Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 50
________________ ୪୧ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଆସେ, ତେବେ ଅକରୁ ଅଧୁକ ଆଠ ଜନ୍ମ ତା’କୁ ପଶୁ ଯୋନିରେ ଯିବାକୁ ପଡ଼େ, ତାହା ମଧ୍ୟ କେବଳ ଶହେ-ଦୁଇଶହ ବର୍ଷ ପାଇଁ । ପରେ ପୁଣି ଏଇଠିକୁ ଏଇଠି ମନୁଷ୍ୟରେ ଆସେ । ଥରେ ମନୁଷ୍ୟ ହେବା ପଶ୍ଚାତ ଚୌରାଅଶି ଲକ୍ଷ ଫେରା ଭଟକିବାକୁ ହୁଏ ନାହିଁ । ପ୍ରଶ୍ନକର୍ତ୍ତା : ଗୋଟିଏ ହିଁ ଆମ୍ବା ଚୌରାଅଶି ଲକ୍ଷ ଫେରା ବୁଲୁଥାଏ ନା ? ଦାଦାଶ୍ରୀ : ହଁ, ଗୋଟିଏ ହିଁ ଆମ୍ବା। ପ୍ରଶ୍ନକର୍ତ୍ତା : ମାତ୍ର ଆମ୍ବା ତ ପବିତ୍ର ଅଟେ ନା ? ଦାଦାଶ୍ରୀ : ଆମ୍ବା ତ ପବିତ୍ର ବର୍ଭମାନ ବି ଅଛି । ଚୌରାଅଶି ଲକ୍ଷ ଯୋନିରେ ବୁଲିବା ପରେ ମଧ୍ୟ ପବିତ୍ର ଅଛି, ପବିତ୍ର ଥିଲା ଏବଂ ପବିତ୍ର ରହିବ ! ! । ବାସନା ଅନୁସାରେ ଗତି । ପ୍ରଶ୍ନକର୍ତ୍ତା : ମରିବା ପୂର୍ବରୁ ଯେଉଁଭଳି ବାସନା ଥିବ, ସେହି ରୂପରେ ଜନ୍ମ ହୁଏ ନା ? । ଦାଦାଶ୍ରୀ : ହଁ, ସେହି ବାସନା, ଆମ ଲୋକେ ଯେଉଁ କୁହନ୍ତି ନା ଯେ ମରିବା ପୂର୍ବରୁ ଏପରି ବାସନା ଥିଲା, ମାତ୍ର ସେ ବାସନା କେଉଁଠୁ ଆଣିବାକୁ ପଡ଼େ ନାହିଁ । ତାହା ତ ହିସାବ ଅଟେ, ସାରା ଜୀବନର । ସାରା ଜୀବନ ତୁମେ ଯାହା କରିଥିବ, ମୃତ୍ୟୁ ସମୟରେ ଶେଷ ଘଣ୍ଟାଏ ଥାଏ ସେତେବେଳେ ତାହାର ହିସାବ ଆସେ ଏବଂ ସେହି ହିସାବ ଅନୁସାରେ ତା’ର ଗତି ହୋଇଯାଏ । । କ’ଣ ମନୁଷ୍ୟରୁ ମନୁଷ୍ୟ ହିଁ ? ପ୍ରଶ୍ନକର୍ତ୍ତା : ମଣିଷରୁ ମଣିଷରେ ହିଁ ଯିବେ ନା ? ଦାଦାଶ୍ରୀ : ତାହା ନିଜ ସମଝିରେ( ବୁଝିବାରେ) ଭୁଲ ଅଛି । ବାକି, ସୀର ଗର୍ଭରୁ ମଣିଷ ହିଁ ଜନ୍ମ ନିଏ । ସେଠି କୋଉ ଗଧ ଜନ୍ମ ହୁଏ ନାହିଁ । ମାତ୍ର ସେ ଏପରି ବୁଝି ବସିଛି ଯେ ମୁଁ ମରିଯିବି ତଥାପି ମଣିଷରେ ହିଁ ଜନ୍ମ ନେବି ତେବେ ତାହା ଭୁଲ । ଆରେ ମୁଖି, ତୋ ବିଚାର ତ ଗଧ ପରି ଅଟେ, ପୁଣି ମଣିଷ କିପରି ହେବୁ ? ତୋତେ ବିଚାର ଆସେ, କାହାର ଭୋଗିନେବି, କାହାର ନେଇଯିବି, ଅଣହକ୍ସ ର ଭୋଗିବାର

Loading...

Page Navigation
1 ... 48 49 50 51 52 53 54 55 56 57 58 59 60 61 62 63 64