________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ନ କହିଲେ ସାମ୍ନାବାଲାର ମନକୁ ଦୁଃଖ ହେବ, କିନ୍ତୁ ଶ୍ମଶାନରେ ସାଥ୍ରେ ଯାଇ ସେଠି ଚିତାରେ କେହି ପଡ଼ି ନାହିଁ । ଘରର ସବୁ ଲୋକ ଫେରି ଆସନ୍ତି । ସମସ୍ତେ ସିଆଣିଆ ଅଟନ୍ତି । ତା’ ମା ହୋଇଥବ, ତେବେ ସେ ମଧ୍ୟ କାନ୍ଦି-କାନ୍ଦି ଫେରି ଆସେ ।
ପ୍ରଶ୍ନକର୍ତ୍ତା : ପୁଣି ତା’ ନାଁ ରେ ଛାତି ପିଟନ୍ତି ଯେ, ପଛରେ କିଛି ଛାଡ଼ି ଯାଇ ନାହାନ୍ତି, ଆଉ ଯଦି ଦୁଇ ଲକ୍ଷ ଛାଡ଼ି ଯାଇଥିବେ, ତେବେ କିଛି କୁହନ୍ତି ନାହିଁ ।
ଦାଦାଶ୍ରୀ : ହଁ, ଏହିଭଳି। ଏ ତ ଛାଡ଼ି ଯାଇନାହିଁ, ତାହାର କାନ୍ଦ । ‘ମରିଗଲା ଏବଂ ମାରି ଦେଇଗଲା’ ଏମିତି ବି ଭିତରେ-ଭିତରେ କୁହନ୍ତି ! ‘କିଛି ଛାଡ଼ି ଯାଇନାହିଁ ଏବଂ ଆମକୁ ମାରିଦେଇ ଗଲା ! ’ ଏବେ ସେ ଛାଡ଼ି ଯାଇନାହିଁ, ସେଥୁରେ ସେ ସ୍ତ୍ରୀର ଭାଗ୍ୟ ଖରାପ, ସେଥ୍ପାଇଁ ଛାଡ଼ି ଯାଇନାହିଁ, କିନ୍ତୁ ମରିବା ବାଲାକୁ ଗାଳି ଖାଇବାର ଲେଖା ଥିଲା, ସେଥିପାଇଁ ଖାଇଲା ନା ! ଏତେ ଏତେ ଶୁଣାନ୍ତି !
ଆମ ଲୋକେ ଯେଉଁମାନେ ଶ୍ମଶାନ ଯାଆନ୍ତି, ସେମାନେ ଫେରନ୍ତି ନାହିଁ ନା, ନା ସମସ୍ତେ ଫେରି ଆସନ୍ତି ? ଅର୍ଥାତ ଏହା ତ ଏକ ପ୍ରକାରର ପ୍ରହସନ ଅଟେ । କାନ୍ଦିବା ତେବେ ମଧ୍ୟ ଦୁଃଖ ଆଉ ନ କାନ୍ଦିବା ତେବେ ମଧ୍ୟ ଦୁଃଖ । ବହୁତ କାନ୍ଦିବା, ତେବେ ଲୋକେ କହିବେ ଯେ, ‘ ଆଉ କାହା ଘରେ ମରୁ ନାହାନ୍ତି, ଯେ ଏତେ କାନ୍ଦି ଚାଲିଛ? କ’ଣ, ପାଗଳ ଅଟ ନା କ’ଣ?’ ଆଉ ନ କାନ୍ଦିବା, ତେବେ କହିବେ ଯେ ‘ତୁମେ ପଥର ପରି ଅଟ, ହୃଦୟ ତୁମର ପଥର ପରି ଅଟେ !’ ଅର୍ଥାତ କ’ଣ କରିବା ତାହା ହିଁ ସମସ୍ୟା ! ସବୁ ରୀତି ଅନୁସାରେ ହେବା ଉଚିତ, ଏପରି କହିବେ ।
ସେଠି ଶ୍ମଶାନରେ ଜଳାଇବେ ମଧ୍ୟ ଏବଂ ସାଙ୍ଗ ହୋଇ ପାଖ ହୋଟେଲରେ ଚା-ଜଳଖୁଆ ମଧ୍ୟ କରିବେ, ଏପରି ଜଳଖୁଆ କରନ୍ତି ନା ଲୋକେ ?
ପ୍ରଶ୍ନକର୍ତ୍ତା : ଜଳଖୁଆ ସାଥ୍ରେ ହିଁ ନେଇ ଯାଆନ୍ତି !
ଦାଦାଶ୍ରୀ : ଏମିତି ! କି କଥା କହୁଛ ? ଅର୍ଥାତ, ଏହିପରି ଅଟେ ଏ ପୁରା ଜଗତ ! ଏପରି ଜଗତରେ କିଭଳି ରାସ ଆସିବ ?
‘ଯିବାଆସିବା’ର ସମ୍ବନ୍ଧ ରଖନ୍ତି, କିନ୍ତୁ ମୁଣ୍ଡକୁ ନିଅନ୍ତି ନାହିଁ । ତୁମେ ନେଉଛ