Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust
View full book text
________________
। ୩୯
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଅନ୍ତର ଭାବ ଦ୍ଵାରା କର୍ମ ଚାର୍ଜ ହୁଏ, ଆସନ୍ତା ଜନ୍ମରେ ପୁଣି ତାହାର ‘ଡିସଚାର୍ଜ’ ହୁଏ ।
ସେ ସମୟରେ ତାହା ‘ଇଫେକ୍ଟିଭ’ ଅଟେ । ଏ ମନ-ବଚନ-କାୟା ତିନିହେଁ ‘ ଇଫେକ୍ଟିଭ ଅଟନ୍ତି । ‘ଇଫେକ୍ଟ’ ଭୋଗିବା ସମୟରେ ଅଲଗା ନୂଆ ‘କଜେଜ୍’ ଉତ୍ପନ୍ନ ହୁଏ, ଯାହା ଆସନ୍ତା ଜନ୍ମରେ ପୁଣି ‘ଇଫେକ୍ଟିଭ ହୁଏ । ଏହିପରି ‘କଜେଜ୍ ଏଣ୍ଡ ଇଫେକ୍ଟ’, ‘ଇଫେକ୍ଟ ଏଣ୍ଡ କଜେକ୍ ଏହି କ୍ରମ ନିରନ୍ତର ଚାଲୁ ରହିଥାଏ ।
କେବଳ ମନୁଷ୍ୟ ଜନ୍ମରେ ହିଁ ‘କଜେଜ୍’ ବନ୍ଦ ହୋଇ ପାରିବ, ଏପରି ଅଟେ । ଅନ୍ୟ ସବୁ ଗତିରେ ତ କେବଳ ‘ଇଫେକ୍ଟ’ ହିଁ ଥାଏ । ଏଠାରେ ‘କଜେଜ୍ ଏଣ୍ଡ ଇଫେକ୍ଟ’ ଉଭୟ ଅଛନ୍ତି । ମୁଁ ଜ୍ଞାନ ଦିଏ, ସେତେବେଳେ ‘କଜେଜ୍ ବନ୍ଦ କରିଦିଏ । ପରେ ନୂଆ ‘ ଇଫେକ୍ଟ ହୁଏ ନାହିଁ ।
। ସେପର୍ଯ୍ୟନ୍ତ ଭଟକିବାକୁ ହେବ...
‘ଇଫେକ୍ଟିଭ ବତୀ’ ଅର୍ଥାତ ଏ ମନ-ବଚନ-କାୟାର ତିନି ବ୍ୟାଟେରୀ ପ୍ରସ୍ତୁତ ହୋଇଯାଏ ଏବଂ ସେଥିରୁ ପୁଣି ନୂଆ କଜେଜ୍ ଉତ୍ପନ୍ନ ହୋଇ ଚାଲିଥାଏ । ଅର୍ଥାତ ଏହି ଜନ୍ମରେ ମନ-ବଚନ-କାୟା ଡିସଚାର୍ଜ ହୋଇ ଚାଲିଥାଏ ଏବଂ ଅପର ପାର୍ଶ୍ଵରେ ଭିତରେ ନୂଆ ଚାର୍ଜ ହୋଇ ଚାଲୁଥାଏ । ଯେଉଁ ମନ-ବଚନ-କାୟାର ବ୍ୟାଟେରୀ ଚାର୍ଜ ହେଉଥାଏ, ତାହା ଆସନ୍ତା ଭବ ପାଇଁ ଅଟେ ଆଉ ଏମାନେ ବିଗତ ଭବର ଅଟନ୍ତି, ସେମାନେ ଏବେ ଡିସଚାର୍ଜ ହେଉଥାନ୍ତି । ‘ଜ୍ଞାନୀପୁରୁଷ’ ନୂଆ ଚାର୍ଜ ବନ୍ଦ କରିଦିଅନ୍ତି ଏଣୁ ପୁରୁଣା ‘ଡିସଚାର୍ଜ ହୋଇଚାଲେ ।
। ଏଣୁ ମୃତ୍ୟୁ ପଶ୍ଚାତ୍ ଆମ୍ବା ଅନ୍ୟ ଏକ ଯୋନିରେ ଯାଏ । ଯେପର୍ଯ୍ୟନ୍ତ ନିଜର ‘ସେଲ୍ର ରିଅଲାଇଜ୍' (ଆମ୍ବାର ପରିଚୟ) ହୁଏ ନାହିଁ, ସେପର୍ଯ୍ୟନ୍ତ ସବୁ ଯୋନିରେ ଭଟକି ଚାଲିଥାଏ । ଯେପର୍ଯ୍ୟନ୍ତ ମନରେ ତନ୍ମୟାକାର ହେଉଥାଏ, ବୁଦ୍ଧିରେ ତନ୍ମୟାକାର
ହେଉଥାଏ, ସେପର୍ଯ୍ୟନ୍ତ ସଂସାର ଚାଲୁ ରହିଥାଏ । କାହିଁକିନା ତନ୍ମୟାକାର ହେବା ଅର୍ଥାତ ଯୋନିରେ ବୀଜ ପଡ଼ିବା ଆଉ କୃଷ୍ଣ ଭଗବାନ କହିଛନ୍ତି ଯେ ଯୋନିରେ ବୀଜ ପଡୁଛି ଏବଂ ତାହା ଦ୍ଵାରା ଏହି ସଂସାର ଚାଲୁରହିଛି । ଯୋନିରେ ବୀଜ ପଡ଼ିବା ବନ୍ଦ ହୋଇଗଲା ମାନେ ତା’ର ସଂସାର ସମାପ୍ତ ହୋଇଗଲା ।

Page Navigation
1 ... 46 47 48 49 50 51 52 53 54 55 56 57 58 59 60 61 62 63 64