Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 55
________________ ୪୬ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଭୋଗୁ, ପୁଣି ଯଦି ଜ୍ଞାନୀ ମିଳିଲେ ନାହିଁ, ତେବେ ପୁଣି ଥରେ ନୂଆ କଜେଜ୍ ଏବଂ ପରିଣାମ ସ୍ଵରୁପ ନୂଆ ଇଫେକ୍ଟ ସୃଷ୍ଟି ହୋଇ ଚାଲିଥାଏ । ଇଫେକ୍ଟରୁ ପୁଣି କଜେଜ୍ ଉତ୍ପନ୍ନ ହୋଇଚାଲିବ ଏବଂ ସେ କଜେଜ୍ ପୁଣି ଆସନ୍ତା ଜନ୍ମରେ ଇଫେକ୍ଟ ହେବ । କଜେଜ୍ ଏଣ୍ଡ ଇଫେକ୍ଟ, ଇଫେକ୍ଟ ଏଣ୍ଡ କଜେଜ୍, କଜେଜ୍ ଏଣ୍ଡ ଇଫେକ୍ଟ, ଇଫେକ୍ଟ ଏଣ୍ଡ କଜେଜ୍, କଜେଜ୍ ଏଣ୍ଡ ଇଫେକ୍ଟ ତାହା ଚାଲୁ ହିଁ ରହିଥାଏ । ଏଣୁ ଜ୍ଞାନୀପୁରୁଷ ଯେବେ କଜେଜ୍ ବନ୍ଦ କରି ଦିଅନ୍ତି, ତେବେ କେବଳ ଇଫେକ୍ଟ ହିଁ ଭୋଗିବାକୁ ରହିଲା । ଅର୍ଥାତ କର୍ମବନ୍ଧନ ବନ୍ଦ ହୋଇଗଲା । । ଏଣୁ ସବୁ ‘ଜ୍ଞାନ’ ସ୍ମରଣ ରୁହେ ହିଁ ରୁହେ, କେବଳ ଏତିକି ନୁହେଁ, କିନ୍ତୁ ନିଜେ ସେ ସ୍ଵରୂପ ମଧ୍ୟ ହୋଇଯାଏ । ପରେ ତ ମରିବାର ଭୟ ମଧ୍ୟ ଲାଗେ ନାହିଁ । କାହାର ଭୟ ଲାଗେ ନାହିଁ, ନିର୍ଭୟତା ରୁହେ । । । ଅନ୍ତିମ ସମୟର ଜାଗୃତି । ଜୀବିତ ଅଛି, ସେପର୍ଯ୍ୟନ୍ତ । ପ୍ରଶ୍ନକର୍ତ୍ତା : ଦାଦାଶ୍ରୀ, ଜ୍ଞାନ ନେବା ପୂର୍ବର, ଏହି ଜନ୍ମର ଯେଉଁ ପର୍ଯ୍ୟାୟ ବାନ୍ଧି( କର୍ମବନ୍ଧନ)ହୋଇ ଯାଇଥିବ, ସେସବୁର ନିରାକରଣ କିପରି ଆସିବ ? ଦାଦାଶ୍ରୀ : ଏବେ ଆମେ ଜୀବିତ ଅଛେ, ସେପର୍ଯ୍ୟନ୍ତ ପଶ୍ଚାତାପ କରି ସେସବୁକୁ ଧୋଇ ଦେବାର ଅଛି, ମାତ୍ର ସେ କିଛି ଥାଏ, ତାହା ପୁରା ନିରାକରଣ ହୁଏ ନାହିଁ । କିନ୍ତୁ ଢିଲା ତ ହୋଇଯାଏ । ଢିଲା ହୋଇଯାଏ, ସେଥିପାଇଁ ଆସନ୍ତା ଭବରେ ହାତ ଲଗାଇବା ମାତ୍ରେ ତୁରନ୍ତ ଗଣ୍ଠି ଫିଟିଯାଏ ! ପ୍ରଶ୍ନକର୍ତ୍ତା : ପ୍ରାୟଶ୍ଚିତ ଦ୍ଵାରା ବନ୍ଧୁ ଫିଟିଯାଏ ? ଦାଦାଶ୍ରୀ : ହଁ, ଫିଟିଯାଏ । କିଛି ପ୍ରକାରର ହିଁ ବନ୍ଧୁ ଥାଏ, ସେ କର୍ମ ପ୍ରାୟଶ୍ଚିତ କରିବା ଦ୍ଵାରା ମଜବୁତ୍ ଗଣ୍ଡିରୁ ଢିଲା ହୋଇଯାଏ । ଆମ ପ୍ରତିକ୍ରମଣରେ ବହୁତ ଶକ୍ତି ଅଛି । ଦାଦାଙ୍କୁ ହାଜର ରଖ୍ କରିବ ତେବେ କାମ ହୋଇଯିବ । ଏହି ଜ୍ଞାନ ମିଳିବା ପରେ ହିସାବ ମହାବିଦେହର କର୍ମର ଧକ୍କାରୁ ଅବତାର ହେବାକୁ ଥିବ ତାହା ହେବ, କଦାଚିତ ଏକ-ଦୁଇ

Loading...

Page Navigation
1 ... 53 54 55 56 57 58 59 60 61 62 63 64