Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 19
________________ ୧ o ଘର୍ଷଣ ଟାଳନ୍ତୁ ପ୍ରଶ୍ନକର୍ତ୍ତା : ଏହି କବାଟ ତ’ ନିର୍ଜୀବ ବସ୍ତୁ ଅଟେ ନା’ ! । ଦାଦାଶ୍ରୀ : ଅର୍ଥାତ୍ କେବଳ ଜୀବନ ଅଛି ବୋଲି ହିଁ ଆପଣ ଏପରି ମାନୁଛନ୍ତି ଯେ ଇଏ ମୋ ସହିତ ବାଡ଼େଇ ହେଲା । ଏହି ଦୁନିଆରେ ଯେଉଁମାନେ ବାଡ଼େଇ ହୁଅନ୍ତି, ସେମାନେ ସମସ୍ତେ ନିର୍ଜୀବ ବସ୍ତୁ ଅଟନ୍ତି । ଯେଉଁମାନେ ବାଡ଼େଇ ହୁଅନ୍ତି, ସେମାନେ ଜୀବନ୍ତ ନୁହଁନ୍ତି, ଜୀବନ୍ତ ବାଡ଼େଇ ହୁଅନ୍ତି ନାହିଁ । ନିର୍ଜୀବ ବସ୍ତୁ ବାଡ଼େଇ ହୁଏ । ଏଥିପାଇଁ ଆପଣ ତା’କୁ କାନ୍ଥ ଭଳି ହିଁ ବୁଝିନିଅନ୍ତୁ, ଅର୍ଥାତ୍ ଦଖଲ ( ହସ୍ତକ୍ଷେପ) କରିବାର ନାହିଁ ! ଆଉ ଏମିତି କିଛି ସମୟ ପରେ କୁହନ୍ତୁ, ‘ଚାଲ, ଚା ପିଇବା।” । ଯଦି ଗୋଟିଏ ପିଲା ପଥର ମାରେ ଆଉ ରକ୍ତ ବାହାରି ଆସେ, ତେବେ ସେ ପିଲାକୁ କ’ଣ କରିବ ? ରାଗିବ । ଆଉ ଆପଣ ଯାଉଛନ୍ତି ଏବଂ ପାହାଡ଼ ଉପରୁ ପଥରଟି ପଡ଼ିଲା, ତାହା ଆପଣଙ୍କ ଦେହରେ ବାଜିଲା ଆଉ ରକ୍ତ ବାହାରିଲା, ସେତେବେଳେ ପୁଣି କ’ଣ କରିବେ ? ରାଗିବେ ? ନା । ତାହାର କାରଣ କ’ଣ ? ତାହା ପାହାଡ଼ ଉପରୁ ପଡ଼ିଲା । ଏହି ପଥର ପାହାଡ଼ ଉପରୁ ଖସିଲା, ତାହାକୁ କିଏ କଲା ? ଆଉ ସେଠାରେ ପିଲାଟି ପଥର ମାରିଲା ପରେ ପଶ୍ଚାତାପ କରୁଥାଏ ଯେ ମୋ ଦ୍ଵାରା ଏହା କ’ଣ ହୋଇଗଲା ! । ଏଥିପାଇଁ ଏହି ଦୁନିଆକୁ ବୁଝନ୍ତୁ । ମୋ ପାଖକୁ ଆସିବେ ତେବେ ଚିନ୍ତା ହେବ ନାହିଁ, ଏପରି ଆପଣଙ୍କୁ କରିଦେବି । ଆଉ ସଂସାରରେ ଭଲରେ ରୁହ ଆଉ ୱାଇଫ୍ ସହିତ ଆରାମରେ ବୁଲାବୁଲି କର । ଏବଂ ପୁଅ-ଝିଅଙ୍କର ବିବାହ କର ଆରାମରେ ! ପୁଣି ୱାଇଫ୍ ଖୁସି ହୋଇଯିବ, ଆଉ କହିବ ‘ମାନିବାକୁ ପଡ଼ିବ, କେମିତି ସିଆଣିଆ ବନାଇ ଦେଲେ ମୋର ପତିଙ୍କୁ !? ଏବେ ୱାଇଫ୍ର କୌଣସି ପଡ଼ୋଶୀ ସହିତ ଝଗଡ଼ା ହୋଇଯାଇଥିବା ଆଉ ତା’ର ମୁଣ୍ଡ ଗରମ ହୋଇଯାଇଥିବ, ସେତେବେଳେ ଆପଣ ବାହାରୁ ଆସନ୍ତି ଆଉ ସେ ଉଗ୍ରତାର ସହ କଥାବାର୍ତ୍ତା କରେ, ସେ ସମୟରେ ଆପଣ କ’ଣ କରିବେ ? ଆପଣ ମଧ୍ୟ ଉଗ୍ର ହୋଇଯିବେ ? ଏପରି ସଂଯୋଗ ଆସିଯାଏ, ସେଠାରେ ଏଡ଼ଜଷ୍ଟ ହୋଇ ଆମକୁ ଚାଲିବା ଉଚିତ୍ । ଆଜି ସେ କେଉଁ ସଂଯୋଗ ଦ୍ଵାରା କ୍ରୋଧିତ ହୋଇଛି, କାହା ସହିତ କ୍ରୋଧିତ ହୋଇଛି, କ’ଣ ଜଣା ? ଆପଣ

Loading...

Page Navigation
1 ... 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38