________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ପ୍ରଶ୍ନକର୍ତ୍ତା : ଦାଦାଜୀ, ମଣିଷର ଶେଷ ଅବସ୍ଥା ହୋଇଥିବ, ଜାଗ୍ରତ ଅବସ୍ଥା ଥିବ, ଏବେ ସେ ସମୟରେ କେହି ତା’କୁ ଗୀତା ପାଠ ଶୁଣାଏ ଅଥବା କିଛି ଅଲଗା ଶାସର କଥା ଶୁଣାଏ, ତା’କୁ କାନରେ କିଛି କୁହେ...
। ଦାଦାଶ୍ରୀ : ସେ ନିଜେ କହୁଥିବ ତେବେ, ତା’ର ଇଚ୍ଛା ଥୁବ ତେବେ ଶୁଣାଇବା ଉଚିତ ।
ମର୍ସ କିଲିଙ୍ଗ୍
ପ୍ରଶ୍ନକର୍ତ୍ତା : ଯିଏ ଭାରୀ ପୀଡ଼ା ସହୁଥିବ ତା’କୁ ପୀଡ଼ା ସହିବାକୁ ଛାଡ଼ିଦେବା, ଆଉ ଯଦି ତା’କୁ ମାରିଦେବା ତେବେ ପୁଣି ତା’ର ପରଜନ୍ମରେ ପୀଡ଼ା ସହିବା ବାକି ରହିବ, ଏହି କଥା ଠିକ ଲାଗୁନାହିଁ । ସେ ଭାରୀ ପୀଡ଼ା ସହୁଥିବ ତେବେ ତାହାର ଅନ୍ତ ଆଣିଦେବା ହିଁ ଉଚିତ୍, ସେଥିରେ କ’ଣ ଭୁଲ ?
ଦାଦାଶ୍ରୀ : ଏପରି କାହାକୁ ଅଧିକାର ହିଁ ନାହିଁ । ଆମକୁ ଚିକିତ୍ସା କରାଇବାର ଅଧିକାର ଅଛି, ସେବା କରିବାର ଅଧୁକାର ଅଛି, କିନ୍ତୁ କାହାକୁ ମାରିବାର ଅଧୁକାର ବିଲକୁଲ ନାହିଁ ।
ପ୍ରଶ୍ନକର୍ତ୍ତା : ତେବେ ସେଥିରେ ଆମର କ’ଣ ମଙ୍ଗଳ ହେଲା ?
ଦାଦାଶ୍ରୀ : ତେବେ ମାରିବା ଦ୍ଵାରା କ’ଣ ମଙ୍ଗଳ ହେଲା ? ତୁମେ ସେ ପୀଡ଼ାଗ୍ରସ୍ତକୁ ମାରି ପକାଅ ତେବେ ତୁମର ମଣିଷତ୍ଵ ଚାଲିଯାଏ ଆଉ ସେ ରାସ୍ତା ମାନବତାର ସିଦ୍ଧାନ୍ତ ବାହାରେ, ମାନବତାର ବିରୁଦ୍ଧ ଅଟେ ।
ସାଥୀ କେବଳ ଶ୍ମଶାନ ପର୍ଯ୍ୟନ୍ତ ଏ ତକିଆ ଥାଏ, ତାହାର ଖୋଳ ବଦଳି ଚାଲିଥାଏ, କିନ୍ତୁ ତକିଆ ତ ସେଇଟାକୁ ସେଇଟା । ଖେଳ ଫାଟି ଯାଏ ଏବଂ ବଦଳୁ ଥାଏ, ସେହିପରି ଏହି ଖୋଳ ମଧ୍ୟ ବଦଳି ଚାଲିଥାଏ ।
ନହେଲେ ଏ ଜଗତ ପୁରା ପୋଲପୋଲ୍ ଅଟେ । ତଥାପି ବ୍ୟବହାରରେ