Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 53
________________ ४४ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... । ଏକ ଚଉଦ ବର୍ଷର ପିଲା ଥିବ, ତା’ର ଉଚ୍ଚତା ଚାରି ଫୁଟ ଚାରି ଇଞ୍ଚ ହୋଇଥିବ ଏବଂ ଅଠର ବର୍ଷରେ ପାଞ୍ଚ ଫୁଟ ଲମ୍ବା ହେବ । ତେବେ କୁହନ୍ତି, ଚାରି ବର୍ଷରେ ଆଠ ଇଞ୍ଚ ବଢ଼ିଲା, ତେବେ ସତୁରୀ ବର୍ଷରେ କେତେ ହେବ ? ଏପରି କାବ୍ୟୁଲେଶନ କରିବା, ସେହିପରି ଏ ଜନସଂଖ୍ୟାର କାବ୍ୟୁଲେଶନ କରନ୍ତି ! । ପିଲାମାନଙ୍କୁ ଦୁଃଖ କାହିଁକି ? । ପ୍ରଶ୍ନକର୍ତ୍ତା : ନିର୍ଭେଷ ବାଳକକୁ ଶାରୀରିକ ବେଦନା ଭୋଗିବାକୁ ପଡ଼େ ତାହାର କାରଣ କ’ଣ ? । ଦାଦାଶ୍ରୀ : ବାଳକର କର୍ମର ଉଦୟ ବାଳକକୁ ଭୋଗିବାକୁ ହେବ ଏବଂ ‘ମଦର’କୁ ତାହା ଦେଖୁକରି ଭୋଗିବାକୁ ହେବ । ମୂଳ କର୍ମ ବାଳକର, ସେଥିରେ “ ମଦର’ର ଅନୁମୋଦନ ଥିଲା, ଏଣୁ ‘ମଦର’କୁ ଦେଖୁକରି ଭୋଗିବାକୁ ହେବ । କରିବା, କରାଇବା ଏବଂ ଅନୁମୋଦନ କରିବା ଏ ତିନି କର୍ମ ବନ୍ଧନର କାରଣ ଅଟେ । । ମନୁଷ୍ୟ ଭବର ମାହାତ୍ମ୍ୟ ମନୁଷ୍ୟ ଦେହରେ ଆସିବା ପରେ ଅନ୍ୟ ଗତିରେ ଯେପରିକି ଦେବ, ତିର୍ଥିବ ଅଥବା ନର୍କରେ ଯାଇ ଆସିବା ପରେ ପୁଣିଥରେ ମନୁଷ୍ୟ ଦେହ ପ୍ରାପ୍ତ ହୁଏ । ଏବଂ ଭଟକିବାର ଅନ୍ତ ମଧ୍ୟ ମନୁଷ୍ୟ ଦେହରେ ହିଁ ମିଳେ । ଏହି ମନୁଷ୍ୟ ଦେହ ଯଦି ସାର୍ଥକ କରିବା ଆସିଲା ତେବେ ମୋକ୍ଷର ପ୍ରାପ୍ତି ହୋଇପାରିବ ଏପରି ଅଟେ ଆଉ ନ ଆସିଲା ତେବେ ଭଟକିବାର ସାଧନ ବଢ଼ାଇ ଦିଏ, ସେପରି ମଧ୍ୟ ଅଟେ ! ଅନ୍ୟ ଗତିରେ କେବଳ ମୁକ୍ତ ହୁଏ । ଏଥିରେ ଦୁଇଟି ଯାକ ହୁଏ । ମୁକ୍ତ ହେଉଥାଏ ଏବଂ ସାଥେସାଥେ ବନ୍ଧା ହେଉଥାଏ ମଧ୍ୟ । ଏଣୁ ଦୁର୍ଲଭ ମନୁଷ୍ୟ ଦେହ ପ୍ରାପ୍ତ ହୋଇଛି, ତାହାଦ୍ୱାରା ନିଜର କାମ କାଢ଼ି ନିଅ । ଅନନ୍ତ ଅବତାର ଆମ୍ବା ଦେହ ପାଇଁ ବିତାଇଛି । ଏକ ଅବତାର ଯଦି ଦେହ ଆତ୍ସା ପାଇଁ ବାହାର କରେ ତେବେ କାମ ହିଁ ହୋଇଯିବ ! ମନୁଷ୍ୟ ଦେହରେ ହିଁ ଯଦି ଜ୍ଞାନୀପୁରୁଷ ମିଳନ୍ତି ତେବେ ମୋକ୍ଷର ଉପାୟ ହୋଇଯାଏ । ଦେବତା ମଧ୍ୟ ମନୁଷ୍ୟ ଦେହ ପାଇଁ ବ୍ୟାକୁଳ ହୁଅନ୍ତି । ଜ୍ଞାନୀପୁରୁଷଙ୍କ ସହ ଭେଟ ହେବା ପରେ, ତାର ଜୋଡ଼ି ସାରିବା ପରେ, ଅନନ୍ତ ଜନ୍ମ ପର୍ଯ୍ୟନ୍ତ ଶତ୍ରୁ ସମାନ ଥିବା ଦେହ ପରମ ମିତ୍ର ହୋଇଯାଏ ! ଏଣୁ, ଏହି ଦେହରେ ତୁମକୁ ଜ୍ଞାନୀପୁରୁଷ

Loading...

Page Navigation
1 ... 51 52 53 54 55 56 57 58 59 60 61 62 63 64