________________
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... । ଦାଦାଶ୍ରୀ : ତେବେ ସେ ତୋତେ ମନେ ପକାଉ ନାହିଁ ଆଉ ତୁ ତା’କୁ ମନେ ପକେଇ ଚାଲିଛୁ ? ଏହି ଏକ୍ସପାୟର୍ ହେବା, ତାହାର ମାନେ କ’ଣ, ବୁଝୁଛୁ ? ଏକ୍ସପାୟର୍ ହେବା ମାନେ ଖାତାର ହିସାବ ପୂରା ହେବା । ଏଣୁ ଆମକୁ କ’ଣ କରିବା ଉଚିତ ? ଆମକୁ ଯଦି ସେ ବହୁତ ମନେ ପଡ଼େ, ତେବେ ବୀତରାଟ୍ ଭଗବାନଙ୍କୁ କହିବ ଯେ ତା’କୁ ଶାନ୍ତି ଦିଅନ୍ତୁ । ମନେ ପଡୁଛି, ଏଣୁ ତା’କୁ ଶାନ୍ତି ମିଳୁ ଏପରି କହିବ । ଅନ୍ୟ କ’ଣ ହୋଇପାରିବ ଆମ ଦ୍ଵାରା ?
। ଆଲ୍ଲାହଙ୍କ ଅମାନତ
ତୁମକୁ ଯାହା ପଚାରିବାର ଅଛି ପଚାର । ଆଲ୍ଲାହଙ୍କ ପାଖରେ ପହଞ୍ଚିବା ରାସ୍ତାରେ ଯାହା କିଛି ବାଧା ଆସୁଛି, ତାହା ମୋତେ ପଚାର, ସେସବୁ ମୁଁ ତୁମର ଦୂର କରିଦେବି ।
। ପ୍ରଶ୍ନକର୍ଭା : ମୋ ପୁଅର ଦୁର୍ଘଟଣାରେ ମରଣ ହୋଇଛି, ତେବେ ସେହି ଦୁର୍ଘଟଣାର କାରଣ କ’ଣ ହୋଇଥିବ ?
। ଦାଦାଶ୍ରୀ : ଏହି ସଂସାରରେ ଯାହା ସବୁ ଆରେ ଦେଖାଯାଉଛି, କାନରେ ଶୁଣିବାକୁ ମିଳୁଛି, ସେ ସବୁ ‘ରିଲେଟିଭ କରେ ( ବ୍ୟବହାର ସତ୍ୟ) ଅଟେ, ସମ୍ପୂର୍ଣ୍ଣ ସତ୍ୟ ନୁହେଁ ଏ କଥା ! ଏହି ଦେହ ମଧ୍ୟ ଆମର ନୁହେଁ, ତେବେ ପୁଅ ଆମର କିପରି ହୋଇ ପାରିବ ? ଏହା ତ ବ୍ୟବହାରରେ, ଲୋକ-ବ୍ୟବହାରରେ ନିଜ ପୁଅ ଗଣାଯାଏ, ବାସ୍ତବରେ ସେ ଆମ ପୁଅ ହୋଇ ନଥାଏ । ବାସ୍ତବରେ ତ ଏହି ଦେହ ମଧ୍ୟ ଆମର ନୁହେଁ । ଏଣୁ, ଯାହା ଆମ ପାଖରେ ରୁହେ, ସେତିକି ହିଁ ଆମର ଏବଂ ଅନ୍ୟ ସବୁ ପର ଜିନିଷ ଅଟେ ! ଏଣୁ ପୁଅକୁ ନିଜ ପୁଅ ବୋଲି ମାନୁଥିବା, ତେବେ ଉପାଧ ହେବ ଏବଂ ଅଶାନ୍ତ ରହିବ ! ସେ ପୁଅ ଏବେ ଗଲା, ଖୁଦା(ଭଗବାନ)ର ଏହା ହିଁ ଇଚ୍ଛା, ଏଣୁ ତା’କୁ ଏବେ ‘ଲେଟ୍ ଗୋ’ କରିଦିଅ ।
। ପ୍ରଶ୍ନକର୍ତ୍ତା : ତାହା ତ ଠିକ କଥା, ଆଲ୍ଲାହଙ୍କ ଅମାନତ ଆମ ପାଖରେ ଥିଲା, ସେ ନେଇଗଲେ !
। ଦାଦାଶ୍ରୀ : ହଁ, ବାସ୍ । ଏ ସାରା ବଗିଚା ଆଲ୍ଲାହଙ୍କର ହିଁ ଅଟେ ।