SearchBrowseAboutContactDonate
Page Preview
Page 23
Loading...
Download File
Download File
Page Text
________________ ୧୪ ମୃତ୍ୟୁ ସମୟରେ, ପୂର୍ବରୁ ଏବଂ ପରେ... ଲୋକେ କ’ଣ କଲେ ନା ‘ଗରୁଡ଼ ପୁରାଣ ବସାଅ, ଅମକ ବସାଅ, ପୂଜା କର, ଆଉ ମନରୁ ବାହାର କରିଦିଅ ।’ ତୁମେ ଏମିତି କିଛି ବସାଇ ଥିଲ ? ତଥାପି ଭୁଲି ପାରିଲ ନାହିଁ ? ପ୍ରଶ୍ନକର୍ତ୍ତା : କିନ୍ତୁ ସେ ଭୁଲି ହେଉନାହିଁ । ବାପ-ପୁଅଙ୍କ ଭିତରେ ବ୍ୟବହାର ଏତେ ଭଲ ଚାଲୁଥିଲା । ଏଣୁ ତା’କୁ ଭୁଲିହେବ ଏପରି ନୁହେଁ । ଦାଦାଶ୍ରୀ : ହଁ, ଭୁଲିପାରିବା ଏପରି ନୁହେଁ, କିନ୍ତୁ ଆମେ ଭୁଲିବା ନାହିଁ ତେବେ ତାହାର ଆମକୁ ଦୁଃଖ ହୁଏ ଏବଂ ତା’କୁ ସେଠି ଦୁଃଖ ହୁଏ । ଏହିପରି ନିଜ ମନରେ ତା’ ପାଇଁ ଦୁଃଖ ମନାଇବା, ତାହା ବାପ ହିସାବରେ ଆମ ପାଇଁ କାମକୁ ନୁହେଁ । ପ୍ରଶ୍ନକର୍ତ୍ତା : ତା’କୁ କିପରି ଦୁଃଖ ହୁଏ ? ଦାଦାଶ୍ରୀ : ଆମେ ଯଦି ଏଠି ଦୁଃଖୀ ହେବା, ତାହାର ପ୍ରଭାବ ସେଠି ନ ପହଞ୍ଚି ରୁହେ ନାହିଁ । ଏହି ଜଗତରେ ତ ସବୁ ଫୋନ ଭଳି ଅଟେ, ଟେଲିଭିଜନ ପରି ଅଟେ ଏହି ସଂସାର ! ଆଉ ଆମେ ଏଠି ଉପାଧ୍ କରିବା ତେବେ ସେ ଫେରି ଆସିବ ? | ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : କୌଣସି ବି ଉପାୟରେ ଆସିବାର ନାହିଁ ? ପ୍ରଶ୍ନକର୍ତ୍ତା : ନା । ଦାଦାଶ୍ରୀ : ତେବେ ପୁଣି ଉପାଧ୍ କରିବା, ତେବେ ତା’କୁ ପହଞ୍ଚେ ଆଉ ତା’ ନାମରେ ଆମେ ଧର୍ମ-ଭକ୍ତି କରିବା, ତେବେ ମଧ୍ୟ ତା’କୁ ଆମର ଭାବନା ପହଞ୍ଚି ଥାଏ ଏବଂ ତା’କୁ ଶାନ୍ତି ହୁଏ। ତା’କୁ ଶାନ୍ତି ପହଞ୍ଚାଇବାର କଥା ତୁମକୁ କିପରି ଲାଗୁଛି ? ଆଉ ତା’କୁ ଶାନ୍ତି ମିଳୁ ଏହା ତୁମର କର୍ତ୍ତବ୍ୟ ନା ? ଏଣୁ ଏମିତି କିଛି କର ଯେ ତା’କୁ ଭଲ ଲାଗୁ । ଦିନେ ସ୍କୁଲର ପିଲାଙ୍କୁ ପେଡ଼ା ଖୁଆଇବା, ଏମିତି କିଛି କର ।
SR No.034311
Book TitleDeath Before During and After Oriya
Original Sutra AuthorN/A
AuthorDada Bhagwan
PublisherDada Bhagwan Aradhana Trust
Publication Year
Total Pages64
LanguageOriya
ClassificationBook_Other
File Size26 MB
Copyright © Jain Education International. All rights reserved. | Privacy Policy