Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 56
________________ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ୪୭ ଅବତାର । ମାତ୍ର ତା’ ପରେ ସୀମନ୍ଧର ସ୍ଵାମୀଙ୍କ ପାଖକୁ ଯିବାକୁ ହିଁ ପଡ଼ିବ । ଏଠାକାର ପୂର୍ବର ଧକ୍କା, ହିସାବ ବାନ୍ଧି ଦେଇଛି ପୂର୍ବରୁ, କିଛି ଗାଢ଼ ହୋଇ ଗଲାଣି ନା, ତ ତାହା ପୁରା ହୋଇଯିବ । ସେଥିରୁ ଛୁଟକାରା ହିଁ ନାହିଁ ନା ! ପ୍ରଶ୍ନକର୍ତ୍ତା : ପ୍ରତିକ୍ରମଣ କରିବା ଦ୍ଵାରା କର୍ମର ଧକ୍କା କମ୍ ହୁଏ ? ଦାଦାଶ୍ରୀ : କମ୍ ହୁଏ ନା ! ଏବଂ ଜଲଦୀ ନିବେଡ଼ା ଆସିଯାଏ । ମୁଁ ଏହିପରି ନିବାରଣ କଲି ବିଶ୍ୱ ସହ ପ୍ରତିକ୍ରମଣ କରି କରି ଯେତେ ଭୁଲ ଖତମ କଲ, ମୋକ୍ଷ ସେତେ ନିକଟକୁ ଆସିଲା । | ପ୍ରଶ୍ନକର୍ତ୍ତା : ଆର ଜନ୍ମରେ ସେ ଫାଇଲମାନେ ପୁଣି ପଛରେ ଲାସ୍ ରହିବେ ନାହିଁ ତ ? । ଦାଦାଶ୍ରୀ : କ’ଣ ନେବା-ଦେବା ? ଆମକୁ ଆର ଜନ୍ମ ସହ କ’ଣ ନେବାର ଅଛି ? ଏଇଠି କୁ ଏଇଠି ଏତେ ପ୍ରତିକ୍ରମଣ କରି ପକାଇବା । ଫୁରୁସତ୍ ମିଳିଲା ମାତ୍ରେ ତା’ପାଇଁ ପ୍ରତିକ୍ରମଣ କରିଚାଲିବା ଉଚିତ । ‘ତୁମକୁ’ ‘ଚନ୍ଦୁଭାଇ’ଙ୍କୁ ଏତକି କହିବାକୁ ପଡ଼ିବ ଯେ ପ୍ରତିକ୍ରମଣ କରିଚାଲ । ତୁମ ଘରର ସମସ୍ତ ସଦସ୍ୟଙ୍କ ସହିତ, ତୁମକୁ କିଛି ନା କିଛି ପୂର୍ବରୁ ଦୁଃଖ ହୋଇଥାଏ । ତାହାର ତୁମକୁ ପ୍ରତିକ୍ରମଣ କରିବାର ଅଛି । ସଂଖାତ୍ ଅବା ଅସଂଖ୍ୟାତ୍ ଜନ୍ମରେ ଯେଉଁ ରାଗ-ଦ୍ବେଷ, ବିଷୟ, କଷାୟର ଦୋଷ କରିଥିବି, ସେସବୁ ପାଇଁ କ୍ଷମା ମାଗୁଛି । ଏହିପରି ପ୍ରତିଦିନ ଜଣେ-ଜଣେ ବ୍ୟକ୍ତିଙ୍କର, ଏପରି ଘରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ମରଣ କରି କରି କରିବା ଉଚିତ । ପରେ ଆଖପାଖର, ଅଡ଼ୋଶୀ-ପଡ଼ୋଶୀଙ୍କୁ ସମସ୍ତଙ୍କୁ ନେଇ ଉପଯୋଗ ରଖ୍ ଏହା କରିଚାଲିବା ଉଚିତ । ତୁମେ ଯଦି କରିବ ତା’ ପରେ ଏହି ବୋଝ ହାଲୁକା ହୋଇଯିବ । ମନକୁ ମନ ହାଲୁକା ହୁଏ ନାହିଁ ।। | ମୁଁ ସାରା ବିଶ୍ବସହ ଏହିପରି ନିବାରଣ କରିଛି । ପ୍ରଥମେ ଏପରି ନିବାରଣ କରିଥିଲି, ସେଥପାଇଁ ତ ଏ ଛୁଟକାରା ହେଲା । ଯେପର୍ଯ୍ୟନ୍ତ ତୁମ ମନରେ ମୋ ପାଇଁ ଦୋଷ ଅଛି, ସେପର୍ଯ୍ୟନ୍ତ ମୋତେ ଶାନ୍ତିରେ ରହିବାକୁ ଦେବ ନାହିଁ ! ଏଣୁ, ଆମେ ଯେବେ ଏପରି ପ୍ରତିକ୍ରମଣ କରନ୍ତି, ତେବେ ସେଠାରେ ଧୋଇଯାଏ ।

Loading...

Page Navigation
1 ... 54 55 56 57 58 59 60 61 62 63 64