Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 18
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରଶ୍ନକର୍ତ୍ତା : ଦାଦାଜୀ, ମଣିଷର ଶେଷ ଅବସ୍ଥା ହୋଇଥିବ, ଜାଗ୍ରତ ଅବସ୍ଥା ଥିବ, ଏବେ ସେ ସମୟରେ କେହି ତା’କୁ ଗୀତା ପାଠ ଶୁଣାଏ ଅଥବା କିଛି ଅଲଗା ଶାସର କଥା ଶୁଣାଏ, ତା’କୁ କାନରେ କିଛି କୁହେ... । ଦାଦାଶ୍ରୀ : ସେ ନିଜେ କହୁଥିବ ତେବେ, ତା’ର ଇଚ୍ଛା ଥୁବ ତେବେ ଶୁଣାଇବା ଉଚିତ । ମର୍ସ କିଲିଙ୍ଗ୍ ପ୍ରଶ୍ନକର୍ତ୍ତା : ଯିଏ ଭାରୀ ପୀଡ଼ା ସହୁଥିବ ତା’କୁ ପୀଡ଼ା ସହିବାକୁ ଛାଡ଼ିଦେବା, ଆଉ ଯଦି ତା’କୁ ମାରିଦେବା ତେବେ ପୁଣି ତା’ର ପରଜନ୍ମରେ ପୀଡ଼ା ସହିବା ବାକି ରହିବ, ଏହି କଥା ଠିକ ଲାଗୁନାହିଁ । ସେ ଭାରୀ ପୀଡ଼ା ସହୁଥିବ ତେବେ ତାହାର ଅନ୍ତ ଆଣିଦେବା ହିଁ ଉଚିତ୍, ସେଥିରେ କ’ଣ ଭୁଲ ? ଦାଦାଶ୍ରୀ : ଏପରି କାହାକୁ ଅଧିକାର ହିଁ ନାହିଁ । ଆମକୁ ଚିକିତ୍ସା କରାଇବାର ଅଧିକାର ଅଛି, ସେବା କରିବାର ଅଧୁକାର ଅଛି, କିନ୍ତୁ କାହାକୁ ମାରିବାର ଅଧୁକାର ବିଲକୁଲ ନାହିଁ । ପ୍ରଶ୍ନକର୍ତ୍ତା : ତେବେ ସେଥିରେ ଆମର କ’ଣ ମଙ୍ଗଳ ହେଲା ? ଦାଦାଶ୍ରୀ : ତେବେ ମାରିବା ଦ୍ଵାରା କ’ଣ ମଙ୍ଗଳ ହେଲା ? ତୁମେ ସେ ପୀଡ଼ାଗ୍ରସ୍ତକୁ ମାରି ପକାଅ ତେବେ ତୁମର ମଣିଷତ୍ଵ ଚାଲିଯାଏ ଆଉ ସେ ରାସ୍ତା ମାନବତାର ସିଦ୍ଧାନ୍ତ ବାହାରେ, ମାନବତାର ବିରୁଦ୍ଧ ଅଟେ । ସାଥୀ କେବଳ ଶ୍ମଶାନ ପର୍ଯ୍ୟନ୍ତ ଏ ତକିଆ ଥାଏ, ତାହାର ଖୋଳ ବଦଳି ଚାଲିଥାଏ, କିନ୍ତୁ ତକିଆ ତ ସେଇଟାକୁ ସେଇଟା । ଖେଳ ଫାଟି ଯାଏ ଏବଂ ବଦଳୁ ଥାଏ, ସେହିପରି ଏହି ଖୋଳ ମଧ୍ୟ ବଦଳି ଚାଲିଥାଏ । ନହେଲେ ଏ ଜଗତ ପୁରା ପୋଲପୋଲ୍ ଅଟେ । ତଥାପି ବ୍ୟବହାରରେ

Loading...

Page Navigation
1 ... 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64