________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ମୁଣ୍ଡକୁ ଏବେ ? ମୁଣ୍ଡକୁ ନେଉଛି ? ପତ୍ନୀର ଅବା ଅନ୍ୟ କାହାର ବି ନୁହେଁ ? |
ପ୍ରଶ୍ନକର୍ତ୍ତା : ନା ।।
ଦାଦାଶ୍ରୀ : କି କଥା କହୁଛି ? ! ଆଉ ଏମାନେ ତ ସବୁବେଳେ ପତ୍ନୀକୁ ପାଖରେ ଧରି ବସାଉଥାନ୍ତି । କହିବେ, ତୋ ବିନା ମୋତେ ଭଲ ଲାଗୁନାହିଁ । କିନ୍ତୁ ଶ୍ମଶାନରେ କେହି ସାଥରେ ଆସେ ? ଆସେ କେହି ?
। ମୃତ୍ୟୁତିଥୁ ସମୟରେ ପ୍ରଶ୍ନକର୍ତ୍ତା : ପରିବାରରେ କାହାର ତିଥି ଆସେ, ତେବେ ସେ ଦିନ ପରିବାରଜନଙ୍କୁ କ’ଣ କରିବା ଉଚିତ ?
। ଦାଦାଶ୍ରୀ : ଭଗବାନଙ୍କୁ ପ୍ରାର୍ଥନା କରିବା ଉଚିତ ଯେ ତା’ର ମଙ୍ଗଳ
ହେଉ |
। ପରେ ଠିକଣା ମିଳେ ନାହିଁ
ପ୍ରଶ୍ନକର୍ତ୍ତା : କୌଣଷି ବ୍ୟକ୍ତିର ଅବସାନ ହୁଏ, ତେବେ ଆମକୁ ଯଦି ଜାଣିବାର ଥିବ ଯେ ସେ ବ୍ୟକ୍ତି ଏବେ କେଉଁଠି ଅଛି, ତେବେ ତାହା କିପରି ଜଣା ପଡ଼ିବ ?
ଦାଦାଶ୍ରୀ : ତାହା ତ ଅମକ ଜ୍ଞାନ ବିନା ଦେଖାଯାଏ ନାହିଁ ନା ! ଅମକ ଜ୍ଞାନ ଦରକାର ତା’ ପାଇଁ । ଆଉ ଜାଣିଲେ ମଧ୍ୟ ତାହାର କିଛି ଅର୍ଥ ନାହିଁ । କିନ୍ତୁ ଆମେ ଭାବନା କରିବା ତେବେ ଭାବନା ଅବଶ୍ୟ ପହଞ୍ଚି । ଆମେ ମନେ ପକାଇବା, ଭାବନା କରିବା ତେବେ ପହଞ୍ଚେ । ତାହା ତ ଜ୍ଞାନ ବିନା ଅନ୍ୟ କିଛି ଜଣା ପଡ଼େ ନାହିଁ ନା !
ତୋତେ କେଉଁ ବ୍ୟକ୍ତିର ଠିକଣା ଖୋଜିବାର ଅଛି ? କେହି ଆତ୍ମୀୟ ସ୍ଵଜନ ତୋର ଯାଇଛନ୍ତି ?
ପ୍ରଶ୍ନକର୍ତ୍ତା : ମୋ ନିଜ ଭାଇ ହିଁ ଏବେ ଏକ୍ସପାୟର୍ ହୋଇଗଲା ।