Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 57
________________ ୪୮ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ମୃତକଙ୍କ ପ୍ରତିକ୍ରମଣ ପ୍ରଶ୍ନକର୍ତ୍ତା : ଯାହାର କ୍ଷମା ମାଗିବାକୁ ଅଛି, ସେହି ବ୍ୟକ୍ତିର ଯଦି ଦେହବିଲୟ ହୋଇ ଯାଇଥବ, ତେବେ ପ୍ରତିକ୍ରମଣ କିପରି କରିବୁ ? ଦାଦାଶ୍ରୀ : ଦେହବିଲୟ ହୋଇ ଯାଇଥବ, ତଥାପି ଯଦି ତା’ର ଫଟୋ ଥବ, ତା’ର ଚେହେରା ମନେ ଥବ, ତେବେ କରିପାରିବା । ଚେହେରା ଟିକିଏ-ବି ମନେ ନଥୁବ ଆଉ ନାଁ ଜଣା ଥ‌ିବ, ତେବେ ନାଁ ନେଇ ମଧ୍ୟ କରି ପାରିବା, ତେବେ ତା’କୁ ପହଞ୍ଚି ଯିବ ସବୁ । ପ୍ରଶ୍ନକର୍ତ୍ତା : ମାନେ ମୃତ ବ୍ୟକ୍ତିର ପ୍ରତିକ୍ରମଣ କେଉଁ ପ୍ରକାରେ କରିବୁ ? ଦାଦାଶ୍ରୀ : ମନ-ବଚନ-କାୟା, ଭାବକର୍ମ, ଦ୍ରବ୍ୟକର୍ମ, ନୋକର୍ମ, ମୃତକର ନାମ ତଥା ତା’ ନାମର ସର୍ବମାୟାରୁ ଭିନ୍ନ ଏପରି, ତା’ର ଶୁଦ୍ଧାତ୍ମାଙ୍କୁ ସ୍ମରଣ କରିବ, ଏବଂ ପରେ ‘ଏପରି ଭୁଲ କରିଥିଲି’ ସେସବୁ ସ୍ମରଣ କରିବ(ଆଲୋଚନା) । ସେସବୁ ଦୋଷ ପାଇଁ ମୋତେ ପଶ୍ଚାତାପ ହେଉଛି ଏବଂ ସେସବୁ ପାଇଁ ମୋତେ କ୍ଷମା କରନ୍ତୁ (ପ୍ରତିକ୍ରମଣ) । ସେପରି ଦୋଷ ହେବ ନାହିଁ ଏପରି ଦୃଢ଼ ନିଶ୍ଚୟ କରୁଛି । ଏପରି ସ୍ଥିର କରିବାର ଅଛି(ପ୍ରତ୍ୟାଖ୍ୟାନ) । ‘ଆମେ’ ନିଜେ ଚନ୍ଦୁଭାଇର ଜ୍ଞାତା–ଦ୍ରଷ୍ଟା ରହିବା ଏବଂ ଜାଣିବା ଯେ ଚନ୍ଦୁଭାଇ କେତେ ପ୍ରତିକ୍ରମଣ କଲେ, କେତେ ସୁନ୍ଦର କଲେ ଏବଂ କେତେଥର କଲେ । ଜୟ ସଚ୍ଚିଦାନନ୍ଦ

Loading...

Page Navigation
1 ... 55 56 57 58 59 60 61 62 63 64