗଲା। ଏବେ, ପିଲାମାନେ ଖୁସି ହୋଇଯିବେ, ଏପରି ଜୀବନ ଜୀଇଁବା ଉଚିତ୍ । ସକାଳୁ ସମସ୍ତଙ୍କୁ ସ୍ଥିର କରିବା ଉଚିତ୍ ଯେ, ‘ଭାଈ, ଆଜି କାହା ସହିତ ଆମ୍ନା-ସାମ୍ନା ଝଗଡ଼ା ନ ହେଉ, ଏପରି ଆପଣ ଭାବି ନିଅନ୍ତୁ’ । ଯଦି ଝଗଡ଼ାରୁ ଲାଭ ହୁଏ, ତେବେ ମୋତେ ତାହା ଦେଖାଅ । କ’ଣ ଲାଭ ହୁଏ ? ପ୍ରଶ୍ନକର୍ତ୍ତା : ଦୁଃଖ ହୁଏ ।
ଦାଦାଶ୍ରୀ : ଦୁଃଖ ହୁଏ ଏତିକି ହିଁ ନୁହେଁ, ଏହି ଝଗଡ଼ାରୁ ଏବେ ତ’ ଦୁଃଖ ହେଲା ହିଁ, କିନ୍ତୁ ସାରାଦିନ ବିଗିଡ଼ିଯାଏ ଆଉ ପରଜନ୍ମରେ ପୁଣି ମନୁଷ୍ୟପଣ ଚାଲିଯାଏ। ମନୁଷ୍ୟପଣ ତ’ କେବେ ରହିବ କି, ସଜ୍ଜନତା ଥିବ ତେବେ ମନୁଷ୍ୟପଣ ରହିବ । କିନ୍ତୁ ପାଶବତା ଥବ, ବାରମ୍ବାର ଘୁସି ଲଗାଉଥବ, ବାରମ୍ବାର ଶିଙ୍ଗ ମାରୁଥବ, ପୁଣି ସେଠାରେ ମନୁଷ୍ୟପଣ ଆସିବ ? ଗାଈ-ମଇଁସି ଶିଙ୍ଗ ମାରନ୍ତି, ନା ମଣିଷ ମାରନ୍ତି ?
ପ୍ରଶ୍ନକର୍ତ୍ତା : ମଣିଷ ଅଧିକ ମାରୁଛନ୍ତି ।
ଦାଦାଶ୍ରୀ : ମଣିଷ ମାରେ ତ’ ପୁଣି ତା’କୁ ପଶୁ ଗତିରେ ଯିବାକୁ ପଡ଼ିବ । ଅର୍ଥାତ୍ ସେଠାରେ ଦୁଇଟା ବଦଳରେ ଚାରିଟା ଗୋଡ଼ ଆଉ ତାହା ସହିତ ଲାଞ୍ଜ ମଧ୍ୟ ମିଳିବ ! ସେଠାରେ କ’ଣ ଏମିତି-ସେମିତି ଚାଲିଛି । ସେଠାରେ କ’ଣ ଦୁଃଖ ନାହିଁ ? ବହୁତ ଦୁଃଖ । ଟିକିଏ ବୁଝିବାକୁ ପଡ଼ିବ । ଏମିତି କେମିତି ଚଳିବ ?

Page Navigation
1 ... 20 21 22 23 24 25 26 27 28 29 30 31 32 33 34 35 36 37 38