________________
୧୪
ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ...
ଲୋକେ କ’ଣ କଲେ ନା ‘ଗରୁଡ଼ ପୁରାଣ ବସାଅ, ଅମକ ବସାଅ, ପୂଜା କର, ଆଉ ମନରୁ ବାହାର କରିଦିଅ ।’ ତୁମେ ଏମିତି କିଛି ବସାଇ ଥିଲ ? ତଥାପି ଭୁଲି ପାରିଲ ନାହିଁ ?
ପ୍ରଶ୍ନକର୍ତ୍ତା : କିନ୍ତୁ ସେ ଭୁଲି ହେଉନାହିଁ । ବାପ-ପୁଅଙ୍କ ଭିତରେ ବ୍ୟବହାର ଏତେ ଭଲ ଚାଲୁଥିଲା । ଏଣୁ ତା’କୁ ଭୁଲିହେବ ଏପରି ନୁହେଁ ।
ଦାଦାଶ୍ରୀ : ହଁ, ଭୁଲିପାରିବା ଏପରି ନୁହେଁ, କିନ୍ତୁ ଆମେ ଭୁଲିବା ନାହିଁ ତେବେ ତାହାର ଆମକୁ ଦୁଃଖ ହୁଏ ଏବଂ ତା’କୁ ସେଠି ଦୁଃଖ ହୁଏ । ଏହିପରି ନିଜ ମନରେ ତା’ ପାଇଁ ଦୁଃଖ ମନାଇବା, ତାହା ବାପ ହିସାବରେ ଆମ ପାଇଁ କାମକୁ ନୁହେଁ ।
ପ୍ରଶ୍ନକର୍ତ୍ତା : ତା’କୁ କିପରି ଦୁଃଖ ହୁଏ ?
ଦାଦାଶ୍ରୀ : ଆମେ ଯଦି ଏଠି ଦୁଃଖୀ ହେବା, ତାହାର ପ୍ରଭାବ ସେଠି ନ ପହଞ୍ଚି ରୁହେ ନାହିଁ । ଏହି ଜଗତରେ ତ ସବୁ ଫୋନ ଭଳି ଅଟେ, ଟେଲିଭିଜନ ପରି ଅଟେ ଏହି ସଂସାର ! ଆଉ ଆମେ ଏଠି ଉପାଧ୍ କରିବା ତେବେ ସେ ଫେରି ଆସିବ ?
|
ପ୍ରଶ୍ନକର୍ତ୍ତା : ନା ।
ଦାଦାଶ୍ରୀ : କୌଣସି ବି ଉପାୟରେ ଆସିବାର ନାହିଁ ?
ପ୍ରଶ୍ନକର୍ତ୍ତା : ନା ।
ଦାଦାଶ୍ରୀ : ତେବେ ପୁଣି ଉପାଧ୍ କରିବା, ତେବେ ତା’କୁ ପହଞ୍ଚେ ଆଉ ତା’ ନାମରେ ଆମେ ଧର୍ମ-ଭକ୍ତି କରିବା, ତେବେ ମଧ୍ୟ ତା’କୁ ଆମର ଭାବନା ପହଞ୍ଚି ଥାଏ ଏବଂ ତା’କୁ ଶାନ୍ତି ହୁଏ। ତା’କୁ ଶାନ୍ତି ପହଞ୍ଚାଇବାର କଥା ତୁମକୁ କିପରି ଲାଗୁଛି ? ଆଉ ତା’କୁ ଶାନ୍ତି ମିଳୁ ଏହା ତୁମର କର୍ତ୍ତବ୍ୟ ନା ? ଏଣୁ ଏମିତି କିଛି କର ଯେ ତା’କୁ ଭଲ ଲାଗୁ । ଦିନେ ସ୍କୁଲର ପିଲାଙ୍କୁ ପେଡ଼ା ଖୁଆଇବା, ଏମିତି କିଛି କର ।