________________
୧୩
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ପ୍ରଶ୍ନକର୍ତ୍ତା : ଏହିଭଳି ଯେଉଁ ତା’ର ମୃତ୍ୟୁ ହେଲା, ତାହା ଆମର କୁକର୍ମ ହୋଇଥିବ ? |
ଦାଦାଶ୍ରୀ : ହଁ, ପୁଅର ବି କୁକର୍ମ ଏବଂ ତୁମର ବି କୁକର୍ମ, ଭଲ କର୍ମ ହୋଇଥିବ, ତେବେ ତାହା ବଦଳରେ ଭଲ ମିଳେ ।
। ପହଞ୍ଚି କେବଳ ଭାବର ସ୍ପନ୍ଦନ । ପିଲାମାନେ ମରିଗଲା ପରେ ତାଙ୍କ ପଛରେ ତାଙ୍କର ଚିନ୍ତା କରିବା ଦ୍ଵାରା ତାଙ୍କୁ ଦୁଃଖ ହୋଇଥାଏ । ଆମ ଲୋକେ ଅଜ୍ଞାନତା କାରଣରୁ ଏପରି ସବୁ କରନ୍ତି । ଏଣୁ ତୁମକୁ ଯେମିତିକୁ ସେମିତି(as it is) ବୁଝି ଶାନ୍ତି ପୂର୍ବକ ରହିବା ଉଚିତ । ଅଯଥା ମୁଣ୍ଡ ଖରାପ କରିବା, ତାହାର ଅର୍ଥ କ’ଣ ? ସବୁ ଜାଗାରେ, କେହି ଏମିତି ନାହାନ୍ତି ଯାହାଙ୍କର ପିଲା ମରି ନଥିବେ ! ଏମାନେ ତ ସାଂସାରିକ ଋଣାନୁବନ୍ଧ ଅଟନ୍ତି, ଦିଆନିଆର ହିସାବ ଅଟନ୍ତି । ଆମର ବି ପୁଅ-ଝିଅ ଥିଲେ, କିନ୍ତୁ ସେମାନେ ମରିଗଲେ । ଅତିଥୁ ଆସିଥିଲା, ସେ ଅତିଥୁ ଚାଲିଗଲା । ସେ ଆମ ଜିନିଷ କେଉଁଠି ? ଆମକୁ ମଧ୍ୟ ଯିବାର ନାହିଁ କି ? ଆମକୁ ବି ଯିବାର ଅଛି ସେଠାକୁ, ଏ କି ତୋଫାନ ପୁଣି ? ଏଣୁ
ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କୁ ଶାନ୍ତି ଦିଅ । ଗଲା ସେ ତ ଗଲା, ତା’କୁ ମନେ ପକାଇବା ଛାଡ଼ିଦିଅ । ଏଠି ଜୀବିତ ଥିବେ, ଯେତିକି ଆଶ୍ରିତ ଥିବେ, ସେମାନଙ୍କୁ ଶାନ୍ତି ଦେବା, ସେତିକି ଆମର କର୍ଭବ୍ୟ । ଏ ତ ଯିବାବାଲାକୁ ମନେ ପକାନ୍ତି ଆଉ ଏମାନଙ୍କୁ ଶାନ୍ତି ଦେଇ ପାରନ୍ତି ନାହିଁ । ଏହା କିଭଳି ମୁଖିମି? ଅତଃ କର୍ଭବ୍ୟ ଭୁଲି ଯାଉଛି ସବୁ । କ’ଣ ତୁମକୁ ଏପରି ଲାଗୁଛି ? ଗଲା ସେ ତ ଗଲା । ପକେଟରୁ ଲକ୍ଷେ ଟଙ୍କା ଖସି ପଡ଼ିଲା ଏବଂ ଆଉ ମିଳିଲା ନାହିଁ ତେବେ ଆମକୁ କ’ଣ କରିବା ଉଚିତ ? ମୁଣ୍ଡ ପିଟିବା ଉଚିତ ?
। ଆମ ହାତର ଖେଳ ନୁହେଁ ଏହା ଆଉ ସେ ବିଚରାକୁ ସେଠି ଦୁଃଖ ହେଉଛି । ଆମେ ଏଠି ଦୁଃଖୀ ହେଉଛି, ତାହାର ପ୍ରଭାବ ସେଠି ତା’କୁ ପହଞ୍ଚୁଛି । ତେବେ ତା’କୁ ବି ସୁଖୀ ହେବାକୁ ଦେଉନେ ଏବଂ ଆମେ ବି ସୁଖୀ ହେଉନେ । ଏଥିପାଇଁ ଶାସକାରମାନେ କହିଛନ୍ତି ଯେ ‘ଯିବା ପରେ ଉପାଧ୍ୟ କରିବ ନାହିଁ ।” ଏଥିପାଇଁ ଆମ