Book Title: Avoid Clashes Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
ଘର୍ଷଣ ଟାଳନ୍ତୁ
ଅଟେ । ଯେପରି-ଯେପରି ବୁଝି ଚାଲିବେ, ସେପରି-ସେପରି ଘର୍ଷଣ ଟାଳି ପାରିବୋ ଘର୍ଷଣ ଟାଳିବା ଦ୍ଵାରା ମୋକ୍ଷ ହୁଏ ।
ଏହି ଜଗତ୍ ଘର୍ଷଣ ହିଁ ଅଟେ, ସ୍ପନ୍ଦନ ସରୂପ ଅଟେ । ଏଥିପାଇଁ ଘର୍ଷଣ ଟାଳନ୍ତୁ । ଘର୍ଷଣରୁ ଏହି ଜଗତ ନିର୍ମିତ ହୋଇଛି । ଏହାକୁ ଭଗବାନ ‘ଶତ୍ରତା ଠାରୁ ସୃଷ୍ଟି ହୋଇଛି? ଏପରି କହିଛନ୍ତି । ପ୍ରତ୍ୟେକ ମଣିଷ, ଆରେ, ଜୀବମାତ୍ର ଶତ୍ରତା ରଖେ । ସହିବା ସୀମାଠାରୁ ଅଧୁକା ହେଲା ତେବେ ଶତ୍ରୁତା ନରଖୁ ରହିବ ନାହିଁ । ପୁଣି ସିଏ ସାପ ହେଉ, ବିଚ୍ଛା ହେଉ, ବଳଦ ହେଉ, ମଇଁସି ହେଉ ବା ଯାହା ହେଉ, କିନ୍ତୁ ଶତ୍ରୁତା ରଖୁବ । କାରଣ ସମସ୍ତଙ୍କ ଭିତରେ ଆମ୍ ଅଛି । ଆମଶକ୍ତି ସମସ୍ତଙ୍କର ଏକ ସମାନ ଅଟେ । କାରଣ ଏହାହିଁ ଯେ, ଏହି ପୁଗଲ୍ (ଶରୀର)ର କଜୋରୀକୁ ନେଇ ସହିବାକୁ ପଡ଼େ, କିନ୍ତୁ ସହିବା ସହିତ ସେ ଶତ୍ରୁତା ନରଖ ରହେ ନାହିଁ । ଆଉ ପରଜନ୍ମରେ ସେ ତା’ର ଶତ୍ରୁତା ଅସୁଲ୍ କରେ ।
। କେହି ବହୁତ କୁହେ, ତେବେ ତା’ର କୌଣସି ମଧ୍ୟ କଥାରେ ଆମକୁ ଝଗଡ଼ା ନକରିବା ଉଚିତ୍ । ଏହା ହିଁ ଧର୍ମ । ହଁ, କଥା କିପରି ମଧ୍ୟ ହେଉ । କଥାର କ’ଣ ଏପରି ସର୍ଭ ଥାଏ କି ‘ଝଗଡ଼ା ହିଁ କରିବା’ । ଇଏ ତ’ ସକାଳ ପର୍ଯ୍ୟନ୍ତ ଝଗଡ଼ା କରନ୍ତି ଏପରି ଲୋକ ଅଟନ୍ତି । ଆଉ ଆମ ଯୋଗୁଁ ସାବାଲାକୁ ଅସୁବିଧା ହେଉ, ଏପରି କହିବା ବଡ଼ରୁ ବଡ଼ ଅପରାଧ ଅଟେ । ଓଲଟା କେହି ଏପରି କହିଲେ ତଥାପି ତାହାକୁ ଟାଳିଦିଏ, ତା’କୁ ମଣିଷ କୁହାଯିବ ।
ସହିବା ? ନା, ସୋଲ୍ୟୁଶନ ଆଣ । ପ୍ରଶ୍ନକର୍ତ୍ତା : ଦାଦା, ଆପଣ ଯେଉଁ ଝଗଡ଼ା ଟାଳିବାକୁ କହିଲେ, ତାହାର ଅର୍ଥ ‘ସହିବା’ ଏପରି ଅଟେ ନା’ ?
। ଦାଦାଶ୍ରୀ : ଝଗଡ଼ା ଟାଳିବା ଅର୍ଥ ସହିବା ନୁହେଁ । ସହିବ ତେବେ କେତେ ସହିବ ? ସହିବା ଏବଂ ପ୍ରିଙ୍ଗ୍ ଦବାଇବା, ଦୁହେଁ ଏକା ପ୍ରକାରର ଅଟନ୍ତି । ସ୍ତିଙ୍ଗ୍ ଦବି ହୋଇ କେତେ ଦିନ ରହିବ ?’ ଏଥିପାଇଁ ସହିବା ତ’ ଶିଖୁବାର ହିଁ ନାହିଁ । ସୋଲ୍ୟୁଶନ ଆଣିବା ଶିଖ । ଅଜ୍ଞାନ ଦଶାରେ ତ’ ସହିବାକୁ ହିଁ ହୁଏ । ପରେ ଦିନେ ସ୍ତିଙ୍ଗ୍ ଛିଟିକିଯାଏ, ତାହା ସବୁ ଛିନ୍ନଭିନ୍ନ କରିଦିଏ, କିନ୍ତୁ ଏ ତ’ ପ୍ରକୃତିର ନିୟମ ହିଁ ଏପରି ଅଟେ ।

Page Navigation
1 ... 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38