Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 49
________________ ୪o । ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ବିଜ୍ଞାନ ବକ୍ରଗତିବାଲା ଅଟେ ପ୍ରଶ୍ନକର୍ତ୍ତା : ‘ଥୁରୀ ଅଫ ଇଭୋଲ୍ୟୁଶନ’ (ବିବର୍ତ୍ତନବାଦ ଅନୁସାରେ ଜୀବ ଏକ ଇନ୍ଦ୍ରିୟ, ଦୁଇ ଇନ୍ଦ୍ରିୟ ଏପରି ‘ଡେଭଲପ୍’ ହୋଇ ହୋଇ ମନୁଷ୍ୟରେ ଆସେ ଆଉ ମନୁଷ୍ୟରୁ ଫେରି ପୁଣି ପଶୁରେ ଯାଏ । ତେବେ ଏହି ‘ଇଭୋଲ୍ୟୁଶନ ରୀ’ ରେ ଟିକେ ବିରୋଧାଭାଷ ଲାଗୁଛି । ତାହା ଟିକେ ସ୍ପଷ୍ଟ କରି ଦିଅନ୍ତୁ । । ଦାଦାତ୍ରୀ : ନା । ସେଥିରେ ବିରୋଧାଭାଷ ନାହିଁ । ‘ଇଭୋଲ୍ୟୁଶନ ର । ଥୁରୀ’ ସବୁ ଠିକ ଅଟେ । କେବଳ ମନୁଷ୍ୟ ପର୍ଯ୍ୟନ୍ତ ହିଁ ‘ଇଭୋଲ୍ୟୁଶନ ର ଥିଓରୀ’ କରେକ୍ଟ ଅଟେ, ପରେ ତା’ ଆଗର କଥା ସେମାନେ ଜାଣି ହିଁ ନାହାଁନ୍ତି । ପ୍ରଶ୍ନକର୍ତ୍ତା : ମନୁଷ୍ୟରୁ ପୁଣି ପଶୁରେ ଯାଏ କି ? ପ୍ରଶ୍ନ ଏହା ଅଟେ । ଦାଦାଶ୍ରୀ : ଏପରି ଅଟେ, ପ୍ରଥମେ ଡାର୍ବନଙ୍କ @ରୀ ‘ବିବର୍ଭନବାଦ’ ଅନୁସାରେ ଡେଭଲପ୍ ହୋଇ ହୋଇ ମନୁଷ୍ୟ ପର୍ଯ୍ୟନ୍ତ ଆସେ ଏବଂ ମନୁଷ୍ୟରେ ଆସେ ସେଥିପାଇଁ ‘ଇଗୋଇଜମ୍’(ଅହଂକାର) ସାଥିରେ ଥିବା ଯୋଗୁଁ କର୍ତ୍ତା ହୁଏ । କର୍ମର କର୍ତ୍ତା ହୁଏ, ଏଣୁ ପୁଣି କର୍ମ ଅନୁସାରେ ତା’କୁ ଭୋଗିବା ପାଇଁ ଯିବାକୁ ପଡ଼େ । ‘ଡେବିଟ୍’(ପାପ) କରେ, ତେବେ ପଶୁରେ ଯିବାକୁ ପଡ଼େ ଏବଂ ‘କ୍ରେଡ଼ିଟ୍’ (ପୁଣ୍ୟ) କରେ, ତେବେ ଦେବଗତିରେ ଯିବାକୁ ପଡ଼େ ଅଥବା ନହେଲେ ମନୁଷ୍ୟଗତିରେ ରାଜାପଦ ମିଳେ । ଅର୍ଥାତ ମନୁଷ୍ୟରେ ଆସିବା ପରେ ପୁଣି ‘କ୍ରେଡ଼ିଟ୍’ ଏବଂ ‘ଡେବିଟ୍ ଉପରେ ଆଧାରିତ ଅଟେ । । ପରେ ନାହିଁ ଚୌରାଅଶୀ ଯୋନି ପ୍ରଶ୍ନକର୍ତ୍ତା : କିନ୍ତୁ ଏପରି କୁହନ୍ତି ନା ଯେ ମାନବ ଜନ୍ମ, ଯାହା ଚୌରାଅଶୀ ଲକ୍ଷ ଯୋନିରେ ଭଟକିକରି ଆସିବା ପରେ ମିଳିଛି, ସେ ପୁଣି ଥରେ ସେତିକି ଭଟକିବା ପରେ ମାନବ ଜନ୍ମ ମିଳେ ନା ? ଦାଦାତ୍ରୀ : ନା, ଏପରି କିଛି ନାହିଁ । ଥରେ ମନୁଷ୍ୟଜନ୍ମରେ ଆସିଲା ପରେ ପୁରା ଚୌରାଅଶୀରେ ଭଟକିବାକୁ ପଡ଼େ ନାହିଁ । ତା’କୁ ଯଦି ପାଶବତାର ବିଚାର

Loading...

Page Navigation
1 ... 47 48 49 50 51 52 53 54 55 56 57 58 59 60 61 62 63 64