Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
J
ଧକ୍କା ହେଲ, ନିଜର ହିଁ
ଭୂଲ୍
ପାଇଁ
ଘର୍ଷଣ ଟାଳନ୍ତୁ
ଏହି ଦୁନିଆରେ ଯେ କୌଣସି ମଧ୍ୟ ଝଗଡ଼ା ହୋଇଥାଏ, ତାହା ଆପଣଙ୍କର ହିଁ ଭୂଲ୍ ଅଟେ, ସାମ୍ନାବାଲାର ଭୂଲ୍ ନୁହେଁ ! ସାମ୍ନାବାଲା ଲୋକେ ତ ଧକ୍କା ହେବେ ହିଁ । ‘ଆପଣ କାହିଁକି ଧକ୍କା ହେଲେ ?’ ତେବେ କୁହନ୍ତି, ‘ସାମ୍ନାବାଲା ଧକ୍କା ଦେଲା ଏଥିପାଇଁ !’ ତେବେ ଆପଣ ମଧ୍ୟ ଅନ୍ଧ ଆଉ ସେ
ମଧ୍ୟ ଅନ୍ଧ ହୋଇଗଲା ।
ପ୍ରଶ୍ନକର୍ତ୍ତା : ଧକ୍କା ଉପରେ ଧକ୍କା କଲେ କ’ଣ ହୁଏ ?
ଦାଦାଶ୍ରୀ : ମୁଣ୍ଡ ଫାଟିଯିବ ! ତେବେ ଯଦି ଧକ୍କା ହୋଇଯାଏ, ସେତେବେଳେ ଆମକୁ କ’ଣ ବୁଝିବାର ଅଛି ? ପ୍ରଶ୍ନକର୍ତ୍ତା : ଆମରି ହିଁ ଭୂଲ ।
ଦାଦାଶ୍ରୀ : ହଁ, ତାହାକୁ ତୁରନ୍ତ ଏକ୍ସ୍ଟ କରିନେବ । ଝଗଡ଼ା ହେଲା ତେବେ ଆପଣଙ୍କୁ ବୁଝିବା ଉଚିତ୍ କି ‘ଏପରି ମୁଁ କ’ଣ କହିଦେଲି ଯେ ଏହି ଝଗଡ଼ା ହୋଇଗଲା ?’ ନିଜର ଭୂଲ୍ ଜଣାପଡ଼ିଯିବ ତେବେ ସମାଧାନ ହୋଇଯିବ । ପୁଣି ପଜଲ୍ ସୋଲ୍ଭ ହୋଇଯିବ । ନଚେତ୍ ଯେଉଁ ପର୍ଯ୍ୟନ୍ତ ଆମେ ‘ସାମ୍ନାବାଲାର ଭୂଲ୍’ ଏପରି ଖୋଜିବାକୁ ଯିବା ସେ ପର୍ଯ୍ୟନ୍ତ କେବେ ମଧ୍ୟ ଏହି ପଜଲ୍ ସୋଲ୍ଭ ହେବନାହିଁ । ‘ନିଜର ହିଁ ଭୂଲ’ ଏପରି ମାନିବା ତେବେ ଏହି ସଂସାରର ଅନ୍ତ ଆସିବ। ଅନ୍ୟ କୌଣସି ଉପାୟ ନାହିଁ । ‘ଅନ୍ୟ ସବୁ ଉପାୟ ଫସାଇବାବାଲା ଅଟେ ଏବଂ ଉପାୟ କରିବା, ତାହା ନିଜ ଭିତରେ ଲୁଚିଥି ଅହଂକାର ଅଟେ । ଉପାୟ କ’ଣ ପାଇଁ ଖୋଜୁଛ ? ସାମ୍ନାବାଲା ଆପଣଙ୍କ ଭୂଲ୍ ବାହାର କରେ ତେବେ ଆପଣଙ୍କୁ ଏପରି କହିବାର ଅଛି ଯେ ‘ମୁଁ ତ’ ଆଗରୁ ହିଁ ତେଢ଼ା ଅଟେ ।’ ବୁଦ୍ଧି ହିଁ ସଂସାରରେ ଝଗଡ଼ା କରାଏ । ଆରେ, ଗୋଟିଏ ସ୍ତ୍ରୀର ଶୁଣିକରି ଚାଲୁ ତେବେ ମଧ୍ୟ ପତନ ହୁଏ, ଘର୍ଷଣ ହୋଇଯାଏ, ପୁଣି ଇଏ ତ’ ବୁଦ୍ଧି ଭଉଣୀ ! ତା’ର ଶୁଣିବା ତେବେ କେଉଁଠୁ ଯାଇ କେଉଁଠି ଫିଙ୍ଗି ହୋଇଯିବା । ଆରେ, ରାତି ଦୁଇଟାରେ ନିଦରୁ ଉଠାଇ ବୁଦ୍ଧି ଭଉଣୀ ଓଲଟା ଦେଖାଏ । ପନ୍ଥୀ ତ’ କିଛି ସମୟ ସାଥ୍ରେ ରହେ । କିନ୍ତୁ ବୁଦ୍ଧି ଭଉଣୀ ତ’ ନିରନ୍ତର ସାଙ୍ଗରେ ହିଁ ରହେ । ଏହି ବୁଦ୍ଧି ତ’ ‘ଡ଼ୀଥ୍ରୋନ୍’ (ପଦଭ୍ରଷ୍ଟ) କରାଏ ଏପରି ଅଟେ ।

Page Navigation
1 ... 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38