Book Title: Death Before During and After Oriya
Author(s): Dada Bhagwan
Publisher: Dada Bhagwan Aradhana Trust

View full book text
Previous | Next

Page 45
________________ ୩୬ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ପ୍ରଶ୍ନକର୍ତ୍ତା : କୁକୁଡ଼ା ଅଣ୍ଡାରେ କଣା କରି ଜୀବ ଭିତରକୁ ଗଲା ? ଦାଦାତ୍ରୀ : ନା, ତାହା ତ ଏହି ଲୌକିକରେ ଏପରି, ତୁମେ କହୁଛି, ଲୌକିକରେ ସେହିପରି ଲେଖା ହୋଇଛି । କାହିଁକିନା ଗର୍ଭଧାରଣ ହେବା, ତାହା ତ କାଳ, ସବୁ ସାଇଣ୍ଟିଫିକ ସରକମ୍ପିୟଲ ଏଭିଡେନ୍ସ, କାଳ ବି ମିଳେ, ସେତେବେଳେ ଧାରଣ ହୁଏ । । ନଅ ମାସ ଭିତରେ ଜୀବ ରୁହେ ତେବେ ଯାଇ ପ୍ରକଟ ହୁଏ ଆଉ ସାତ ମାସର ଜୀବ ହୋଇଥିବ, ତେବେ ଅଧୁରା ମାସରେ ଜନ୍ମ ହୋଇଗଲା, ଏଣୁ ଅପରିପକ୍ ହୋଇଥାଏ, ତା’ ମସ୍ତିଷ୍କ-ଫସ୍ତିଷ୍କ ସବୁ ଅପରିପକ୍ବ ହୋଇଥାଏ । ସବୁ ଅଙ୍ଗ ଅପରିପକ୍ ହୋଇଥାଏ । ସାତ ମାସରେ ଜନ୍ମ ହେଲା ସେଥିପାଇଁ ଆଉ ଅଠର ମାସରେ ଆସିଲା ତେବେ କଥା ହିଁ ଅଲଗା, ବହୁତ ହାଇ ଲେବଲ୍ ଉଚ୍ଚ କୋଟି) ର ମସ୍ତିଷ୍କ ହୁଏ । ଏଣୁ ନଅ ମାସରୁ ଅଧୁକ ଯେତେ ମାସ ହେବ, ସେତେ ତା’ର ‘ଟପ’ ମସ୍ତିଷ୍କ ହୁଏ, ଜାଣିଛି ଏପରି ? । କ’ଣ କିଛି କହୁ ନାହିଁ ? ତୁମେ ଏପରି ଶୁଣି ନାହିଁ ଯେ ଏ ଅଠର ମାସର ହୋଇଛି ! ଶୁଣିଛ ? ପୂର୍ବରୁ କେବେ ଶୁଣି ନଥିବ, ନୁହେଁ ? ଯେ ଛାଡ଼, ତା’ ମା ତ ଅଠର ମାସର ହୋଇଛି, କହୁଛି ! ସେ ତ ବଡ଼ ହୁସିଆର ଅଟେ । ତା’ ମା ପେଟରୁ ବାହାରକୁ ବାହାରୁ ହିଁ ନାହିଁ । ଅଠର ମାସ ପର୍ଯ୍ୟନ୍ତ ଆଖଡ଼ା ଜମାଏ ସେଠି । । ମଝିରେ ସମୟ କେତେ ? ପ୍ରଶ୍ନକର୍ତ୍ତା : ତାହେଲେ ଏହି ଦେହ ଛାଡ଼ିବା ଏବଂ ଅନ୍ୟ ଏକ ଧାରଣ କରିବା, ସେ ଦୁଇ ପ୍ରକ୍ରିୟା ଭିତରେ ଏମିତିରେ କେତେ ସମୟ ଲାଗେ ? । ଦାଦାଶ୍ରୀ : କିଛି ବି ସମୟ ଲାଗେ ନାହିଁ । ଏଠି ବି ଥାଏ, ଏହି ଦେହରୁ ଏବେ ଏଠୁ ବାହାରୁ ଥାଏ ଏବଂ ସେଠି ଯୋନିରେ ଉପସ୍ଥିତ ଥାଏ, କାହିଁକିନା ଏହା ଟାଇମିଙ୍ଗ୍ ଅଟେ । ବୀର୍ଯ୍ୟ ଏବଂ ରଜର ସଂଯୋଗ ହୁଏ, ସେହି ସମୟରେ । ଏଠାରେ ଦେହ ଛୁଟିବାକୁ ଥିବ, ସେଠାରେ ସେ ସଂଯୋଗ ହୁଏ, ସେ ସବୁ ଏକାଠି ହେବା

Loading...

Page Navigation
1 ... 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64